ସାଧାରଣ ଲୋକଙ୍କ ସମସ୍ୟା ଶୁଣୁଛନ୍ତି ମୁଖ୍ୟମନ୍ତ୍ରୀ

ସାଧାରଣ ଲୋକଙ୍କ ସମସ୍ୟା ଶୁଣୁଛନ୍ତି ମୁଖ୍ୟମନ୍ତ୍ରୀ

ସାଧାରଣ ଲୋକଙ୍କ ଅଭିଯୋଗ ଶୁଣୁଛନ୍ତି  ମୁଖ୍ୟମନ୍ତ୍ରୀ । ଅଭିଯୋଗ ଶୁଣାଣି ପ୍ରକୋଷ୍ଠରେ ଲୋକମାନଙ୍କୁ ସିଧାସଳଖ ଭେଟି କରୁଛନ୍ତି  ଆଲୋଚନା  ।  ରାଜ୍ୟର ବିଭିନ୍ନ ସ୍ଥାନରୁ ୧ ହଜାର ଲୋକ କରିଛନ୍ତି ପଞ୍ଜୀକରଣ  ।  ନିଜ ନିଜର ସମସ୍ୟାକୁ ନେଇ ବିଭିନ୍ନ ଜିଲ୍ଲାରୁ ଲୋକ ଆସି ରାଜଧାନୀରେ ପହଞ୍ଚିଛନ୍ତି  ।   ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସମେତ ବିଭିନ୍ନ ବିଭାଗର ମନ୍ତ୍ରୀ ଓ ସଚିବ ମାନେ ଅଭିଯୋଗ ଶୁଣାଣି ବେଳେ ଉପସ୍ଥିତ ରହିଛନ୍ତି  । ରାଜ୍ୟରେ ନୂଆ ସରକାର ଆସିବା ପରଠୁ ପ୍ରତି ସୋମବାର ମୁଖ୍ୟମନ୍ତ୍ରୀ ସାଧାରଣ ଲୋକଙ୍କ ଅଭିଯୋଗ ଶୁଣୁଛନ୍ତି   ।    ଅନ ଦି ସ୍ପଟ୍ ସମସ୍ୟାର ସମାଧାନ କରୁଛନ୍ତି । ଗୁରୁତର ରୋଗୀ ଯେଉଁମାନେ ଦାରିଦ୍ର୍ୟ ଯୋଗୁଁ ଚିକିତ୍ସାରୁ ବଞ୍ଚିତ ହେଉଛନ୍ତି, ସେମାନଙ୍କୁ ମୁଖ୍ୟମନ୍ତ୍ରୀ ଆର୍ଥିକ ସହାୟତା ପ୍ରଦାନ କରୁଛନ୍ତି । ଯେଉଁମାନଙ୍କର ଚାକିରି କ୍ଷେତ୍ରରେ କିମ୍ବା ପେନସନ୍ ପାଇବାରେ ବିଳମ୍ବ ହେଉଛି, ସେମାନଙ୍କ ସମସ୍ୟାର ତ୍ବରିତ ସମାଧାନ କରାଯାଉଛି ।