‘କୋଭିଡ ଲକ୍ଷଣ ଥିଲେ ରଥଯାତ୍ରାକୁ ଯାଆନ୍ତୁନି’ : ସ୍ୱାସ୍ଥ୍ୟ ବିଭାଗ

ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଖେଇ ଆସୁଛି । ତେବେ ବର୍ତ୍ତମାନ ରାଜ୍ୟରେ ତଥା ଦେଶରେ କୋଭିଡ୍ ବଢିବାରେ ଲାଗିଛି। ଏଥିପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପରାମର୍ଶ ଜାରି କରାଯାଇଛି । କୋଭିଡ୍ ଭଳି ଲକ୍ଷଣ ଥିଲେ ରଥଯାତ୍ରାକୁ ନଯିବାକୁ ପରାମର୍ଶ ଦିଆଯାଇଛି।
ଥଣ୍ଡା, ଜ୍ୱର ତିଲେ ରଥଯାତ୍ରାକୁ ଯାଆନ୍ତୁନି କୁହାଯାଇଛି । ବୟୋବୃଦ୍ଧ ବ୍ୟକ୍ତି, ଗୁରୁତର ରୋଗୀ ରଥଯାତ୍ରାକୁ ନଯିବାକୁ ପରାମର୍ଶ ଦିଆଯାଇଛି। ଆହୁରି କୁହାଯାଇଛି ଯେ, ରଥଯାତ୍ରାକୁ ଗଲେ ମାସ୍କ ବ୍ୟବହାର କରିବାକୁ ପରାମର୍ଶ। ହାତ ଧୋଇବା, ସ୍ୱଚ୍ଛ ପିଇବା ପାଣି ବ୍ୟବହାର ଉପରେ ଗୁରୁତ୍ୱ ଦିଆଯାଇଛି। ପୁରୀରେ କୋଭିଡ ବେଳର ଆଇସିୟୁକୁ କାର୍ଯ୍ୟକ୍ଷମ କରାଯାଉଛି। ଡାକ୍ତର ଖାନାରେ ଶଯ୍ୟା, ଡାକ୍ତର ସଂଖ୍ୟା ବଢାଯାଇଛି। ଆମ୍ବୁଲାନ୍ସ ଓ ସ୍ୱାସ୍ଥ୍ୟକର୍ମୀଙ୍କୁ ପ୍ରସ୍ତୁତ ରହିବାକୁ କୁହାଯାଇଛି। ଏନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଅମରେନ୍ଦ୍ର ନାଥ ମହାନ୍ତି ସୂଚନା ଜାରି କରିଛନ୍ତି।