ସାମାଜିକ ସମୀକ୍ଷା ଗ୍ରାମସଭା


 ନାଉଗାଁ : ନାଉଗାଁ ବ୍ଲକର ଘୋଡାଂଶ ଗ୍ରାମ ପଞ୍ଚାୟତର ଦାନ୍ତୁଆଳରେ ଥିବା ରାଜୀବ ଗାନ୍ଧୀ ସେବା କେନ୍ଦ୍ର ସମ୍ମୁଖରେ ସାମାଜିକ ସମୀକ୍ଷା ଗ୍ରାମସଭା ଅନୁଷ୍ଠିତ ହୋଇଯାଇଛି  । ଏହି ସାମାଜିକ ସମୀକ୍ଷା ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ଓ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାର ଅକ୍ଟୋବର ୨୦୨୪ଠାରୁ ମାର୍ଚ୍ଚ ୨୦୨୫ ପର୍ଯ୍ୟନ୍ତ କରାଯାଇଥିଲା  । ଉଜ୍ଜ୍ୱଳି ମାଳତୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଗ୍ରାମସଭାରେ ସ୍ୱାଧୀନ ପର୍ଯ୍ୟବେକ୍ଷକ ଭାବେ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଇନ୍ଦ୍ରମଣି ପ୍ରଧାନ, ସରପଞ୍ଚ ନିହାର ରଂଜନ ବସ୍ତିଆ, ପିଇଓ ଅଶୋକ ନାୟକ, ଉଦ୍ୟାନ ଓ କୃଷି ବିଭାଗର ଏଏଚଓ ଦୁର୍ଗା ଚରଣ ବେହେରା, ଏଚଇଡବ୍ଲୁ୍ୟ ଦେବାଶିଷ ମହାନ୍ତି, ବ୍ଲକ ସାମାଜିକ ସମୀକ୍ଷକ ସଚିନ ଦାସ ଯୋଗ ଦେଇଥିଲେ । ଏମବିକେ ବିଜୟାଲକ୍ଷ୍ମୀ ମହାନ୍ତି ଅଧିବେଶନ ଲେଖାଳି ଭାବେ ଦାୟିତ୍ୱ ତୁଲାଇଥିଲେ । ବାଲିକୁଦା ବିଏସଏ ରମେଶ ଚନ୍ଦ୍ର ବହିରା ପଞ୍ଚାୟତ ନିର୍ଣ୍ଣୟ ଆପ ପରିଚାଳନା କରିଥିଲେ । ଭିଆରପି ଆରତୀ ସାହାଣୀ, ଉର୍ମିଳା ସ୍ୱାଇଁ, ନିବେଦିତା ସାହୁ, ସମସ୍ତ ଭିଆରପି, ମହିଳା ମହାସଂଘର କର୍ମକର୍ତ୍ତା, ଜବକାର୍ଡÿଧାରୀ, ରାସନକାର୍ଡ ଧାରୀ, ଏସଏଚଜି ମହିଳା ଓ ଜନସାଧାରଣ ଉପସ୍ଥିତ ଥିଲେ ।