୧୦ ଫୁଟର ଅଜଗର ଉଦ୍ଧାର
ନୀଳଗିରି: ଗାଁ ଭିତରକୁ ପଶିଲା ୧୦ ଫୁଟ ଲମ୍ବର ଅଜଗର । ସାପ ଦେଖି ଗ୍ରାମବାସୀ ଭୟଭୀତ ହୋଇ ପଡିଥିଲେ । ଏଭଳି ଘଟଣା ବାଲେଶ୍ୱର ଜିଲ୍ଲା ନୀଳଗିରି ସ୍ୱର୍ଣ୍ଣଚୁଡ ପାଦଦେଷ ଅଞ୍ଚଳରେ ଦେଖିବାକୁ ମିଳିଛି । ନୀଳଗିରି ଏନଏସି ୮ନଂ ୱାଡ ସାନହତା ଗାଁରେ ଆଜି ଦିନ ୧୦ଟା ସମୟରେ କିଛି ଗୋରୁ ଗାଈ ଭୟରେ ଦୌଡ଼ୁ ଥିବା ଦେଖିବାକୁ ଗ୍ରାମବାସୀ ପାଇଥିଲେ । ପାଖରେ ଏକ ବିରାଟ ଅଜଗର ସାପଟି ସୁରେନ୍ଦ୍ର ନାୟକଙ୍କ ବାଡିକୁ ପଶି ଯାଇଥିଲା । ଗ୍ରାମବାସୀ ଅଜଗରଟିକୁ ଦେଖି ଭୟଭୀତ ହୋଇପଡିଥିଲେ । ସେହି ଅଞ୍ଚଳର ଖଗେଶ୍ୱର ବେହେରା ନାମକ ଯୁବକ ଅତି ସତର୍କତାର ସହ ସାପଟିକୁ ଧରି ବନ ବିଭାଗକୁ ଖବର ଦେଇଥିଲେ । ବନ ବିଭାଗ ସାପଟି ଉଦ୍ଧାର କରି କୁଳଡିହା ଅଭୟାରଣ୍ୟରେ ଛାଡି ଦେଇଛନ୍ତି । ପୁର୍ବରୁ ମଧ୍ୟ ବହୁବାର ଅଜଗର ସାପ ସ୍ୱର୍ଣ୍ଣଚୂଡ ପାହାଡରୁ ଖାଦ୍ୟ ଅନ୍ୱ୍ୱେଷଣରେ ଗ୍ରାମାଭିମୁଖି ହେଉଥିବା ଦେଖିବାକୁ ମିଳିଛି ।