ମରିସସରେ ମୋଦିଙ୍କୁ ‘ଜିସିଏସକେ’ ସମ୍ମାନ

 ନୂଆଦିଲ୍ଲୀ  : ଦୁଇଦିନିଆ ମରିସସ୍ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଆଜି ମରିସସ୍ ପକ୍ଷରୁ ଦେଶର ସର୍ବୋଚ୍ଚ ନାଗରିକତା ସମ୍ମାନ ‘ଗ୍ରାଣ୍ଡ କମାଣ୍ଡର୍ ଅଫ୍ ଦି ଅର୍ଡର ଅଫ୍ ଦି ଷ୍ଟାର୍ ଆଣ୍ଡ କି ଅଫ୍ ଦି ଇଣ୍ଡିଆନ ଓସନ୍’ (ଜିସିଏସକେ)ରେ ସମ୍ମାନିତ କରାଯାଇଛି । ମରିସସ୍ ପ୍ରଧାନମନ୍ତ୍ରୀ ନବୀନ ଚନ୍ଦ୍ର ରାମଗୁଲାମ ଗତକାଲି ଏହି ସମ୍ମାନ ପାଇଁ ଘୋଷଣା କରିଥିବା ବେଳେ ଆଜି ଏକ ଭବ୍ୟ ସମାରୋହରେ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି । ଏଥିପାଇଁ ମୋଦି ମରିସସ୍ର ରାଷ୍ଟ୍ରପତି ଧରମବୀର ଗୋକୁଲ, ପ୍ରଧାନମନ୍ତ୍ରୀ ମହାମହିମ ନବୀନ ଚନ୍ଦ୍ର ରାମଗୁଲାମଙ୍କୁ କୃତଜ୍ଞତା ଜ୍ଞାପନ କରିବା ସହ “ଏହି ସମ୍ମାନ କେବଳ ମୋ ପାଇଁ ନୁହେଁ; ଏହା ୧୪୦ କୋଟି ଭାରତୀୟଙ୍କ ସମ୍ମାନ ବୋଲି କହିଥିଲେ । ଏହା ଭାରତ ଏବଂ ମରିସସ୍ ମଧ୍ୟରେ ଶହ ଶହ ବର୍ଷ ପୁରୁଣା ସାଂସ୍କୃତିକ ଏବଂ ଐତିହାସିକ ଆତ୍ମୀୟ ବନ୍ଧନ ପ୍ରତି ଏକ ସମ୍ମାନ । ଏହା ହେଉଛି ଆଞ୍ଚଳିକ ଶାନ୍ତି, ପ୍ରଗତି, ସୁରକ୍ଷା ଏବଂ ଦୀର୍ଘସ୍ଥାୟୀ ବିକାଶ ପ୍ରତି ଆମର ସହଭାଗୀ ପ୍ରତିବଦ୍ଧତାର ସ୍ୱୀକୃତି । ଆଉ ଏହା ଗ୍ଲୋବାଲ ସାଉଥ୍ର ସହଭାଗୀ ଆଶା ଓ ଆକାଂକ୍ଷାର ପ୍ରତୀକ ।”
ମୋଦି କହିଥିଲେ ଯେ, ଶହ ଶହ ବର୍ଷ ପୂର୍ବେ ଭାରତରୁ ମରିସସକୁ ଆସିଥିବା ଆପଣମାନଙ୍କ ପୂର୍ବପୁରୁଷମାନଙ୍କୁ ଏବଂ ସେମାନଙ୍କ ସମସ୍ତ ପିଢ଼ିକୁ ମୁଁ ଏହାକୁ ଉତ୍ସର୍ଗ କରୁଛି । ସେମାନଙ୍କର କଠିନ ପରିଶ୍ରମ ଦ୍ୱାରା, ସେମାନେ ମରିସସର ବିକାଶରେ ଏକ ସୁବର୍ଣ୍ଣ ଅଧ୍ୟାୟ ଲେଖିଥିଲେ ଏବଂ ଏହାର ଜୀବନ୍ତ ବିବିଧତାରେ ଯୋଗଦାନ କରିଥିଲେ । ମୁଁ ମଧ୍ୟ ଏହି ସମ୍ମାନକୁ ଏକ ଦାୟିତ୍ୱ ଭାବେ ଗ୍ରହଣ କରୁଛି ।
ଅପରପକ୍ଷେ ମୋଦି ଏବଂ ମରିସସର ପ୍ରଧାନମନ୍ତ୍ରୀ ନବୀନଚନ୍ଦ୍ର ରାମଗୁଲାମ ଆଜି ମରିସସର ରେଡୁଇଟ୍ ଠାରେ ଅଟଳ ବିହାରୀ ବାଜପେୟୀ ଇନଷ୍ଟିଚୁ୍ୟଟ୍ ଅଫ୍ ପବ୍ଲିକ୍ ସର୍ଭିସ୍ ଆଣ୍ଡ ଇନୋଭେସନକୁ ମିଳିତ ଭାବେ ଉଦ୍ଘାଟନ କରିଛନ୍ତି । ୨୦୧୭ର ଏକ ବୁଝାମଣାପତ୍ର ଅଧୀନରେ ୪.୭୪ ନିୟୁତ ୟୁଏସ ଡଲାର ଅନୁଦାନ ମାଧ୍ୟମରେ ଏହି ଅତ୍ୟାଧୁନିକ ଅନୁଷ୍ଠାନ ମନ୍ତ୍ରଣାଳୟ, ସରକାରୀ କାର୍ଯ୍ୟାଳୟ, ଅର୍ଦ୍ଧ ସରକାରୀ ସଂସ୍ଥା ଏବଂ ସରକାରୀ ଉଦ୍ୟୋଗ ଗୁଡିକରେ ମରିସସର ପ୍ରଶାସନିକ କର୍ମଚାରୀଙ୍କ ପ୍ରଶିକ୍ଷଣ ଆବଶ୍ୟକତା ପୂରଣ କରିବ । ପ୍ରଶିକ୍ଷଣ ବ୍ୟତୀତ, ଏହି ଅନୁଷ୍ଠାନ ଭାରତ ସହିତ ଗବେଷଣା, ଶାସନ ଅଧ୍ୟୟନ ଏବଂ ବିଭିନ୍ନ ସଂସ୍ଥା ସହିତ ସମ୍ପର୍କକୁ ପ୍ରୋସôାହିତ କରିବ ଏବଂ ସାଧାରଣ ପ୍ରଶାସନରେ ଏକ ଉକôର୍ଷ କେନ୍ଦ୍ର ଭାବରେ କାର୍ଯ୍ୟ କରିବ । ଏହି ଅବସରରେ ପ୍ରଧାନମନ୍ତ୍ରୀ ଆଇଟିଇସି ଏବଂ ଭାରତ ସରକାରଙ୍କ ସ୍କଲାରସିପ୍ ଲାଭ କରିଥିବା ପୂର୍ବତନ ଛାତ୍ରଛାତ୍ରୀଙ୍କ ସହ ମଧ୍ୟ ଆଲୋଚନା କରିଥିଲେ । ଏହି ଦକ୍ଷତା ବୃଦ୍ଧି ଦୁଇ ଦେଶ ମଧ୍ୟରେ ଲୋକମାନଙ୍କ ମଧ୍ୟରେ ସମ୍ପର୍କକୁ ଆହୁରି ସୁଦୃଢ଼ କରିଛି ବୋଲି ମୋଦି ମତବ୍ୟକ୍ତ କରିଥିଲେ ।