ଖରିଫ ଚାଷ ପାଇଁ ଜଳ ଯୋଗାଣ

ନୂଆପଡା: ଲୋୟର ଇନ୍ଦ୍ର ଜଳ ସେଚନ ପ୍ରକଳ୍ପ ଖଡ଼ିଆଳ ଅନ୍ତର୍ଗତ ମା’ ଗାୟତ୍ରୀ ଜଳ ଆବଣ୍ଟନ କମିଟି ଖଡ଼ିଆଳ ଆନୁକୂଲ୍ୟ ଖଡ଼ିଆଳ ଡିଷ୍ଟ୍ରିବୁଟରୀ କେନାଲରେ ଚଳିତ ବର୍ଷ ଖରିଫ ଚାଷ ପାଇଁ ଜଳ ଯୋଗାଣର ଶୁଭ ଉଦ୍ଘାଟନ ହୋଇଯାଇଛି । ବିଧି ବଧ ଭାବରେ ମା’ ଗାୟତ୍ରୀ ଜଳ ଆବଣ୍ଟନ କମିଟି, ସାଧାରଣ ସଂପାଦକ ସୁଶାନ୍ତ କୁମାର ବିଶି,  କୋଷାଧ୍ୟକ୍ଷ  ବିଶ୍ୱାମିତ୍ର ବିଶି, ଏସଡିଓ ମୋନଜ କୁମାର ଦାସ, ଏଇ ବାନେଶ୍ୱର ଛତ୍ରିଆ, ଜେଇ ଜ୍ୟୋତି ରଞ୍ଜନ ଜେନା, ଜଗଦୀଶ ତାଣ୍ଡି, ପ୍ରଶାନ୍ତ କୁମାର ବାରିକ, ସୋହନ ମଲ୍ଲିକ, ପିତବାସ ଦଣ୍ଡସେନା, ଟଙ୍କଧର ରଣା, ମୋହନ ମଲ୍ଲିକ, ଡମ୍ବରୁ ନାଗ, ରତନ ବେହେରାଙ୍କ ସମେତ ସମସ୍ତ ଚାଷୀ ଭାଈ ଓ ଭଉଣୀମାନଙ୍କ ମିଳିତ ଉପସ୍ଥିତରେ ଚଳିତ ବର୍ଷ ପାଇଁ ପାଣି ଛଡ଼ା ଯାଇଥିଲା ।