ପୂରାତନ ଛାତ୍ରନେତାଙ୍କ ସମ୍ମିଳନୀ

 ରାଜକନିକା:  ରାଜକନିକା ଆଥଲେଟିକ ଆସୋସିଏସନ୍ ସଭାଗୃହରେ କନିକା-ଆଳି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ପୂରାତନ ଛାତ୍ରନେତା ସମ୍ମିଳନୀ ଅନୁଷ୍ଠିତ ହୋଇଛି । ପୂରାତନ ଛାତ୍ରନେତା ଏକତ୍ରିତ ହୋଇ ପୁରୁଣା ସ୍ମୃତି ମନେ ପକାଇଛନ୍ତି । ନିଜର ବ୍ୟକ୍ତିଗତ ଜୀବନରେ ସଂଗଠନର ବିଚାର କେତେ ଉପଯୋଗୀ ହୋଇ ପାରିଛି ଛାତ୍ରନେତା ମାନେ ଚର୍ଚ୍ଚା କରିଛନ୍ତି । ଶୃଙ୍ଖଳିତ ଛାତ୍ର ସମାଜ ହିଁ କେବଳ ସୁସ୍ଥ ସମାଜ ଗଠନ କରିବାରେ ସହାୟକ ହେବ ବୋଲି ଉପସ୍ଥିତ ଛାତ୍ରନେତା ମାନେ ମତବ୍ୟକ୍ତ କରିଥିଲେ । ସଙ୍ଗଠନ ମାଧ୍ୟମରେ ଆଳି-କନିକାର ଛାତ୍ରଛାତ୍ରୀ ମାନଙ୍କୁ ଉଜ୍ଜ୍ୱଳ ଭବିଷ୍ୟତ ଗଠନରେ ମାର୍ଗଦର୍ଶନ କରିବାକୁ ଆଜିର ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି । ବୈଠକରେ ଏସ୍ଏନ କଲେଜ ପ୍ରାକ୍ତନ ଛାତ୍ର ସଂସଦ ସଭାପତି ରାଜ ନାରାୟଣ ଜେନା, ଆଳି କଲେଜ ଛାତ୍ର ସଂସଦ ସଭାପତି ରାଧାକାନ୍ତ ବିଶ୍ୱାଳ, ସ୍ମୃତି ବିଶ୍ୱାଳ, ନୂତନ ରାଉତ, ସତ୍ୟ ନାରାୟଣ ଜେନା, ରଞ୍ଜନ ପାତ୍ର , ନିହାର ରଞ୍ଜନ ସ୍ୱାଇଁ, ବିଜୟ ସାହୁ, ପ୍ରମୋଦ ଧଳ, ଶ୍ରୀକାନ୍ତ ବରଜ, ଶ୍ୟାମ ସୁନ୍ଦର ତ୍ରିପାଠୀ, ପ୍ରଶାନ୍ତ ବେହେରା, ସଞ୍ଜୟ ନାୟକ, ବୈଲୋଚନ ଦାସ, ଶ୍ରେୟସ ଦାସ, ଦେବବ୍ରତ ମାହୁନ୍ତ, ପ୍ରକାଶ ନାୟକ, ସଂଗ୍ରାମ ଦଳାଇ, ପ୍ରଦୁ୍ୟମ୍ନ ସାହୁ, ଶୁଭାଶିଷ ଷଡ଼ଙ୍ଗୀ, ବିଭୁ ପ୍ରସାଦ ମହାନ୍ତି ଓ ଦେବଜ୍ୟୋତି ଜେନା ପ୍ରମୁଖ ଉପସ୍ଥିତ ଥିଲେ ।