ମୟୂର ସାହିତ୍ୟ ସଂସଦର ପ୍ରତିଷ୍ଠା ଦିବସ 

 ବେତନଟୀ: ମୟୂରଭଞ୍ଜର ଅଗ୍ରଣୀ ସାହିତ୍ୟାନୁଷ୍ଠାନ ମୟୂର ସାହିତ୍ୟ ସଂସଦ ବେତନଟୀର ୩୧ ତମ ପ୍ରତିଷ୍ଠା ଦିବସ ସ୍ଥାନୀୟ ଧର୍ମଶାଳା ପରିସରରେ ପାଳିତ ହୋଇଯାଇଛି । ଆୟୋଜିତ ସଭାରେ ସଂସଦର ସଭାପତି କବି ଭାସ୍କର ଦ୍ୱିବେଦୀ ଅଧ୍ୟକ୍ଷତା କରି ସଂସଦର ଗୌରବମୟ ଅତୀତ ଓ ଦିବଂଗତ ସଦସ୍ୟମାନଙ୍କର ସ୍ମୃତିରରଣ କରିଥିଲେ । ପ୍ରାରମ୍ଭରେ ପତ୍ରିକା ସଂପାଦକ ନୀରଦ ସୁନ୍ଦର ଜେନା ସଭାର ଉଦେ୍ଦଶ୍ୟ ଜ୍ଞାପନ କରିଥିଲେ । ଏହାପରେ ନିକଟରେ ପ୍ରକାଶ ପାଇଥିବା ସଂସଦର ବାର୍ଷିକ ମୁଖପତ୍ର ବନମୟୂରୀ ଉପରେ ଯୁଗ୍ମ ସଂପାଦିକା ଡଃ. ମନ୍ଦାକିନୀ ସାହୁ ସମୀକ୍ଷାମୂଳକ ବକ୍ତବ୍ୟ ଉପସ୍ଥାପନ କରିଥିଲେ । ପତ୍ରିକା ସହ ସଂପାଦିକା କବି ସୀମା ଦାସ ଖଟୁଆ ମଧ୍ୟ ପତ୍ରିକା ଉପରେ ନିଜର ଅଭିମତ ରଖିଥିଲେ । ସହ ସଂପାଦକ ଡ଼ଃ ରମାକାନ୍ତ ମହାନ୍ତ ସଂସଦର ବାର୍ଷିକୋତ୍ସବର ସଫଳତା ଭାବରେ ଆଲୋକପାତ କରିଥିବାବେଳେ ଉପସଭାପତି କବି ଗୌତମ ଚନ୍ଦ୍ର ବେହେରା ଅକ୍ଷୟ ତୃତୀୟାର ମହତ୍ତ୍ୱ ଆଲୋଚନା କରିଥିଲେ । କବୟିତ୍ରୀ ସୌଦାମିନୀ ପଣ୍ଡା, ପୂର୍ବତନ ସଂପାଦକ ବିଜୟ କୁମାର ଦ୍ୱିବେଦୀ, କବି ସହଦେବ ଗିରି ମୟୂର ସାହିତ୍ୟ ସଂସଦର ଭୂମିକା ଉପରେ ଆଲୋଚନା ରଖିଥିଲେ । ଶେଷରେ କବି ରତିକାନ୍ତ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ କମଳ ଲୋଚନ କର ସହଯୋଗ କରିଥିଲେ ।