ଦିବ୍ୟାଙ୍ଗ କାଉଡିଆଙ୍କୁ ସେବା
କେନ୍ଦ୍ରାପଡ଼ା : ଜଳାଭିଷେକ କରିବା ଓ ମାନସିକ ପୂରଣ କରିବା ଲକ୍ଷରେ ଦିବ୍ୟାଙ୍ଗ ଭାଇ ମାନଙ୍କୁ ଏକତ୍ରିତ କରି ଜଳାଭିଷେକ କରିବାର ନୂତନ ପ୍ରଚେଷ୍ଟା ଶ୍ରୀ ଜଗନ୍ନାଥ ଚାରି ଟେବୁଲ ଟ୍ରଷ୍ଟ ଦ୍ୱାରା କରାଯାଇଛି । କେନ୍ଦ୍ରାପଡ଼ା ଜିଲ୍ଲାର ତିନିମୁହାଣି ନିକଟସ୍ଥ ନାଉପାଳ ଗ୍ରାମ ନିକଟ ଗୋବରୀ ନଦୀ ରୁ ପାଣି ଉଠାଇ ବାବା ବିଲେଶ୍ୱର ମହାଦେବଙ୍କ ପୀଠରେ ଜଳାଭିଷେକ କରିଛନ୍ତି । ସେମାନଙ୍କ ପାଇଁ ଟ୍ରଷ୍ଟ ପକ୍ଷରୁ ସମସ୍ତ ସରଞ୍ଜାମ ଯୋଗାଇ ଦିଆଯାଇଛି । ସେମାନେ ତାଙ୍କର ତିନି ଚକିଆ ଯାନ ରେ ବସିଥିଲେ ଓ କାଉଡ଼ି ଭାର ଧରିଥିଲେ । ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟର କର୍ମକର୍ତ୍ତା ମାନେ ମିଶି ତାଙ୍କ ଯାନକୁ ଠେଲି ଠେଲି ନେଇ ବାବାଙ୍କ ପୀଠରେ ପହଞ୍ଚି ଥିଲେ । ଏହା ପରେ ତାଙ୍କୁ କାନ୍ଧ ରେ କାନ୍ଧ ମିଳାଇ ଟେକି ନେଇ ବାବାଙ୍କ ଦର୍ଶନ କରାଇଥିଲେ । କାର୍ଯ୍ୟକ୍ରମରେ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟର ସଭାପତି ଦମନ ମହାନ୍ତି, କୋଷାଧ୍ୟକ୍ଷ ବିଭୁ ପ୍ରସାଦ ସାହୁ, ଡାକ୍ତର ବିରେନ୍ଦ୍ର କୁମାର ଦାଶ,ଦିଲ୍ଲିପ କୁମାର ନାଥ, ଶାନ୍ତନୁ ମଲ୍ଲିକ, ବାବାଜୀ ବାରିକ, ସିନୁ କୁମାର ରାଓ, ବିଭୁ ପ୍ରସାଦ ପତି, ଧିରେନ୍ ସାହୁ, ଦେବାଶିଷ ମହାପାତ୍ର, ତାପସ ପରିଡା, ଅକ୍ଷୟ କୁମାର ଭଳ, ଶଶିକାନ୍ତ ନାଥ, ରମାକାନ୍ତ ସାହୁ, ସୁକୁନି ନାୟକ, ଆଶିଷ ବିଶ୍ୱାଳ ଓ ସଚେତନ୍ ଶତପଥୀ ଉପସ୍ଥିତ ଥିଲେ ।