କଜେରେ ଫାକଲିଟି ଡେଭଲପ୍ମେଣ୍ଟ ପୋଗ୍ରାମ
ରାଜକନିକା : ଶୈଳେନ୍ଦ୍ର ନାରାୟଣ କଲେଜ ଆଇକୁ୍ୟଏସି ସେଲ୍ ପକ୍ଷରୁ ଫାକଲଟି ଡେଭଲପମେଣ୍ଟ ପୋଗ୍ରାମ ଅନୁଷ୍ଠିତ ହୋଇଯାଇଛି । ଅଧ୍ୟକ୍ଷା ପ୍ରଫେସର ସୁରେଖା ରାଉତଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଉକ୍ରଳ ବିଶ୍ୱବିଦ୍ୟାଳୟ ପ୍ରାକ୍ତନ ବାଣିଜ୍ୟ ବିଭାଗ ମୁଖ୍ୟ ପ୍ରଫେସର ଡ. ଜୟନ୍ତ ପରିଡା ନାଆକ ଉପଦେଷ୍ଟା ଭାବେ ଫାକଲଟି ଡେଭଲପ୍ମେଣ୍ଟ ପୋଗ୍ରାମ ବିଷୟରେ ଆଲୋଚନା କରିଥିଲେ । କାର୍ଯ୍ୟକ୍ରମରେ ନାଆକ କୋଡିନେଟର ଡ. ମିଥିଲା ଦାସ, ଆଇକୁ୍ୟଏସି କୋଡିନେଟର ଡ. ମିର୍ଜା ଇବ୍ରାହିମ ବେଗ, ପ୍ରଶାସନିକ ଅଧିକାରୀ ଡ. ସଂଜୀବ ଦାଶ ଯୋଗ ଦେଇଥିବା ବେଳେ, ରସାୟନ ବିଜ୍ଞାନ ମୁଖ୍ୟ ଡ. ଅଜୟ କୁଣ୍ଡ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମରେ ସମସ୍ତ ଅଧ୍ୟାପକ ଅଧ୍ୟାପିକା ଓ କର୍ମଚାରୀ ଯୋଗଦେଇ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।