ଗ୍ରାମବାସୀଙ୍କ ମାଡ଼ରେ ଯୁବକ ମୃତ : ହତ୍ୟା ଅଭିଯୋଗ ଆଣିଲେ ମୃତକଙ୍କ ପରିବାର

ପାପଡାହାଣ୍ଡି:  ନବରଙ୍ଗପୁର ଜିଲ୍ଲା କୋଡିଙ୍ଗା ଥାନା ଅନ୍ତର୍ଗତ ବି.ଏମ. ସେମଳା ପଞ୍ଚାୟତର ବରାଓଡା ଗ୍ରାମରେ ଗତକାଲି ବିଳମ୍ବିତ ରାତିରେ ପରକୀୟା ପ୍ରୀତିରେ ଲିପ୍ତ ପ୍ରେମିକଙ୍କୁ ଗ୍ରାମବାସୀ ମାଡ ମାରି ହତ୍ୟା କରିଥିବା ଅଭିଯୋଗ ହୋଇଛି  । ମୃତକ ଜଣକ ହେଲେ ପାପଡାହାଣ୍ଡି ବ୍ଲକ ମଇଦଲପୁର ପଞ୍ଚାୟତ କେନ୍ଦୁଗୁଡା ଗ୍ରାମର ଉମାକାନ୍ତ ହରିଜନ(୩୦)  । ମୃତକଙ୍କ ପରିବାର ଗ୍ରାମବାସୀଙ୍କ ମାଡରେ ମୃତୁ୍ୟ ହୋଇଥିବା ନେଇ କୋଡିଙ୍ଗା ଥାନାରେ ଏତଲା ଦେଲା ପରେ କୋଡିଙ୍ଗା ଥାନାରେ ୦୪/୨୫ରେ ଏକ ହତ୍ୟା ମାମଲା ରୁଜୁ କରି କୋଡିଙ୍ଗା ପୋଲିସ ୪ଜଣ ଅଭିଯୁକ୍ତଙ୍କୁ ଆଣି କୋଡିଙ୍ଗା ଥାନାରେ ଅଟକ ରଖି ଅଧିକ ତଦନ୍ତ ଚଳାଇଥିବା କୋଡିଙ୍ଗା ଥାନାଧିକାରୀ ଯୁଗଲ ଶବର ସୂଚନା ଦେଇଛନ୍ତି  । ଏନେଇ ପାପଡାହାଣ୍ଡି ଗୋଷ୍ଟି ସ୍ୱାସ୍ଥ୍ୟକେନ୍ଦ୍ରରେ ଉତ୍ତେଜନା ଦେଖାଦେବା ସହ ପ୍ରଶାସନିକ ହସ୍ତକ୍ଷେପ ପରେ ଅପରାହ୍ନ ୩ଟା ସମୟରେ ମୃତଦେହ ଜବତ କରି ପୋଲିସ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲେ  । ମିଳିଥିବା ସୂଚନା ଅନୁଯାଇ କେନ୍ଦୁଗୁଡା ଗ୍ରାମର ଉମାକାନ୍ତ ଗତ କିଛି ଦିନ ହେବ ବି.ଏମ. ସେମଳା ପଞ୍ଚାୟତରେ ଟ୍ରାକ୍ଟର ହର୍ବଷ୍ଟର ଆଣି ଗାଁ ଗାଁ ବୁଲି ଧାନ ମଳାଇ ବରାଓଡା ଗ୍ରାମରେ ରହି ଆସୁଥିଲା  । ଗତକାଲି ରାତିରେ (ଡମୁନି ଜାନି)ବିବାହିତ ମହିଳାଙ୍କ ଘରେ ଏକା ସ୍ୱାମୀ ନଥିବାର ଜାଣିବାକୁ ପାଇ ରାତି ପ୍ରାୟ ୧୧ଘଣ୍ଟା ସମୟରେ ପଶି ଯାଇଥିଲେ  । ଏହାପରେ ଗ୍ରାମର କିଛି ଯୁବକ ଦେଖି ମହିଳାଙ୍କ ସ୍ୱାମୀଙ୍କୁ ସୂଚନା ଦେଇ ଡକାଇଥିଲେ  । ସଙ୍ଗେ ସଙ୍ଗେ ସମ୍ପୃକ୍ତ ମହିଳାଙ୍କ ସ୍ୱାମୀ ଘରେ ଆସି କବାଟ ଖୋଲି ଅସଂଯତ ଅବସ୍ଥାରେ ଦେଖି ଗାଳି ଗୁଲଜ କରିବା ସହ ଉମାକାନ୍ତକୁ ରସିରେ ବାନ୍ଧି ମାର ପିଟ କରି ମୃତକଙ୍କ ବାପା ଓ ମା’ଙ୍କୁ ବରାଓଡା ଡକାଇଥିଲେ  । ଉମାକାନ୍ତଙ୍କ ପରିବାର ଗ୍ରାମବାସୀଙ୍କ ସହ ଆଲୋଚନା କରି ଉମାକାନ୍ତକୁ ରାତି ସାଢେ ୩ଘଣ୍ଟା ସମୟରେ ପାପଡାହାଣ୍ଡି ମେଡିକାଲକୁ ନେଇ ଚିକିସôା ପାଇଁ ନେଇଥିବା ସମୟରେ ଡାକ୍ତର ସେଠାରେ ମୃତ ଘୋଷଣା କରିଥିଲେ  । ଏନେଇ ପରିବାର ଲୋକ କୋଡିଙ୍ଗା ଥାନାରେ ଏତଲା ଦେଲା ପରେ କୋଡିଙ୍ଗା ଥାନାରେ ୦୪/୨୫ରେ ଏକ ହତ୍ୟା ମାମଲା ରୁଜୁ କରି କୋଡିଙ୍ଗା ପୋଲିସ, ଡଗ ସ୍କ୍କାର୍ଡ, ସାଇଣ୍ଟିଫିପ ଟିମ ଘଟଣା ସ୍ଥଳକୁ ଯାଇ ଅନୁସନ୍ଧାନ କରି ମହିଳାଙ୍କ ସ୍ୱାମୀ ଘେନୁ ଜାନି ସହ ଆଉ ୪ ସହଯୋଗୀଙ୍କୁ ଗିରଫ କରି ଅଧିକ ତଦନ୍ତ ଚଳାଇ ଥିବା କୋଡିଙ୍ଗା ଥାନା ଅଧିକାରୀ ଶ୍ରୀ ଶବର ସୂଚନା ଦେଇଛନ୍ତି  । ଅନ୍ୟପଟେ ପାପଡାହାଣ୍ଡିଠାରେ ମୃତକଙ୍କ ପରିବାର ପକ୍ଷରୁ ହତ୍ୟାକାରୀଙ୍କୁ ତୁରନ୍ତ ଗିରଫ ସହ ମୃତକଙ୍କ କ୍ଷତି ପୂରଣ ଦାବି କରି ଶବ ବ୍ୟବଚ୍ଛେଦ ଅଟକାଇ ପାଟିତୁଣ୍ଡ କରିଥିଲେ  । ପ୍ରଶାସନିକ ଅଧିକାରୀଙ୍କ ହସ୍ତକ୍ଷେପ ସହ ମୃତକ ପରିବାରଙ୍କୁ ହରିଶ୍ଚନ୍ଦ୍ର ଯୋଜନାରେ ୫୦୦୦ଟଙ୍କା ପ୍ରଦାନ କରାଗଲାପରେ ଶବ ବ୍ୟବଚ୍ଛେଦ କରାଯାଇ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯାଇଥିଲା  ।