ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକଙ୍କ ପରଲୋକ
ବାଲିକୁଦା: ବାଲିଚନ୍ଦ୍ରପୁର ପଂଚାୟତ ରୁକୁଟିପାଟ ଗ୍ରାମର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ବ୍ରଜ କିଶୋର ବିଶ୍ୱାଳ (୯୩)ଙ୍କ ପରଲୋକ ଘଟିଛି । ବାହାଦୁରନଗର ଉପ୍ରା ବିଦ୍ୟାଳୟରେ ୨୦ବର୍ଷ ପ୍ରଧାନ ଶିକ୍ଷକ ଭାବେ କାର୍ଯ୍ୟ କରିବା ପରେ ତାଙ୍କର ବରପଦା ଉପ୍ରା ବିଦ୍ୟାଳୟକୁ ବଦଳି ହୋଇଥିଲା । ବାକି କାର୍ଯ୍ୟକାଳ ସେ ବରପଦା ଠାରେ କରି ସେହିଠାରୁ ଅବସର ନେଇଥିଲେ । ଅବସର ପରେ ବ୍ରଜ କିଶୋର ହୋମିଓପ୍ୟାଥିକ୍ ଶିକ୍ଷା ଅଭ୍ୟାସ କରି ଅନେକ ଦିନ ଧରି ଅଂଚଳବାସୀଙ୍କୁ ଚିକିସôା ଯୋଗାଇ ଆସୁଥିଲେ । ପରଲୋକ ଖବର ପାଇ ବରିଷ୍ଠ କମ୍ରେଡ଼ ଦିବାକର ବିଶ୍ୱାଳ, ପ୍ରାକ୍ତନ ଜିଲ୍ଲା ପରିଷଦ ମାନଭଞ୍ଜନ ରାଉତରାୟ, ବାଲିଚନ୍ଦ୍ରପୁର ସରପଂଚପ୍ରତିନିଧି ଅମୀୟ କୁମାର ସାହାଣୀ, ପ୍ରାକ୍ତନ ସରପଂଚ ବିଳାସ ଚନ୍ଦ୍ର ବାରିକ, ଫନିନ୍ଦ୍ରନାଥ ପଣ୍ଡା, ପ୍ରାକ୍ତନ ସମିତିସଭ୍ୟ ଅମୀୟ ବିଶ୍ୱାଳ, ନେତ୍ରାନନ୍ଦ ସିଂହ, ନିରଞ୍ଜନ ବିଶ୍ୱାଳ, ଭ୍ରମରବର ବିଶ୍ୱାଳ, ତପନ କୁମାର ରାଉତରାୟ ପ୍ରମୁଖ ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କ ବାସଭବନରେ ପହଁଚି ଶେଷ ଦର୍ଶନ କରିଥିଲେ । ମୃତୁ୍ୟ ଶଯ୍ୟା ନିକଟରେ ପୁତ୍ର ଶରତ, ହେମନ୍ତ, ବସନ୍ତ, ଝିଅ ସଞ୍ଜୁ, ରଞ୍ଜୁ, ଡ଼ଲି, ଜ୍ୱାଇଁ ଅନନ୍ତ କିଶୋର, ଶ୍ରୀନିବାସ ପ୍ରମୁଖ ଉପସ୍ଥିତ ଥିବା ବେଳେ ବଡ଼ପୁଅ ଶରତ ମୁଖାଗ୍ନି ଦେଇଥିଲେ ।