ଚିକିତ୍ସା ଅବହେଳା: ପ୍ରସୂତୀ ମୃତ

 କେନ୍ଦ୍ରାପଡା : କେନ୍ଦ୍ରାପଡା ପୁରୁଣା ମେଡିକାଲ ରୋଡ ଠାରେ ଥିବା ଏକ ଘରୋଇ ନର୍ସିଂହୋମରେ ଚିକିସôା ଅବହେଳାରୁ ଜଣେ ପ୍ରସୂତିଙ୍କ ମୃତୁ୍ୟ ହୋଇଥିବା ଅଭିଯୋଗ ହୋଇଛି  । ମୃତ ମହିଳା ଜଣକ ସଦର ଥାନା ବାବୁରାମ ପାଟଣାର ରେହାନା ବିବି  । ରେହାନା ଆଜି ସକାଳେ ଏକ ଶିଶୁପୁତ୍ରକୁ ଜନ୍ମ ଦେବା ପରେ ତାଙ୍କର ମୃତୁ୍ୟ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି  । ଚିକିସôାରେ ଅବହେଳା ଦର୍ଶାଇ ରେହାନାଙ୍କ ପରିବାର ପକ୍ଷରୁ ଟାଉନ୍ ଥାନାରେ ଅଭିଯୋଗ ହୋଇଛି । ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି  । ଅନ୍ୟ ପକ୍ଷରେ ଚିକିସôା କରିଥିବା ଡାକ୍ତର ଓ ଘଟଣାରେ ସମ୍ପୃକ୍ତ ନର୍ସିଂହୋମ କର୍ମଚାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ମୃତ ରେହାନାଙ୍କ ପରିବାର ଲୋକେ ନର୍ସିଂହୋମ ଆଗରେ ଧାରଣାରେ ବସିଛନ୍ତି  । ସେହିପରି ଚିକିସôା ଅବହେଳାରୁ ମାର୍ଶାଘାଇ ମାଣିତିରି ଗାଁର ପ୍ରତିମା ସେଠୀଙ୍କ ମୃତୁ୍ୟ ହୋଇଥିବା ତାଙ୍କ ପରିବାର ଲୋକେ ଅଭିଯୋଗ କରିବା ସହ ନର୍ସିଂହୋମ ଆଗରେ ହୋହାଲ୍ଲା କରିଥିଲେ  । ତାଙ୍କର ଶିଶୁପୁତ୍ର ଏଠାରେ ଚିକିସôା ଅବହେଳାରୁ ମୃତୁ୍ୟ ହୋଇଥିବା ମିର ରିୟାନ ଅଭିଯୋଗ କରିଥିଲେ  ।