ବିଜୁ ଶ୍ରମିକ ସାମ୍ମୁଖ୍ୟର ବିଶାଳ ସମାବେଶ "

 ବାଲେଶ୍ୱର, : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ଏକ କୋଟି ସତୁରି ଲକ୍ଷ ଶ୍ରମିକଙ୍କ ସୁଖ ସୁବିଧା ପାଇଁ ଅନେକ ଯୋଜନା କରିଛନ୍ତି । ଶ୍ରମିକଙ୍କ ମଜୁରୀ ହାରରେ ଏକକାଳୀନ ଅତିରିକ୍ତ ଶହେ ଟଙ୍କା ବୃଦ୍ଧି କରି ନବୀନଙ୍କ ସରକାର ଭାରତରେ ଇତିହାସ ସୃଷ୍ଟି କରିଛନ୍ତି । ଗୁରୁବାର ସନ୍ଧ୍ୟାରେ ସ୍ଥାନୀୟ ସିଦ୍ଧି କଲ୍ୟାଣ ମଣ୍ଡପରେ ବିଜୁ ଶ୍ରମିକ ସାମୁଖ୍ୟର ବିଶାଳ ଶ୍ରମିକ ସମାବେଶକୁ ଉଦବୋଧନ ଦେଇ କଟକ ମ୍ୟୁନିସିପାଲ କର୍ପୋରେସନ ମେୟର ତଥା ରାଜ୍ୟ ବିଜୁ ଶ୍ରମିକ ସାମୁଖ୍ୟର ମହାସଚିବ ସୁବାଷ ସିଂହ ଏ କଥା ଉଲ୍ଲେଖ କରିଛନ୍ତି । କେନ୍ଦୁପତ୍ର ତୋଳାଳୀ, ଶ୍ରମଜୀବୀ, ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ବିଜୁ ସ୍ୱାସ୍ଥ୍ୟ ବୀମା ଯୋଜନା, ବିଦେଶୀ ପୁଞ୍ଜି ବିନିଯୋଗରେ ଦଶ ଲକ୍ଷ ହଜାର କୋଟି ଟଙ୍କା ବିନିଯୋଗ କରାଯାଇଛି । ଓଡ଼ିଶାରେ ଦୀର୍ଘ ବର୍ଷ ଧରି କଟକ ବୁର୍ଲା, ଓ ବ୍ରହ୍ମପୁରରେ ସରକାରୀ ମେଡିକାଲ କଲେଜ ଥିଲା ବେଳେ ନବୀନ ପଟ୍ଟନାୟକ ରାଜ୍ୟରେ ଆଉ ସାତୋଟି ମେଡିକାଲ କଲେଜ ପ୍ରତିଷ୍ଠା କରିଛନ୍ତି । ଏବେ ଭଦ୍ରକରେ ଆଉ ଏକ ସରକାରୀ ମେଡିକାଲ କଲେଜ ଖୋଲିବାକୁ ଯୋଜନା ·ଲିଛି । ବିଧାୟକ ପ୍ରାର୍ଥୀ ସ୍ୱ୍ୱରୂପ ଦାସ ଓ ବାଲେଶ୍ୱର ସଂସଦୀୟ କ୍ଷେତ୍ର ପ୍ରାର୍ଥୀ ଲେଖାଶ୍ରୀ ସାମନ୍ତସିଂହାରଙ୍କୁ ଦୁଇଟି ଶଙ୍ଖ ଚିÿହ୍ନରେ ଭୋଟ ଦେଇ ବିପୁଳ ଭୋଟ ବ୍ୟବଧାନରେ ଜିତାଇବା ଲାଗି ଶ୍ରୀ ସିଂ ନିବେଦନ କରିଥିଲେ । ସଦର ବିଧାୟକ ତଥା ବିଜେଡି ପ୍ରାର୍ଥୀ ସ୍ୱରୂପ ଦାସ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଷଷ୍ଠ ଥର ଲାଗି ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ପଦାସୀନ କରିବା ପାଇଁ ବାଲେଶ୍ୱର ଜିଲ୍ଲାର ସମସ୍ତ ବିଜେଡି ପ୍ରାର୍ଥୀଙ୍କୁ ଶଙ୍ଖ ଚିÿହ୍ନରେ ବିପୁଳ ମାତ୍ରାରେ ଭୋଟ ଦେବାକୁ କରିଥିଲେ । କାର୍ଯ୍ୟକ୍ରମରେ ସଦର ବିଧାୟକ ଶ୍ରୀଯୁକ୍ତ ଦାସ ସଭାପତିତ୍ୱ କରିଥିବା ବେଳେ ବିଜୁ ଶ୍ରମିକ ସମ୍ମୁଖ୍ୟର ରାଜ୍ୟ ଉପଦେଷ୍ଟା ରାଜୀବ ମହାନ୍ତିି, ଓଡିଶା ବିଦ୍ୟୁତ କର୍ମ·ରୀ ମହାସଂଘର ସଂଗଠନ ସମ୍ପାଦକ ବଟକୃଷ୍ଣ ଜେନା, ଶ୍ରମିକ ନେତା ଅରୁଣ ସ୍ୱାଇଁ, ରଘୁନାଥ ଲେଙ୍କା ପ୍ରମୁଖ ଉଦବୋଧନ ଦେଇ ଦଳୀୟ ପ୍ରାର୍ଥୀଙ୍କୁ  ଶଙ୍ଖ ଚିÿହ୍ନରେ ଭୋଟ ଦେବା ପାଇଁ କହିଥିଲେ । ଆମ ଓଡିଶା ନବୀନ ଓଡିଶାର ଜିଲ୍ଲା ସଂଯୋଜକ ରଞ୍ଜନ ବାଗ ଧନ୍ୟବାଦ ପ୍ରଦାନ କରିଥିଲେ । ଆଜିର କାର୍ଯ୍ୟକ୍ରମକୁ ସଫଳ କରାଇବାରେ ଅଭିଜିତ ଦାସ, ଶରତ ଦାସ ଅଶୋକ ବେରା, ଭୋଳା ନାଥ ବେହେରା ଓ ତ୍ରିଲୋଚନ ବାରିକ ପ୍ରମୁଖ ସହଯୋଗ କରିଥିଲେ ।