ନିମ୍ନମାନର କାର୍ଯ୍ୟ, ଧସିଗଲା ପଥରପ୍ୟାକିଂ
ରାଜନଗର : ରାଜନଗର ବ୍ଲକ ଘଡିଆମାଳ ପଚାଂୟତ ଜୁଣଗଡି ଗାଁ ନିକଟ ବ୍ରାହ୍ମଣୀ ନଦୀ ପାଶ୍ୱର୍ରେ କରାଯାଇଥିବା ପଥର ପ୍ୟାକିଂ ନଦୀ ମଧ୍ୟକୁ ଧସି ଯାଇଥିବା ଦେଖିବାକୁ ମିଳିଛି । ଏହି ଗାଁର ଦର୍ପନାରାୟଣ ପ୍ରଧାନଙ୍କ ଘର ନିକଟରେ ପଥର ପ୍ୟାକି ଖସିଯିବା ସହ ମାଟି ଅତଡା ଧସିବାରେ ଲାଗିଛି । ଚଳିତ ବର୍ଷ ଜାନୁୟାରୀ ମାସରେ ତଟବନ୍ଧ ବିଭାଜନ ପକ୍ଷରୁ ଦୁଇଟି ପ୍ୟାକେଜରେ ପ୍ରାୟ ୮୦ଲକ୍ଷ ଟଙ୍କାରୁ ଉଦ୍ଧ୍ୱର୍ ବ୍ୟୟ ଅଟକଳରେ ପଥର ପ୍ୟାକିଂ କରାଯାଇଥିଲା । ଠିକାସଂସ୍ଥା ର ଠ ଭାବେ କାମ କରିଥିବା ନେଇ ଅଭିଯୋଗ ହୋଇ ଆସୁଥିଲେ ମଧ୍ୟ ବିଭାଗୀୟ ଅଧିକାରୀ ଏହାକୁ କର୍ଣ୍ଣପାତ କରୁନଥିଲେ । ନଦୀ ମଧ୍ୟକୁ ଡମ୍ପି ଠିକ୍ ଭାବେ ହୋଇନଥିବାରୁ ପଥର ପ୍ୟାକିଂ ଧସି ଯାଉଥିବା ଅଭିଯୋଗ ହୋଇଛି । ଏନେଇ ତଟବନ୍ଧ ବିଭାଜର କନିଷ୍ଠଯନ୍ତ୍ରୀ ଜୟଚନ୍ଦ୍ର ଜେନାଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ନଦୀର ସ୍ରୋତ ଜୁଣଗଡି ଗାଁ ପାଶ୍ୱର୍ରେ ଅଧିକ ଥିବାରୁ ଏକାଧିକବାର ଧସି ଗଲାଣି । ଏବେବି ଆମେ ତିନିଟ୍ରିପ ପଥର ରଖିଛି ବର୍ଷା ଛାଡିଲେ ପୁନର୍ବାର କାମ କରିବୁ ବୋଲି କହିଛନ୍ତି । ସୂଚନା ଥାଉକି, ରେଙ୍ଗାଲୀ ନଦୀବନ୍ଧ ଯୋଜନା ପରେ ବ୍ରାହ୍ମଣୀ ନଦୀରେ ବର୍ଷସାରା ଉପର ମୁଣ୍ଡରୁ ଆସୁଥିବା ପାଣିର ପରିମାଣ କମିଗଲା । ଯାହାଫଳରେ ନଦୀଶଯ୍ୟା ପୋତି ହେବାରେ ଲାଗିଛି । ଏପରିକି ରାଜକନିକା ପାଶ୍ୱର୍ରୁ ଅନେକ ଡିଆ ସୃଷ୍ଟି ହେଲାଣି । ଜୁଣଗଡି ଗାଁ ନିକଟରେ ବର୍ଷାଦିନେ ଅଧିକ ସ୍ରୋତ ପ୍ରବାହିତ ହେଉଥିବାରୁ ବାରମ୍ବାର ଅତଡା ଧସି ଗାଁ ପ୍ରତି ବିପଦ ସୃଷ୍ଟି ହେବାରେ ଲାଗିଛି । ବ୍ରାହ୍ମଣୀ ନଦୀ ଆଁରେ ଜୁଣଗଡି ଗାଁ ରହିଛି ।