ବୈଶ୍ୟ ସମାଜପକ୍ଷରୁ ବନ୍ଧୁମିଳନ

 ବ୍ରହ୍ମପୁର: ବ୍ରହ୍ମପୁର ସ୍ଥିତ କାଶୀବିଶ୍ୱନାଥ ମନ୍ଦିର ପରିସରରେ ମହୁରୀ ତାଲୁକା ତୈଳିକ ବୈଶ୍ୟ ସମାଜ ପକ୍ଷରୁ ୫୬ ତମ ବନ୍ଧୁ ମିଳନ ଓ ସାମୁହିକ ପହିଲି ଭୋଗ ସେବନ ଉସôବ ଅନୁଷ୍ଠିତ ହୋଇଥିଲା  । ଏଥିରେ ଜାତିକୂଳ ବେହେରା ମଧୁସୂଦନ ବେହେରା ସଭାପତିତ୍ୱ କରିଥିଲେ  । ସଂପାଦକ ଭଗବାନ ସାହୁ, ଯୁଗ୍ମ ସଂପାଦକ ପୀତବାସ ସହୁ, ଉପସଭାପତି ପୂର୍ଣ୍ରଚନ୍ଦ୍ର ସାହୁ, କୋଷାଧ୍ୟକ୍ଷ ଉଦୟ ନାଥ ସାହୁ ସଭା ପରିଚାଳନା କରିଥିଲେ  । ଅତିଥି ଭାବେ ବିକ୍ରମ ପଣ୍ଡା, ଚନ୍ଦ୍ରଶେଖର ସାହୁ ଉପସ୍ଥିତ ରହି ଭୋଗ ସେବନ କରିବା ସହ ଜାତିର ମଙ୍ଗଳ କାମନା କରିଥିଲେ  । ଏଥିରେ ୨୨ ତାଲୁକାର ବେହେରା ଓ ଭଲଭାଇ ଉପସ୍ଥିତ ରହି ଜାତିର ଉନ୍ନତି କିଭଳି କରାଯିବ ସେଥିପାଇଁ ବିଭିନ୍ନ ଯୋଜନା ବିଷୟରେ ଆଲୋଚନା କରାଯାଇଥିଲା  । ପହିଲି ଭୋଗ ଆରମ୍ଭ ପୂର୍ବରୁ ପ୍ରଥମେ ଗାୟତ୍ରୀ ପୂଜା ଅନୁଷ୍ଠତ ହୋଇଥିଲା  । ବେଦଶାଳାର ବିଦ୍ୟାର୍ଥୀ ମାନଙ୍କ ଦ୍ୱାରା ବେଦପାଠ ହୋଇଥିଲା  । ଜାତିର ଲୋକଙ୍କ ଭିତରେ ସଠିକ୍ ସମନ୍ୱୟ ପାଇଁ ପରିଚୟ ଯୋଗଯୋଗ ଉନ୍ମୋଚନ କରାଗଲା  । ଜାତିର ମୁଖ୍ୟ ମଧୁସୂଦନ ବେହେରାଙ୍କ ଦ୍ୱାରା ଦଶମ, ଦ୍ୱାଦଶ ଶ୍ରେଣୀରେ କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଗଲା  । ଏହି ଅବସରରେ ପରିଚାଳନା ସଦସ୍ୟ ପ୍ରଶାନ୍ତ କୁମାର ସାହୁ, ଘନଶ୍ୟାମ ସାହୁ, ଗୋବିନ୍ଦ ସାହୁଗଣେଶ ସାହୁ, ବିଜୟ ସାହୁ,ପ୍ରକାଶ ଚନ୍ଦ୍ର ସାହୁ, ପଦ୍ମଚରଣ ସାହୁ, ମନୋରଞ୍ଜନ ସାହୁ ପ୍ରମୁଖ ଉପସ୍ଥିତ ରହି ସହାୟତା କରିଥିଲେ  ।