ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଗଣକୁକର୍ମ ଘଟଣା : ଆଉ ୪ କୋର୍ଟଚାଲାଣ 

 ରାଜନଗର : ରାଜନଗର ବ୍ଲକ ସାନବଡଗୋପାଳପୁର ପଞ୍ଚାୟତ ଏକ ଗାଁର ଜଣେ ନାବାଳିକାକୁ ଗଣକୁକର୍ମ ହୋଇଥିବା ନେଇ ରାଜନଗର ଥାନାରେ ଅଭିଯୋଗ ହୋଇଥିଲା । ଏହି ଘଟଣାରେ ସଂପର୍କୀୟ ପିଉସାଙ୍କ ସହ ଅନ୍ୟ ଚାରିଜଣ ଯୁବକ ଗଣକୁକର୍ମ କରିଥିବା ନେଇ ରାଜନଗର ଥାନାରେ ନାବାଳିକା ଅଭିଯୋଗ କରିଥିଲେ । ଏହି ଘଟଣାରେ ପୁଲିସ ମୁଖ୍ୟ ଅଭିଯୁକ୍ତ ସଂପର୍କୀୟ ପିଉସା ଚିତ୍ତରଂଜନ ମଳିକ(ହାପି)ଙ୍କୁ ମଙ୍ଗଳବାର ଦିନ କୋର୍ଟଚାଲାଣ କରିଥିଲା । ରାଜନଗର ଥାନା କେଶ ନଂ- ୨୬୬/୨୫ରେ ଦଫା ୭୦(୨),୧୧୫(୨), ୩୫୧(୩), ୬(ଆଇ) ପୋସ୍କୋ ଆକ୍ଟରେ ମାମଲା ରୁଜୁ କରିଥିଲା । ଅପରପକ୍ଷରେ ଗଣକୁକର୍ମରେ ସଂପୃକ୍ତ ଥିବା ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ କୁନ୍ଦୁପୁର ଗ୍ରାମର ଦିଲ୍ଲୀପ ଦାଶଙ୍କ ପୁଅ ଦୀପକ ଦାଶ, ନରେନ୍ଦ୍ର ଦାଶଙ୍କ ପୁଅ ସୈ÷ାରଭ ଦାଶ, ଶରତ ସାହୁଙ୍କ ପୁଅ ଆଲୋକ ସାହୁ, ପ୍ରଦୀପ ଦାଶଙ୍କ ପୁଅ ଜ୍ୟୋତିରଂଜନ ଦାଶଙ୍କୁ ପୁଲିସ ଅଟର ରଖି ପଚରା ଉଚରା କରୁଥିଲା । ସେମାନଙ୍କର ଡାକ୍ତରୀ ମାଇନା କରିବା ପରେ ବୁଧବାର ଦିନ କୋର୍ଟ ଚାଲାଣ କରାଯାଇଛି । ପୁଲିସ ସେମାନଙ୍କୁ ଅତିରିକ୍ତ ଜିଲ୍ଲା ଜଜ କେନ୍ଦ୍ରାପଡାଙ୍କ ନିକଟରେ ହାଜର କରାଯାଇଥିଲା । ସେମାନଙ୍କ ଜାମିନୀ ନାମଂଜୁର ହେବାରୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ସୂଚନା ଥାଉକି, ଗଣକୁକର୍ମର ଶିକାର ହୋଇଥିବା ୧୫ବର୍ଷୀୟା ନାବାଳିକା ରାଜନଗର ଥାନାରେ କରିଥିବା ଅଭିଯୋଗ ଅନୁଯାୟୀ, ଗତ ଶନିବାର ୯ତାରିଖ ଦିନ ରାକ୍ଷୀ ପୂର୍ଣ୍ଣିମା ଦିନ ଅପରାହ୍ନ ୫ଟା ପରେ ପିଉସାଙ୍କୁ ଓଉପଦାରୁ ଭାଲୁକୁଣୀ ଆଣିବା ପାଇଁ ଯିବାକୁ କହିଥିଲା । ତାର ସାଙ୍ଗମାନେ ପୂର୍ବରୁ ଭାଲୁକୁଣୀ ପାଇଁ ଚାଲି ଯାଇଥିବାରୁ ପିଉସାଙ୍କ ସହିତ ବାଇକରେ ବସି ଯାଇଥିଲା । ପିଉସା ଓଉପଦା ଗାଁକୁ ଯିବା ପରିବର୍ତ୍ତେ କୁନ୍ଦୁପୁର ଗାଁ ପାଖରେ ଥିବା ଗ୍ରୀଡ ନିକଟ ଦେଇ ଯାଇଥିବା କୁନ୍ଦୁପୁର-ରେସୋ ମାଟି ରାସ୍ତାରେ ନେଇ ଯାଇଥିଲା । ନାବାଳିକା ଜଣକ ଏହି ରାସ୍ତାରେ କାହିଁକି ଆଣିଲ ବୋଲି ପଚାରିଥିଲା । ପିଉସା ତା ସହିତ କୁକର୍ମ କରିଥିଲା । ପୀଡିତାଙ୍କ ଚିକôାର ଶୁଣି କୁନ୍ଦୁପୁର ଗାଁର ଉପରୋକ୍ତ ଚାରିଜଣ ଯୁବକ ପହଞ୍ଚି ମୋବାଇଲରେ ଫଟୋ ଉଠାଇବା ସହ ଧମକାଇ ଜଣକ ପରେ ଜଣେ କୁକର୍ମ କରିଥିଲେ । ପିଉସା ସେଠାରୁ ଆଣି ଗାଁଠାରୁ ଅଳ୍ପ ଦୂରରେ ଛାଡି ଦେଇଥିଲା । ନାବାଳିକା ଜଣକ ଘରେ ପହଂଚିବା ପରେ ରକ୍ତସ୍ରାବ ସହ ଯନ୍ତ୍ରଣା ବଢିବାରୁ କାନ୍ଦିଥିଲା । ନାବାଳିକାର ପିତା କାନ୍ଦିବା ସଂପର୍କରେ ପଚାରିବାରୁ ନାବାଳିକା ସମସ୍ତ ବିଷୟ କହିଥିଲା । ତାଙ୍କ ପିତା ତୁରନ୍ତ ରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣି ଚିକିସôା କରିବା ସହ ରାଜନଗର ଥାନାକୁ ନେଇ ଅଭିଯୋଗ କରିଥିଲେ । ଏପରିକି ଜ୍ୟୋତିରଞ୍ଜନ ନାବାଳିକାର ଭାଇ ତାର ସାଙ୍ଗ ଥିବାରୁ ପିଉସା ଓ ନାବାଳିକାର ଫଟୋ ଚିହ୍ନିବା ପାଇଁ ପଠାଇଥିଲା । ଯାହା ଘଟଣା ସଂପର୍କରେ ପରିବାର ଲୋକେ ଆଗୁଆ ଜାଣି ପାରିଥିଲେ । ଜ୍ୟୋତିରଞ୍ଜନ ଜାଣିନଥିଲା ଯେ, ନାବାଳିକା ଜଣକ ତା ସାଙ୍ଗର ଭଉଣୀ ବୋଲି । ଯାହା ଜ୍ୟୋତିରଞ୍ଜନ ସହ ଅନ୍ୟ ତିନିଜଣଙ୍କ ପାଇଁ ମହଙ୍ଗା ପଡିଛି ।