୧୯୮୩ ବ୍ୟାଚର ବନ୍ଧୁମିଳନ
ଏରସମା: ବାଲିକୁଦା ବ୍ଲକର ପୁରାତନ ବୋରିକିନା ଉଚ୍ଚ ବିଦ୍ୟାଳୟର ୧୯୮୩ ବ୍ୟାଚ ପୁରାତନ ଛାତ୍ରଛାତ୍ରୀମାନଙ୍କର ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ବିଦ୍ୟାଳୟ ପରିସରରେ ଥିବା ପୁଣ୍ୟାତ୍ମ୍ୟ ଉକôଳମଣୀ ଗୋପବନ୍ଧୁ ଦାସ, ସ୍ୱାମୀ ବିବେକାନନ୍ଦ ଓ ବିଦ୍ୟାଳୟର ପ୍ରତିଷ୍ଠାତା ପ୍ରଧାନ ଶିକ୍ଷକ ଭାସ୍କର ମହାନ୍ତିଙ୍କ ପ୍ରତିମୂର୍ତ୍ତିରେ ପୁରାତନ ଛାତ୍ରଛାତ୍ରୀମାନେ ମାଲ୍ୟାର୍ପଣ କରିଥିଲେ । ପ୍ରାରମ୍ଭରେ ଏହି ସିନିୟର ବ୍ୟାଚର ଦିବଙ୍ଗତ ୪ଜଣ ପୁରାତନ ଛାତ୍ରଙ୍କ ଉଦେ୍ଦଶ୍ୟରେ ଏକ ଶୋକପ୍ରସ୍ତାବ ଗ୍ରହଣ କରାଯାଇଥିଲା । ପରେ ଏକ ବନ୍ଧୁମିଳନ ଉତ୍ସବରେ ସମସ୍ତ ପୁରାତନ ଛାତ୍ରଛାତ୍ରୀମାନେ ଏକତ୍ରିତ ହୋଇ ଦୀର୍ଘ ୩୬ ବର୍ଷ ତଳର ପାଠପଢ଼ା ସମୟର ଅନୁଭୂତି ଓ ଛାତ୍ର ଶିକ୍ଷକମାନଙ୍କ ମଧ୍ୟରେ ଥିବା ମଧୁର ଓ ଭକ୍ତିପୂର୍ଣ୍ଣ ସମ୍ପର୍କକୁ ମନେ ପକାଇଥିଲେ । ସେ ସମୟରେ ଥିବା ଏହି ବିଦ୍ୟାଳୟର ଶୈକ୍ଷିକ ପରିବେଶ ଓ ଛାତ୍ରଛାତ୍ରୀମାନଙ୍କ ଭିତରେ ସୁମଧୁର ସମ୍ପର୍କ ଆଜି ବି ସମସ୍ତଙ୍କ ସ୍ମୃତିକୁ ଆନେ୍ଦାଳିତ କରୁଛି ବୋଲି କହି ଆତ୍ମବିଭୋର ହୋଇ ପଡିଥିଲେ । ଏହି ଦିବସବ୍ୟାପୀ କାର୍ଯ୍ୟକ୍ରମରେ ପୁରାତନ ଛାତ୍ର ତଥା ବୈଜ୍ଞାନିକ ଡଃ ରଶ୍ମି ରଞ୍ଜନ ମହାନ୍ତି, ବିଜୟ କୁମାର ପରିଡା, ପ୍ରଦୀପ୍ତ କୁମାର ମୁଦୁଲି, ଶରତ କୁମାର ସ୍ୱାଇଁ, ପ୍ରକାଶ ଚନ୍ଦ୍ର ମହାନ୍ତି, ଅର୍ଜୁନ କୁମାର ସ୍ୱାଇଁ, ରମେଶ ଚନ୍ଦ୍ର ଗୋଚ୍ଛାୟତ, ବିଷ୍ଣୁଚରଣ ବିଶ୍ୱାଳ, ତ୍ରିଲୋଚନ ସାହୁ, ସୁପ୍ରିୟା ଦାସ, ସୁଧାଂଶୁ ବେହେରା, କୈଳାସ ଚନ୍ଦ୍ର ସାହୁ, ଶିବ ପ୍ରସାଦ ବେହେରା, ବସନ୍ତ କୁମାର ସାହୁ, ବିଜୟ କୁମାର ମଲ୍ଲିକ, ସଞ୍ଜୟ କୁମାର ନାୟକ, ନିରଞ୍ଜନ ନାୟକ, ନାରାୟଣ ମହାନ୍ତି, ମମତା ବେଉରା, ରଂଜିତା ବେହେରା ପ୍ରମୁଖ ଅଂଶ ଗ୍ରହଣ କରିଥିଲେ । ଏହି ଅବସରରେ ବିଦ୍ୟାଳୟ ପରିସରରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଶେଷରେ କୈଳାସ ଚନ୍ଦ୍ର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।