ଆଜିଠୁ ହିଟ୍ ୱେଭ୍, ୱାର୍ଣ୍ଣିଂ ଜାରି
ଭୁବନେଶ୍ୱର: ଆଜି ତାତି ୪୦ ଟପିଯାଇଛି । ଆସନ୍ତାକାଲି ଠାରୁ ରାଜ୍ୟରେ ଗ୍ରୀଷ୍ମଲହର ଅନୁଭୂତ ହେବ । ତିନି ଦିନ ଧରି ହିଟ୍ ୱେଭ୍ ଜନଜୀବନ କଲବଲ କରିଦେବ । ପାଣିପାଗ ବିଜ୍ଞାନ ପକ୍ଷରୁ ଏଭଳି ଆକଳନ କରାଯାଇଛି ।
ଆଇଏମଡ଼ିର ଆକଳନ ଅନୁଯାୟୀ ଆସନ୍ତା ୧୩ରୁ ୧୬ ପର୍ଯ୍ୟନ୍ତ ରାଜ୍ୟରେ ହିଟ୍ୱେଭ୍ ଜାରିରହିବ । ରାଜ୍ୟରେ ସର୍ବୋଚ୍ଚ ତାପମାତ୍ରା ୨ରୁ ୩ ଡିଗ୍ରୀ ବଢ଼ିଯିବ । ଆଭ୍ୟନ୍ତରୀଣ ଓଡ଼ିଶାରେ ୩ରୁ ୪ ଡିଗ୍ରୀ ବଢ଼ିବାର ସମ୍ଭାବନା ରହିଛି । ମାର୍ଚ୍ଚ ୧୩ ସକାଳ ସାଢ଼େ ୮ଟା ସୁଦ୍ଧା ଝାରସୁଗୁଡା, ସମ୍ବଲପୁର, ବଲାଙ୍ଗୀର ଓ ବୌଦ୍ଧରେ ଗ୍ରୀଷ୍ମଲହର ଅନୁଭୂତ ହେବ । ସେହିସବୁ ଜିଲ୍ଳାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରି ୧୪ ସକାଳ ସାଢ଼େ ୮ ସୁଦ୍ଧା ଝାରସୁଗୁଡ଼ା, ସମ୍ବଲପୁର, ବଲାଙ୍ଗୀର, ବୌଦ୍ଧ, ସୁନ୍ଦରଗଡ଼ ଓ ଅନୁଗୁଳରେ ହିଟ୍ ୱେଭ ହେବାର ଥିବାରୁ ସେହିସବୁ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରିହୋଇଛି ।
ଅପରପକ୍ଷରେ ମାର୍ଚ୍ଚ ୧୫ ସକାଳ ସାଢ଼େ ୮ ସୁଦ୍ଧା ଝାରସୁଗୁଡ଼ା, ସମ୍ବଲପୁର, ବଲାଙ୍ଗୀର ଓ ବୌଦ୍ଧରେ ହିଟ୍ ୱେଭ୍ ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରି ଅନୁଗୁଳ, ସୋନପୁର, ବରଗଡ଼, ସୁନ୍ଦରଗଡ଼ ଓ ମୟୂରଭଞ୍ଜକୁ ୟେଲୋ ୱାର୍ଣ୍ଣି ଜାରିହୋଇଛି । ଏତଦବ୍ୟତୀତ ସୁନ୍ଦରଗଡ଼, ବଲାଙ୍ଗୀର, ବରଗଡ଼ ଓ ବୌଦ୍ଧରେ ରାତିରେ ବି ଉଷ୍ମତା ପରିଲକ୍ଷିତ ହେବ । ଏହାଛଡ଼ା ୧୬ ତାରିଖ ସକାଳ ସାଢ଼େ ୮ ସୁଦ୍ଧା ଝାରସୁଗୁଡ଼ା ଓ ସମ୍ବଲପୁର ଜିଲ୍ଲାକୁ ହିଟ୍ ୱେଭ୍ ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଥିବାବେଳେ ବରଗଡ଼, ସୁନ୍ଦରଗଡ଼ ଓ ମୟୂରଭଞ୍ଜ ପାଇଁ ୟେଲୋ ୱାର୍ଣ୍ଣିଂ ଏବଂ ବରଗଡ଼, ସୁନ୍ଦରଗଡ଼ ଓ ମୟୂରଭଞ୍ଜ ନିମନ୍ତେ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଏହାଛଡ଼ା ସୁନ୍ଦରଗଡ଼, ବଳାଙ୍ଗୀର, ବରଗଡ଼, ବୌଦ୍ଧ ନିମନ୍ତେ ରାତି ତାତି ପାଇଁ ସତର୍କ ସୂଚନା ଜାରିହୋଇଛି । ଅଂଶୁଘାତର ମୁକାବିଲା ପାଇଁ ସଜାଗ ହେବାକୁ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ପକ୍ଷରୁ ଜିଲ୍ଲାପାଳମାନଙ୍କୁ ନିଦେ୍ର୍ଦଶ ଦିଆଯିବା ସହ ପ୍ରତିଷେଧାତ୍ମକ ପଦକ୍ଷେପ ନେବାକୁ ଜନସାଧାରଣଙ୍କୁ ଅନୁରୋଧ କରାଯାଇଛି ।