ସେଣ୍ଟ ଜାଭିୟର୍ସ ହାଇସ୍କୁଲରେ ବାର୍ଷିକ ଫେଷ୍ଟ

 ବ୍ୟାସନଗର: ପୌରାଞ୍ଚଳ ଲକ୍ଷ୍ମୀନଗର ସ୍ଥିତ ସେଣ୍ଟ ଜାଭିୟର୍ସ ହାଇସ୍କୁଲର ବାର୍ଷିକ ଫେଷ୍ଟ ପାଳିତ ହୋଇଯାଇଛି । ଅଧ୍ୟକ୍ଷ ହେମନ୍ତ କୁମାର ସେଠଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିିତ ଫେଷ୍ଟରେ କୋରେଇ ବ୍ଲକ୍ ଶିକ୍ଷାଧିକାରୀ ସୁଦର୍ଶନ ମଲିକ ଯୋଗଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ସ୍କୁଲ ସମ୍ପାଦକ ରାଜୀବ ମହାନ୍ତି, ନିଦେ୍ର୍ଦଶକ ଦୀପକ ସିଂହ, ପୁରୀ ଜାଭିୟର୍ସର ହାଇସ୍କୁଲର ଅଧ୍ୟକ୍ଷ ଦିବାକର ମିଶ୍ର, ଚଣ୍ଡିଖୋଲ ଜାଭିୟର୍ସର ଅଧ୍ୟକ୍ଷ ସ୍ୱରୁପାନନ୍ଦ ମିଶ୍ର ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ । ଫେଷ୍ଟରେ ଛାତ୍ରଛାତ୍ରୀ ବିଜ୍ଞାନ, ଗଣିତ, ଭାଷାସାହିତ୍ୟ, ଇତିହାସ, ଭୁଗୋଳ, କଳା ଓ କ୍ରିଡ଼ା ଆଦି ବିଷୟରେ ନାନାପ୍ରକାର ପ୍ରୋଜେକ୍ଟ ପ୍ରଦର୍ଶନ କରିଥିଲେ । ସନ୍ଧ୍ୟାରେ ଆୟୋଜିିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ସଂଗୀତ, ନୃତ୍ୟ ପରିବେଷଣ କରାଯାଇଥିଲା । ଶିକ୍ଷକ ଶିକ୍ଷୟିତ୍ରୀ ଏବଂ କର୍ମଚାରୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।