ପୁଅ-ବୋହୂଙ୍କ ନିର୍ଯାତନା ଥାନାର ଦ୍ୱାରସ୍ଥ ହେଲେ ବୃଦ୍ଧା
କାକଟପୁର : ଘରର ମେରୁଦଣ୍ଡ ହେଉଛନ୍ତି ପିତା ଯିଏକ ନିଜେ ନଖାଇ ନପିଇ ନିଜ ପିଲାଙ୍କୁ ବଡ କରିବା ପାଇଁ ଦିନରାତି ପରିଶ୍ରମ କରିଥାଏ । କିନ୍ତୁ ପିଲାଟି ବୃଦ୍ଧ ଅବସ୍ଥାରେ ପିତାଙ୍କୁ ନର୍ଯାତନା ଦେବା ଘଟଣା ଦେଖିବାକୁ ମିଳୁଛି । ପିଲାଟି ବଡ ହୋଇ ଚାକିରୀ କଲାପରେ ବୟସର ଅନ୍ତରାରେ ପିଳା ମାନଙ୍କ ପାଇଁ ବୋଝ ହୋଇପଡନ୍ତି ପିତା ମାତା । ଆଜି ଏଭଳି ଏକ ସାଙ୍ଘାତିକ ଅଭିଯୋଗ ଆସିଛି ପୁରୀଜିଲ୍ଲା ଅସ୍ତରଙ୍ଗ ବ୍ଲକ ଅଧିନସ୍ଥ ନଇଗୁଆଁ ଗ୍ରାମରୁ କ୍ଷ ଅପର୍ତ୍ତି ସାହୁ ବୟସ ୮୦ ରୁ ଉର୍ଦ୍ଧ, ତାଙ୍କ ଧର୍ମପନôୀ ଉଜ୍ଜଳି ସାହୁ ଯିଏ ଜଣେ ପକ୍ଷାଘାତ ରୋଗୀ ଆଉ ଶଯ୍ୟାଶାୟୀ । କିନ୍ତୁ ବାର୍ଦ୍ଧକ୍ୟ ଦମ୍ପତି ଙ୍କୁ ତାଙ୍କ ବଡ଼ ପୁଅ ଆଉ ବୋହୁ ଘରୁ ତଡ଼ିଦେବା ସହ ଜୀବନରେ ମାରିଦେବାପାଇଁ ଦେଉଛନ୍ତି ଧମକ, ଯାହାକୁ ନେଇକି ୮୦ ବର୍ଷୀୟ ବୃଦ୍ଧ ଅପର୍ତ୍ତି ସାହୁ ଆଜି ନଈଗୁଆଁ ଗ୍ରାମ୍ୟ କମିଟି ସଦସ୍ୟ ଙ୍କ ସାହାଯ୍ୟ ରେ କାକଟପୁର ଥାନା ରେ ପହଞ୍ଚି ଅଭିଯୋଗ କରିବା ସହ ନ୍ୟାୟ ପାଇଁ ନେହୁରା ହୋଇଛନ୍ତି ।
ସୂଚନା ମୁତାବକ ଅପର୍ତ୍ତି ଙ୍କ ବଡ ପୁଅ ସୁକାନ୍ତ ସାହୁ ଜଣେ ରୋଜଗାରକ୍ଷମ ଚାଷୀ ଆଉ ସାନ ପୁଅ ଜୟକୃଷ୍ଣ ସାହୁ ଅବସରପ୍ରାପ୍ତ ସେନାକର୍ମୀ ମାତ୍ର ନିଜ ପନôୀଙ୍କ ସହିତ ରହୁଛନ୍ତି ଦୂରରେ, ଘରେ ବୃଦ୍ଧ ବାପା ଆଉ ମା ଯିଏକି ରୋଗାଗ୍ରସ୍ତ ସେମାନଙ୍କୁ ଦେଇଛନ୍ତି ମାନସିକ ଓ ଶାରୀରିକ ଯନ୍ତ୍ରଣା, ଆଜକୁ ଦୀର୍ଘ ୩ ବର୍ଷ ହେବ ବୃଦ୍ଧ ବାପା ମା ଅନେକ ଅସହ୍ୟ ଯନ୍ତ୍ରଣା ସହି ଚାଲିଛନ୍ତି, ଆଉ ନ୍ୟାୟ ପାଇଁ ମାନବାଧିକାର କମିଶନ, ପୁରୀ ପ୍ରଶାସନ କୁ ପୂର୍ବରୁ ଜଣାଇଥିଲେ ବି ଆଜି ପର୍ଯ୍ୟନ୍ତ ସେଥିରେ କୌଣସି ସୁଫଳ ମିଳିନାହିଁ । ବୃଦ୍ଧ ଦମ୍ପତି ଯାହା ସରକାରୀ ଭତ୍ତା ପାନ୍ତି ସେଥିରେ ନିଜ ପକ୍ଷାଘାତ ପନôୀଙ୍କ ଚିକିସôା କରନ୍ତି ଆଉ ଶେଷ ରେ ଅଭାବ ହେବାରୁ ଅପର୍ତ୍ତି ନିଜ ସ୍ତ୍ରୀଙ୍କ ଚିକିସôା ପାଇଁ କିଛି ଜମି ବିକ୍ରି କରିଛନ୍ତି ମାତ୍ର ଏତେ ଅଭାବ ଭିତରେ ଯେତେବେଳେ ଜନ୍ମ ଦେଇଥିବା ପୁଅ ମାନଙ୍କୁ ଏହି ସମୟ ରେ ସାହାଯ୍ୟ ମାଗନ୍ତି ସେଠି ସାହାଯ୍ୟ ବଦଳ ରେ ତାଙ୍କୁ ମିଳିଆସଛି ନିର୍ଯ୍ୟାତନା ସହ ବୃଦ୍ଧ ଦମ୍ପତି ଙ୍କୁ ଘରୁ ମାଡ ମାରି ତଡିଦେବାକୁ ପଛେଇ ନାହାଁନ୍ତି ପିଲାମାନେ । ଶେଷରେ ନିଜ ଝିଅ ଜ୍ୱାଇଁଙ୍କ ଘରେ ଆଶ୍ରୟ ନେଇଛନ୍ତି ବାପା ମା' । ଏନେଇ ଆଜି କାକଟପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ଅପର୍ତ୍ତି । ଅଭିଯୋଗ ପାଇବା ପରେ କାକଟପୁର ଥାନା ଭାରପ୍ରାପ୍ତ ଅଧିକାରୀ ଉମେଶ ସାହୁ ଘଟଣାର ତଦନ୍ତ କରି ବୃଦ୍ଧ ଦମ୍ପତିଙ୍କୁ ନ୍ୟାୟ ପ୍ରଦାନ କରିବାକୁ ଅଶ୍ୱାସନା ଦେଇଛନ୍ତି ।