ଜିଲାଆଇନ୍ ସେବା ପ୍ରାଧିକରଣ ପକ୍ଷରୁ ଆଇନ୍ ସଚେତନତା ସେବା

ାା ପ୍ରଭାନୁ୍ୟଜ ।ା ଯାଜପୁର ଟାଉନ: ଜିଲା ଓ ଦୈାରାଜଜ୍ ତଥା ଜିଲା ଆଇନ୍ ସେବା ପ୍ରାଧିକରଣର ଅଧ୍ୟକ୍ଷ ଅମୃତରଞ୍ଜନ ନନ୍ଦଙ୍କ ନିଦେ୍ର୍ଦଶ କ୍ରମେ ଜିଲା ଆଇନ୍ସେବା ପ୍ରାଧିକରଣ ପକ୍ଷରୁ ଉତରେଶ୍ୱର ଉଚ୍ଚÿ ବିଦ୍ୟାଳୟ, ମାଳଆନ୍ଦପୁର ପରିସରରେ ବିଦ୍ୟାଳୟର ଛାତ୍ର ଆଇନ୍ ସଚେତନତା କ୍ଲବ ସହାୟତାରେ ଏକ ଆଇନ୍ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି । ସଭାରେ ପ୍ରାଧିକରଣର ସଚିବ ଜ୍ୟୋତିର୍ମୟୀ ଦାସ ଅଧ୍ୟକ୍ଷତା କରିଥିଲେ । ଏଥିରେ ଅତିଥି ଆଲୋଚକ ଭାବେ ପ୍ରାଧିକରଣର ପ୍ରାକ୍ତନ ସଦସ୍ୟ ଡ଼ା.ରୁଦ୍ର ନାରାୟଣ ପୃଷ୍ଟି, ଜିଲା ଆରକ୍ଷୀ ତତ୍ୱାବଧାରିକା ମିିନତୀ ବିଶ୍ୱାଳ, ଜିଲା ଶିଶୁ ସୁରକ୍ଷା ଅଧିକାରୀ ନିରଞ୍ଜନ କର ପ୍ରମୁଖ ଯୋଗଦେଇ ଉକ୍ତ କ୍ଲବ୍ର ଗଠନ କାର୍ଯ୍ୟ ପରିସର ଓ ଉପାଦେୟତା ସମ୍ପର୍କରେ ଆଲୋକପାତ କରିବା ସହିତ ଶିଶୁମାନଙ୍କ ଯନô ଓ ସୁରକ୍ଷା ସମ୍ବନ୍ଧୀୟ ଆଇନ୍ ଓ ସେଥିରେ ସରକାରୀ ବ୍ୟବସ୍ଥା ବିଷୟରେ ଆଲୋଚନା କରିଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନନିଗୋପାଳ ପାଣିଗ୍ରାହୀ ସ୍ୱାଗତ ଭାଷଣ ଓ ଧନ୍ୟବାଦ୍ ଅର୍ପଣ କରିଥିବା ବେଳେ ପ୍ରାଧିକରଣ ଏବଂ ବିଦ୍ୟାଳୟର କର୍ମଚାରୀମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ବିଦ୍ୟାଳୟର ଛାତ୍ରଛାତ୍ରୀ, ଶିକ୍ଷକ, ଶିକ୍ଷୟତ୍ରୀ ଏଥିରେ ଅଂଶ ଗ୍ରହଣ କରିଥିଲେ ।