‘ଆମ ସଂସ୍କୃତି, ଆମ ଖେଳନା’ କାର୍ଯ୍ୟକ୍ରମ

 ନିଶ୍ଚିନ୍ତକୋଇଲି :  ଲାଲ ବାହାଦୂର ସରକାରୀ ଉଚ୍ଚ ବିଦ୍ୟାଳୟ ଓରିକଣ୍ଟା ଠାରେ ଏକ ଦିବସୀୟ ବିଦ୍ୟାଳୟସ୍ତରୀୟ ଆମ ସଂସ୍କୃତି ଆମ ଖେଳନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ପକ୍ଷରୁ ଖେଳନା ଓ ସଂସ୍କୃତି ସମ୍ବନ୍ଧୀୟ ବିଭିନ୍ନ ଚିତ୍ରକଳା ସାମଗ୍ରୀ  ପ୍ରଦର୍ଶିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ପୂର୍ବତନ ଶିକ୍ଷକ ଭୈରବ ଚନ୍ଦ୍ର ଜେନା, କାର୍ତ୍ତିକ ଚନ୍ଦ୍ର ଦାସ, ଆଂଚଳିକ ସାଧନ କେନ୍ଦ୍ର ସଂଯୋଜକ ପବିତ୍ର ଲେଙ୍କା, ପ୍ରଧାନଶିକ୍ଷକ ନିତ୍ୟାନନ୍ଦ ନାୟକ, କ୍ରୀଡା ଶିକ୍ଷକ ସନାତନ ସାହୁ, ଧରଣୀଧର ସେଠୀ, ଶିକ୍ଷୟିତ୍ରୀ ବୈଜୟନ୍ତୀ ପରିଡା, ସାନ୍ତପୁର ପଂଚାୟତ ସରପଂଚ ରମାକାନ୍ତ ନାୟକ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ମନୋରଂଜନ ବରାଳ, ପରିଚାଳନା କମିଟି ସଭ୍ୟ ତଥା ଯୁବ ସାମ୍ବାଦିକ ଅମିତାଭ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ । ପ୍ରଦର୍ଶନୀରେ ବରିଷ୍ଠ ବର୍ଗରେ ଅଷ୍ଟମ ଶ୍ରେଣୀ ଛାତ୍ରୀ ଶୁଭଲକ୍ଷ୍ମୀ ଲେଙ୍କା ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ନବମ ଶ୍ରେଣୀର ଛାତ୍ରୀ ଲକ୍ଷ୍ମୀପ୍ରିୟା ସ୍ୱାଇଁ ଦ୍ୱିତୀୟ, ଲକ୍ଷ୍ମୀପ୍ରିୟା ମହାନ୍ତି ନବମ ଓ ସାଇଶୁଭଲକ୍ଷ୍ମୀ ରାଉତ ଅଷ୍ଟମ ଶ୍ରେଣୀ ଯୁଗ୍ମ ତୃତୀୟ ସ୍ଥାନ ଅଧିକାର କରିଛନ୍ତି । କନିଷ୍ଠ ବର୍ଗରେ ସପ୍ତମ ଶ୍ରେଣୀ ଛାତ୍ରୀ ସ୍ନେହାଶ୍ରୀ ମହାନ୍ତି ପ୍ରଥମ, ଷଷ୍ଠଶ୍ରେଣୀ ଛାତ୍ରୀ ଅଙ୍କିତା ନାୟକ ଦ୍ୱିତୀୟ, ସପ୍ତମ ଶ୍ରେଣୀ ଛାତ୍ର ନୃସିଂହ ମହାନ୍ତି ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ସେହିପରି ସର୍ବକନିଷ୍ଠ ବିଭାଗରେ ପଂଚମ ଶ୍ରେଣୀଛାତ୍ରୀ ପ୍ରିୟଦର୍ଶିନୀ ପରିଡା ପ୍ରଥମ, ଶୁଭସ୍ମିତା ମହାପାତ୍ର ତୃତୀୟ ଶ୍ରେଣୀ ଓ ରାଜେଶ ବାରିକ ପଂଚମ ଶ୍ରେଣୀ ଯୁଗ୍ମ ଦ୍ୱିତୀୟ ହୋଇଥିବାବେଳେ ତୃତୀୟ ଶ୍ରେଣୀ ଛାତ୍ରୀ ମଧୁସ୍ମିତା ସେଠୀ ତୃତୀୟ ସ୍ଥାନ ଅଧିକାର କରିଥିଲେ । କୃତୀ ପ୍ରତିଯୋଗୀମାନଙ୍କୁ ଉପସ୍ଥିତ ଅତିଥିମାନେ ମାନପତ୍ର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରିଥିଲେ ।