ବାଇକ୍ ଦୁର୍ଘଟଣାରେ ଯୁବକ ମୃତ 

 ଆସିକା :  ଭାବିଲେ ଡ଼ର ଲାଗୁଛି । କାମ ସାରି ଘରକୁ ଫେରୁଥିବା ପିଲା ଯେ, ଆଉ ଘରକୁ ଫେରିବନି ଏକଥା କେହି ଜଣି ନ ଥିବେ । ଘର ଲୋକ ଚାହିଁ ବସିଥିବା ବାଟରେ ତାଙ୍କ ପୁଅ ଆଉ ଫେରିବନି ବୋଲି କେହିବି ଭାବି ନଥିବେ । ଏପରି ଏକ ଘଟଣ ଘଟିଛି ଆସିକା ଥାନା ଇଲାକାର କଇଁଫୁଲିଆ ଛକରେ । ବାଇକ ଦୁର୍ଘଟଣାରେ ଯୁବକର ମୃତୁ୍ୟ ଘଟିଛି । କୁନା ରାଉତଙ୍କ ପୁଅ ରାହୁଲ ରାଉତ ଆସିକାରୁ ନିଜ ଘରକୁ ଓଡି ୩୨-୯୪୦୬ ବାଇକ ଯୋଗେ ଫେରୁଥିବାରୁ ବେଳେ, ପଛ ପଟୁ ଅଜଣା ଗାଡି ଧକ୍କା ଦେଇଥିଲେ । କଇଁଫୁଲିଆ ଛକ ନୂତନ ବ୍ରିଜ ଉପରେ ଛିଟିକି ପଡିଥିଲା ରାହୁଲ । ରାହୁଲକୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଆସିକା ଉପଖଣ୍ଡ ଚିକିତ୍ସାଳୟକୁ ଆଣିଥିଲେ । ସେଠାରେ ଡାକ୍ତର ରାହୁଲକୁ ମୃତୁ୍ୟ ଘୋଷଣା କରିଥିଲେ । ଖବର ପାଇଁ ପୋଲିସ ଘଟଣା ସ୍ଥଳରେ ପହଁଚି ତଦନ୍ତ ଚଳାଇଛି । ମୃତ ରାଉଳ ଏୟାରଟେଲ କମ୍ପାନୀ କାମ କରି ଘରକୁ ଫେରୁଥିଲେ ।