ଉପମୁଖ୍ୟମନ୍ତ୍ରୀଙ୍କ ଫସଲ କ୍ଷତି ସମୀକ୍ଷା
ଭଦ୍ରକ: ଭଦ୍ରକ ଜିଲ୍ଲା ଗସ୍ତ କରି ଅଦିନିଆ ବର୍ଷାରେ ଉଜୁଡିଯାଇଥିବା ଫସଲର କ୍ଷୟକ୍ଷତି ସମୀକ୍ଷା କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ସେ ବିଭିନ୍ନ ଅଞ୍ଚଳ ବୁଲି କ୍ଷତିପୂରଣ ପ୍ରଦାନ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଆଯାଉଥିବା ପଦକ୍ଷେପର ସ୍ଥିତି ପରଖିଥିଲେ । ଧାମନଗର ବ୍ଲକ୍ର ଭଗବାନପୁର, ପଳିକିରି, ଜୟକୃଷ୍ଣପୁର, ଅନହରପୁର ଏବଂ ବନ୍ତ ବ୍ଲକ୍ର ଛୟାଳସିଂହ ଅଞ୍ଚଳକୁ ଗସ୍ତ କରି କ୍ଷତିଗ୍ରସ୍ତ ·ଷୀମାନଙ୍କ ନଷ୍ଟ ହୋଇଥିବା ପାଚିଲା ଧାନ ଫସଲକୁ ଦେଖି ·ଷୀମାନଙ୍କ ଅବସ୍ଥା ପ·ରି ବୁଝିଥିଲେ । ଏବଂ ସେମାନଙ୍କୁ ଉପଯୁକ୍ତ କ୍ଷତିପୂରଣ ପ୍ରଦାନ ପାଇଁ ଆଶ୍ୱାସନା ଦେଇଥିଲେ । ପ୍ରକୃତ କ୍ଷତିଗ୍ରସ୍ତ ·ଷୀ ଜଣେ ବି ଯେପରି ପ୍ରାପ୍ୟ ପାଇବାରୁ ବଞ୍ଚôତ ନହୁଏ, ସେଥିପାଇଁ ସେ ପ୍ରଶାସନକୁ ନିଦେ୍ର୍ଦଶ ପ୍ରଦାନ କରିଥିଲେ । ବୀମା ଭୁକ୍ତ ଏବଂ ଅଣବୀମାଭୁକ୍ତ ସମସ୍ତ କ୍ଷତିଗ୍ରସ୍ତ ·ଷୀଙ୍କୁ କ୍ଷତିପୂରଣ ପ୍ରଦାନ ପାଇଁ ସରକାରଙ୍କ ଘୋଷଣା କଥା ମଧ୍ୟ ଜଣାଇଥିଲେ । କେବଳ ଧାନ ନୁହେଁ ଯେ କୌଣସି ଫସଲ ଏହି ଅଦିନିଆ ବର୍ଷା ଯୋଗୁଁ ନଷ୍ଟ ହୋଇଥିଲେ ସଂପୃକ୍ତ କ୍ଷତିଗ୍ରସ୍ତ ·ଷୀଙ୍କୁ ଏହି କ୍ଷତିପୂରଣ ପ୍ରଦାନ ବ୍ୟବସ୍ଥାରେ ଅନ୍ତର୍ଭୁକ୍ତ କରାଯିବ ବୋଲି ସେ କହିଥିଲେ । ଏହି ଅବସରରେ ଭଦ୍ରକ ବିଧାୟକ ସିତାଂଶୁ ଶେଖର ମହାପାତ୍ର, ଜିଲ୍ଲାପାଳ ଦିଲିପ୍ ରାଉତରାଏ, ଅତିରିକ୍ତ ଜିଲ୍ଲାପାଳ ଶାନ୍ତନୁ କୁମାର ମହାନ୍ତି, ମୁଖ୍ୟ ଉନ୍ନୟନ ଅଧିକାରୀ ସରୋଜ କୁମାର ଦତ୍ତ, ଉପଜିଲ୍ଲାପାଳ ସୌରଭ କୁମାର ଚକ୍ରବର୍ତ୍ତୀ, ଜିଲ୍ଲା କୃଷି ମୁଖ୍ୟ ଅଧିକାରୀ ଜଗଦୀଶ ପ୍ରଶାଦ ବେହେରା, ଜିଲ୍ଲା ଯୋଗାଣ ଅଧିକାରୀ ଲିଙ୍ଗରାଜ ବେହେରା ପ୍ରମୁଖ ଉପମୁଖ୍ୟମନ୍ତ୍ରୀଙ୍କ ଗସ୍ତର ବିଭିନ୍ନ କ୍ଷେତ ପରିଦର୍ଶନରେ ସାମିଲ୍ ଥିଲେ । କ୍ଷେତ୍ର ପରିଦର୍ଶନ ପରେ ନୂଆ ସର୍କିଟ୍ ହାଉସରେ ପହଞ୍ଚô ଉପମୁଖ୍ୟମନ୍ତ୍ରୀ ସମ୍ପୃକ୍ତ ସମସ୍ତ ଅଧିକାରୀ ଓ ବିଧାୟକଙ୍କ ଉପସ୍ଥିତିରେ ·ଷୀଙ୍କ କ୍ଷତିପୂରଣ ପ୍ରଦାନ କାର୍ଯ୍ୟ ସମ୍ବନ୍ଧୀୟ ସମୀକ୍ଷା କରିଥିଲେ ।