ଗାଡି ଧକ୍କାରେ ଯୁବକଙ୍କ ମୃତୁ୍ୟ

 ଆନନ୍ଦପୁର  : ୨୦ ନମ୍ବର ଜାତୀୟ ରାଜପଥ ସୈଲଙ୍ଗ ଓଭର ବ୍ରିଜ ନିକଟରେ ଅଜଣା ଗାଡି ଧକ୍କା ଦେବା ଫଳରେ ଯୁବକଙ୍କ ମୃତୁ୍ୟ ଘଟିଛି  । ମୃତ ଯୁବକ ଜଣକ ହେଲେ ଘସିପୁରା ଥାନା ଆନନ୍ଦପୁର ବ୍ଳକ ଅନ୍ତର୍ଗତ ଟୋଲଙ୍ଗପଡା ଗ୍ରାମର ନାରାୟଣ ସାହୁ (୪୫)ା ନାରାୟଣ ଜଣେ କାଠ କାରିଗର  କୌଣସି କାର୍ଯ୍ୟରେ ବାହାରକୁ ଯାଇ ଫେରୁଥିବା ବେଳେ ୨୦ ନମ୍ବର ଜାତୀୟ ରାଜପଥ ଶୈଲାଙ୍ଗ ଓଭର ବ୍ରିଜ ନିକଟରେ ଅଜଣା ଗାଡି ଧକ୍କା ଦେଇ ଫେରାର ହୋଇଯାଇଥିଲା  । ସ୍ଥାନୀୟ ଲୋକଙ୍କ ସହାୟତାରେ ନାରାୟଣଙ୍କୁ ଶଙ୍କଟାପର୍ଣ୍ଣ ଅବସ୍ଥାରେ ଆମ୍ବୁଲାନ୍ସ ଯୋଗେ ଆନନ୍ଦପୁର ମୁଖ୍ୟ ଚିକିସôାଳୟରେ ଭର୍ତି କରାଯାଇଥିଲା  । ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ  । ଘସିପୁରା ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି  ।