ସାନ୍ଧ୍ୟ ମହାବିଦ୍ୟାଳୟରେ ‘ହର୍ ଘର୍ ତ୍ରିରଙ୍ଗା’ କାର୍ଯ୍ୟକ୍ରମ

 କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ସାନ୍ଧ୍ୟ ମହାବିଦ୍ୟାଳୟରେ ୭୮ ତମ ସ୍ୱାଧିନତା ଦିବସ ଉପଲକ୍ଷେ ହର ଘର୍ ତିରଙ୍ଗା ,ଘର୍ ଘର୍ ଟିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ କୁ +୩ ଅଧ୍ୟକ୍ଷା ଡ଼ଃ ଆଦ୍ୟାରଶ୍ମି ମହାପାତ୍ର ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ପ୍ରାୟ ୨୫୦ ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଓ ସ୍ୱେଚ୍ଛାସେବୀ ମାନେ ମହାବିଦ୍ୟାଳୟ ରୁ ବାହାରି ନୂଆ ବସଷ୍ଟାଣ୍ଡ ପର୍ଯ୍ୟନ୍ତ ଯାତ୍ରା ମଧ୍ୟରେ ,ଅଧ୍ୟକ୍ଷା ଙ୍କ ଦ୍ୱାରା ତିନି ମୁହାଣୀ ସ୍ଥିତ ଆମର ଯବାନ ଶହିଦ ସ୍ମୃତି ସ୍ତମ୍ଭ ଓ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯିବା ସଙ୍ଗେ ସଙ୍ଗେ ସହରସ୍ଥ ବିଭିନ୍ନ ସ୍ଥାନରେ ଥିବା ବ୍ୟକ୍ତିବିଶେଷ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଇତିହାସ ବିଭାଗ ର ଦୁଇ ବରିଷ୍ଠ ଅଧ୍ୟାପକ ସୁଧାଂଶୁ ଭୁଷଣ ସାହୁ ଓ ଅଧ୍ୟାପକ ଶିଶିର କାନ୍ତ ମହାପାତ୍ର ଓ ଓଡ଼ିଆ ବିଭାଗ ର ଅଧ୍ୟାପକ ଡକ୍ଟର ମନୋରଞ୍ଜନ ରାଉତ ସ୍ୱାଧୀନତା ସଂଗ୍ରାମୀଙ୍କ ବଳିଦାନ ସମ୍ପର୍କ ରେ ମତବ୍ୟକ୍ତ କରିଥିଲେ  । କାର୍ଯ୍ୟକ୍ରମକୁ ଜାତୀୟ ସେବା ଯୋଜନା ଅଧିକାରୀ ଅଧ୍ୟାପକ ମୃତୁ୍ୟଞ୍ଜୟ ମହାନ୍ତି ଓ ଯୁବ ରେଡକ୍ରସ୍ ର ଅଧିକାରୀ ଅଧ୍ୟାପକ ପ୍ରଶାନ୍ତ ବେହେରା ଆୟୋଜନ କରିଥିଲା ବେଳେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ ମାନେ ଯୋଗ ଦେଇ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ ।