ଜିପିଏଲ୍ଏଫ୍ ଓ ଇସି ସଂଘର ଧାରଣା 

 ରାଜକନିକା : ଜାଗୁଳାଇପଡା ପଞ୍ଚାୟତ ର ଜିପିଏଲେଫ ଓ ଇସି ସଙ୍ଘର ଏକାଧିକ ମହିଳା ବିଭିନ୍ନ ଦାବିନେଇ ରାଜକନିକା ବ୍ଲକ ପରିସରରେ ଥିବା ଜୀବିକା ମିଶନ କାର୍ଯ୍ୟାଳୟ ସମ୍ମୁଖରେ ଅହୋରାତ୍ର ଧାରଣା ଦେଇଥିବା ଦେଖିବାକୁ ମିଳିଛି । ସରକାରୀ ନିୟମାନୁଯାୟୀ ତିନିବର୍ଷ ନପୁରିଲେ ସଭାପତି ଓ ସମ୍ପାଦକ ପରିବର୍ତ୍ତନ ହେବାକୁ ନଥିବା ବେଳେ ସେମାନଙ୍କୁ କାହିଁକି ପରିବର୍ତ୍ତନ କରାଯାଉଥିବା ଚିଠି କରାଯାଇଛି । ଏହା ସହିତ ଉକ୍ତ ପଞ୍ଚାୟତରେ ଏମ୍ବିକେ ଓ ସିଆରପି ନିଯୁକ୍ତି ନହେବା, କୌଣସି ସରକାରୀ ସହାୟତା ନମିଳିବା ଦାବିନେଇ ଏହି ଧାରଣା ଦିଆଯାଇଥିବା ବେଳେ ସମସ୍ତ ଦାବି ପୂରଣ ନହେଲେ ପଞ୍ଚାୟତ ରେ ସମସ୍ତ କାର୍ଯ୍ୟ ବନ୍ଦ ରଖିବାକୁ ସଙ୍ଘ ନିଷ୍ପତି ନେଇଥିବା ବେଳେ ରାଜକନିକା ବିଡ଼ିଓ କୈଳାସ ଚନ୍ଦ୍ର ମହାଳିକ ସଙ୍ଘର ମହିଳାଙ୍କୁ ବୁଝା ସୁଝା କରିବା ସହ ଏହି ଦାବି ସବୁ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରାଇବାକୁ ପ୍ରତିଶ୍ରୁତି ଦେବାପରେ ମହିଳା ଧାରଣରୁ ଓହରିଛନ୍ତି । ତେବେ ଏହି ଧାରଣରେ ନିଖିଳ ଓଡିଶା ଜୀବିକା ମିଶନ ଇସି ସଙ୍ଘର ସଭାନେତ୍ରୀ ଗାୟତ୍ରୀ ମହାନ୍ତି, ସମ୍ପାଦିକା ମିନତୀ ବିଶ୍ୱାଳଙ୍କ ନେତୃତ୍ୱରେ ପ୍ରଭାବତୀ ସାହୁ, ଉର୍ମିଳା ମହାପାତ୍ର, ବିନୋଦିନୀ ମହାନ୍ତି, ସନ୍ଧ୍ୟାରାଣୀ ବେହେରା, ଶାନ୍ତିଲତା ମଳିକ, ଅନିତା ମାହୁନ୍ତ, ସସ୍ମିତା ବେହେରା, ଜୋସ୍ନାରାଣୀ ମଲ୍ଲିକ, କୁନୀଲତା ସାମଲ, ବବିତା ନାୟକ, ବନଲତା ବେହେରା ପ୍ରମୁଖ ରହିଥିଲେ ।