ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାର ତଦାରଖ କଲେ ଜିଲ୍ଲାପାଳ

 ବଲାଙ୍ଗିର : ଜିଲ୍ଲାପାଳ ଗୌରୱ ଶିୱାଜି ଇସାଲୱାର ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାର ତଦାରଖ କରିବା ପାଇଁ ସମଲେଶ୍ୱରୀ ମଲ୍ଟି ସ୍ପେଶାଲିଟି ହସ୍ପିଟାଲ ପରିଦର୍ଶନ କରିଛନ୍ତି । କାଉଣ୍ଟରରେ ରେଜିଷ୍ଟ୍ରେସନ ପ୍ରକ୍ରିୟା ଏବଂ ନୂଆକାର୍ଡ ନ ଥିବା ସ୍ଥଳେ ରୋଗୀ କିପରି ବିନା ଅସୁବିଧାରେ ଚିକିସôା ପାଇପାରିବେ, ସେ ବାବଦରେ ପୁଙ୍ଖାନୁପୁଙ୍ଖ ବୁଝିଥିଲେ । ଆୟୁଷ୍ମାନ ଭାରତ କାର୍ଡ ନଥିଲେ ଆଧାର କାର୍ଡ ସହାୟତାରେ ରୋଗୀ ଆଡମିଶନ କରୁଛନ୍ତି କି ନାହିଁ, କେହି ପଇସା ମାଗୁଛନ୍ତି କି ସେ ବିଷୟରେ ରୋଗୀଙ୍କୁ ପଚାରି ବୁଝିଥିଲେ ।  ଯୋଜନା ଆରମ୍ଭରୁ ବର୍ତ୍ତମାନ ସୁଦ୍ଧା କେତେ ରୋଗୀ  ଚିକତ୍ସିତ ହୋଇଛନ୍ତି, ସେ ବିଷୟରେ ପଚାରି ବୁଝିଥିଲେ । ତାଙ୍କର ଏହି ଗସ୍ତ ବେଳେ ଟିଟିଲାଗଡ ଉପଜିଲ୍ଲାପାଳ ରେହାନ କ୍ଷେତ୍ରୀ , ଜିଲ୍ଲା ମୁଖ୍ୟ ଚିକିସôାଧିକାରୀ ଡା ରମେଶ ଚନ୍ଦ୍ର ସାହୁ, ଜିଲ୍ଲା ପ୍ରକଳ୍ପ ସଂଯୋଜକ ପ୍ରମୁଖ ଉପସ୍ଥିତ ଥିଲେ ।