ହିଙ୍ଗୁଳା ଯାତ୍ରାର ଦ୍ୱିତୀୟ ସନ୍ଧ୍ୟା ପୂଜାସ୍ଥଳୀରେ ଶ୍ରଦ୍ଧାଳୁଙ୍କ ଭିଡ


 ତାଳଚେର : ତାଳଚେର ପ୍ରସିଦ୍ଧ ମା' ଅଧିଷ୍ଠାତ୍ରୀଦେବୀ ହିଙ୍ଗୁଳା ଯାତ୍ରାର ଦ୍ୱିତୀୟ ଦିବସରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥିବାରୁ ଯାତ୍ରା ସ୍ଥଳୀ ଓ ୨୦ତମ ଲୋକମହୋତ୍ସବ ମଙ୍ଗଳବାର ଚଳଚଂଚଳ ହୋଇଥିବା ଦେଖିବାକୁ ମିଳିଛି ।  ଏହି ଅବସରରେ ମଧ୍ୟପ୍ରଦେଶର ଲୋକକଳା, ରାଜସ୍ଥାନର ଲୋକନୃତ୍ୟ ଓ ଓଡ଼ିଶାର ବିଭିନ୍ନ କୋଣ ଅନୁକୋଣରୁ ଆଞ୍ଚଳିକ ନୃତ୍ୟର ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଦର୍ଶକଙ୍କୁ ବିମୋହିତ କରିଥିଲା । ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମା'ଙ୍କ ଦର୍ଶନ କରିବା ସହ ଆର୍ଶିବାଦ ଭିକ୍ଷା କରିଥିଲେ । ମା' ହିଙ୍ଗୁଳାଙ୍କ ବାର୍ଷିକ ଯାତ୍ରା ଅବସରରେ ଉପଖଣ୍ଡ ପ୍ରଶାସନ ପକ୍ଷରୁ ପାସ୍ ବଂଟନ କରାଯାଇଥିଲା ।  ମା'ଙ୍କ ଦର୍ଶନ ପାଇଁ ଆସୁଥିବା ଯାତ୍ରୀଙ୍କୁ ପ୍ର·ରପତ୍ର ବଂଟନ କରି ସଚେତନତା କରାଇଥିଲା । ତେବେ ଉଭାସ୍ଥଳୀ ନିକଟରେ ରହିଥିବା ହିଙ୍ଗୁଳା ପୋଖରୀଆ ଗଭୀରତମ ଖଦାନର ସୁରକ୍ଷା ପାଚେରୀ ନଥିବାରୁ କେତେକ ଶ୍ରଦ୍ଧାଳୁ ବିପର୍ଯ୍ୟ ଅବସ୍ଥାରେ ସେଲ୍ଫି ନେଇଥିବା ଦେଖିବାକୁ ମିଳିଥିଲା । ତେବେ ଏହାକୁ କେନ୍ଦ୍ରକରି ଶ୍ରଦ୍ଧାଳୁମାନଙ୍କ ମଧ୍ୟରେ ନୈରାଶ୍ୟଭାବ ଭାବ ଦେଖାଦେଇଥିଲା । ଏଥିପ୍ରତି କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ଦାବି ହୋଇଛି ।