ଭଜନ ସନ୍ଧ୍ୟାରେ ଯୋଗ ଦେଲେ ବିଧାୟକ
ବୈତରଣୀ ରୋଡ଼ : ଶ୍ରାବଣର ଶେଷ ସୋମବାର ମୁକ୍ତେଶ୍ୱର ମହାଦେବଙ୍କ ଜଳ ଲାଗି ହୋଇଯାଇଛି । ଶତାଧିକ ପୁରୁଷ ଓ ନାରୀ ବୈତରଣୀ ନଦୀରୁ ପାଣି ଉଠାଇ ମହାଦେବଙ୍କ ଜଳ ଲାଗି ମାନସିକ ନେଇ ଆସିଥାନ୍ତି । ଭଜନସନ୍ଧ୍ୟାରେ ବିଧାୟକ ଆକାଶ ଦାସ ନାୟକ ଯୋଗ ଦେଇଥିଲେ । ଶିବ ଚରଣ ଦାସ ତାଙ୍କ ସାଥୀ ଭଜନ ପରିବେଶଣ କରିଥିଲେ । ବିଜେପି ରାଜ୍ୟ ପରିଷଦ ସଭ୍ୟ ପ୍ରକାଶ ଧଳ, ଉଦୟ ନାଥ ପରିଡ଼ା, ସମିତିସଭ୍ୟ ରଶ୍ମି ରଞ୍ଜନ ପରିଡ଼ା, ସରପଂଚ ବିଷ୍ଣୁଚରଣ ରଥ, ଆଲୋକ ମଲ୍ଲିକ, ଅଜୟ ଜେନା, ରାକେଶ ସିଂହ ଉପସ୍ଥିତ ରହିଥିଲେ ।