'ଆଇସିସି ମହିଳା କ୍ରିକେଟର ଅଫ୍ ଦି ଇୟର' ଆମେଲିଆ କେର୍‌

'ଆଇସିସି ମହିଳା କ୍ରିକେଟର ଅଫ୍ ଦି ଇୟର' ଆମେଲିଆ କେର୍‌

ନୂଆଦିଲ୍ଲୀ : କ୍ରିକେଟ୍‌ ଜଗତରେ ନ୍ୟୁଜିଲ୍ୟାଣ୍ଡର ଲେଡି ଷ୍ଟାର ଆମେଲିଆଙ୍କ ଦବ୍‌ଦବା । ଜିତିଲେ ଆଇସିସି ମହିଳା କ୍ରିକେଟର ଅଫ୍‌ ଦ ଇୟର ୨୦୨୪ର ଆଓ୍ବାର୍ଡ  । ଏହି ଆଓ୍ବାର୍ଡ ଜିତି ସେ ରଚିଛନ୍ତି ଇତିହାସ । ଏପରି କରିବାରେ ସେ ହୋଇଛନ୍ତି ଦୁନିଆର ୪ର୍ଥ ଏବଂ ନ୍ୟୁଜିଲ୍ୟାଣ୍ଡର ପ୍ରଥମ ମହିଳା କ୍ରିକେଟର । 

ଷ୍ଟାର ଅଲରାଉଣ୍ଡର ଗତବର୍ଷ ଜିତିଥିଲେ ୧୪ଟି ମ୍ୟାଚ୍ । ଏଥିରେ ସେ ୪୩ଟି ୱିକେଟ ନେଇଥିଲେ । ଆଉ ବ୍ୟାଟିଂରେ ଦେଖାଇଥିଲେ ଜଲଓ୍ବା । ସେ ମୋଟ କରିଥିଲେ ୬୫୧ ରନ ।  ଆମେଲିଆଙ୍କ ଷ୍ଟାର ପ୍ରଦର୍ଶନ ପରେ ଓଉଉ ତାଙ୍କୁ ବର୍ଷର ଶ୍ରେଷ୍ଠ ମହିଳା କ୍ରିକେଟର ଭାବରେ ଚୟନ କରିଛି । ସେ ଏହି ଟାଇଟଲ ଜିତିବାରେ ହୋଇଛନ୍ତି ନ୍ୟୁଜିଲ୍ୟାଣ୍ଡର ପ୍ରଥମ ଖେଳାଳି ।

ଆମେଲିଆ କେର ୨୦୨୪ରେ ୯ଟି ଦିନିକିଆ ମ୍ୟାଚ୍‌ରେ ଖେଳି ୩୩ ଆଭରେଜ୍‌ରେ କରିଥିଲେ ୨୬୪ ରନ୍ ।  ଏହି ସମୟରେ ସେ ୧୪ ୱିକେଟ୍ ମଧ୍ୟ ନେଇଥିଲେ । ୨୦୨୪ରେ ତାଙ୍କର ଚମତ୍କାର ପ୍ରଦର୍ଶନ ପରେ ଟି-୨୦ରେ ସେ ଆଇସିସି କ୍ରିକେଟର୍ ଅଫ୍ ଦି ଇୟର ପୁରସ୍କାର ଜିତିଛନ୍ତି।  ଆମେଲିଆ ୧୮ଟି ଟି-୨୦ ଆନ୍ତର୍ଜାତୀୟ ମ୍ୟାଚ୍ ଖେଳି ୩୮୭ ରନ କରିଥିଲେ । ଏହି ସମୟରେ ତାଙ୍କର ଆଭରେଜ୍‌ ରହିଥିଲା ୨୪ । ଆମେଲିଆ ନେଇଥିଲେ ମୋଟ ୨୯ ୱିକେଟ୍ । 

 ଓଉଉ ମହିଳା ଞ୨୦ ବିଶ୍ୱକପରେ ଆମେଲିଆ କେର ନେଇଥିଲେ କେବଳ ୧୫ଟି ୱିକେଟ୍ । ସେ ଟୁର୍ଣ୍ଣାମେଣ୍ଟରେ ସର୍ବାଧିକ ୱିକେଟ୍ ଦଖଲକାରୀ ବୋଲର ହୋଇଥିଲେ । ୨୪ ବର୍ଷୀୟା ଆମେଲିଆ ଆଇସିସି ମହିଳା ଟି-୨୦ ବିଶ୍ୱକପରେ ବ୍ୟାଟିଂରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ନେଇଥିଲେ । ଦକ୍ଷିଣ ଆଫ୍ରିକା ବିପକ୍ଷରେ ଫାଇନାଲ ମ୍ୟାଚ୍‌ରେ ସେ କରିଥିଲେ ୪୩ ରନ୍ । ଯାହା ଉଭୟ ଦଳ ପକ୍ଷରୁ ଫାଇନାଲରେ କୌଣସି ଖେଳାଳିଙ୍କ ଦ୍ୱାରା କରାଯାଇଥିବା ସର୍ବାଧିକ ସ୍କୋର ।

ବର୍ଷର ଶ୍ରେଷ୍ଠ ମହିଳା କ୍ରିକେଟରଙ୍କୁ ରାଚେଲ ହେହୋ ଫ୍ଲିଣ୍ଟ ଟ୍ରଫି ଆଇସିସି ପ୍ରଥମଥର ପାଇଁ ୨୦୧୭ ମସିହାରେ ପ୍ରଦାନ କରିଥିଲା । ଆମେଲିଆ କେରଙ୍କ ପୂର୍ବରୁ ଏହି ପୁରସ୍କାର ୩ ଜଣ ମହିଳା କ୍ରିକେଟର ଜିତିଥିଲେ । ସେମାନେ ହେଉଛନ୍ତି ଅଷ୍ଟ୍ରେଲିଆର ଆଲିସ୍ ପେରି, ଭାରତର ସ୍ମୃତି ମନ୍ଧାନା ଏବଂ ଇଂଲଣ୍ଡର ନାଟ୍ ସାଇଭର ।