ସେବା ଓ ଯାତ୍ରୀ ସୁବିଧା ଉପରେ ନଗର ଉନ୍ନୟନ ମନ୍ତ୍ରୀଙ୍କ ଗୁରୁତ୍ୱ
ାା ପ୍ରଭାନୁ୍ୟଜ୍ ।ା ଭୁବନେଶ୍ୱର: ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡ. କୃଷ୍ଣଚନ୍ଦ୍ର ମହାପାତ୍ର ଭୁବନେଶ୍ୱର ବରମୁଣ୍ଡାସ୍ଥିତ ବାବାସାହେବ ଭୀମରାଓ ଆମ୍ବେଦକର ବସ୍ ଟର୍ମିନାଲ୍ (ବିଏସ୍ଏବିଟି)ର ଅନୁଧ୍ୟାନ କରିଛନ୍ତି । ବିଡିଏ ଉପାଧ୍ୟକ୍ଷ ଡ. ଏନ୍ ଥିରୁମାଲା ନାୟକଙ୍କ ସମେତ ବରିଷ୍ଠ ଅଧିକାରୀଙ୍କ ସହ ମନ୍ତ୍ରୀ ଟର୍ମିନାଲରେ ଯାତ୍ରୀ ସେବା, ଭିତ୍ତିଭୂମି ଏବଂ ନିରାପତ୍ତା ବ୍ୟବସ୍ଥାର ଆକଳନ ଏବଂ ମାନ ପରଖିଥିଲେ । ଯାତ୍ରୀମାନଙ୍କ ସହ ଆଲୋଚନା ବେଳେ ଡାକ୍ତର ମହାପାତ୍ର ଫୁଲବାଣୀ ଯିବାକୁ ଅପେକ୍ଷା କରିଥିବା ତିନି ଜଣ ଦୃଷ୍ଟିହୀନ ଯୁବତୀଙ୍କୁ ଭେଟିଥିଲେ । ସେ ବ୍ୟକ୍ତିଗତ ଭାବେ ଟିକେଟ୍ କିଣିବା ସହ ଦିବ୍ୟାଙ୍ଗ ଯାତ୍ରୀଙ୍କ ପାଇଁ ୫୦ ପ୍ରତିଶତ ରିହାତି ଦେବା ସହ ସିଟ୍ ସଂରକ୍ଷଣ କରି ସେମାନଙ୍କ ସୁବିଧା ସୁନିଶ୍ଚିତ କରିବାକୁ କର୍ମଚାରୀଙ୍କୁ ନିଦେ୍ର୍ଦଶ ଦେଇଥିଲେ । ଏହି ପଦକ୍ଷେପ ଏକ ସମାବେଶୀ ଏବଂ ସୁଲଭ ସାଧାରଣ ପରିବହନ ବ୍ୟବସ୍ଥା ସୃଷ୍ଟି କରିବା ପାଇଁ ମନ୍ତ୍ରୀଙ୍କ ପ୍ରତିବଦ୍ଧତାକୁ ଦର୍ଶାଉଛି । ମନ୍ତ୍ରୀ ଟର୍ମିନାଲର ପ୍ରମୁଖ ଅଞ୍ଚଳ ଯଥା ବସ୍ ବେ, ପରିଚାଳନା ନିୟନ୍ତ୍ରଣ ସୁବିଧା ଏବଂ ପାନୀୟଜଳର ଉପଲବ୍ଧତା ପରିଦର୍ଶନ କରିଥିଲେ । ସେ ଆହାର କେନ୍ଦ୍ର ପରିଦର୍ଶନ କରି ସ୍ୱଚ୍ଛତା ବଜାୟ ରଖିବା ଏବଂ ଯାତ୍ରୀମାନଙ୍କୁ ଦକ୍ଷ ଭାବରେ ସେବା ଯୋଗାଇବା ଉପରେ ଗୁରୁତ୍ୱାରୋପ କରିଥିଲେ । ‘ମୋ ବସ୍' ଡ୍ରାଇଭରଙ୍କ ସହ ଆଲୋଚନା ବେଳେ ଡାକ୍ତର ମହାପାତ୍ର ସେବା ମନୋଭାବର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିବା ସହ ଯାତ୍ରୀଙ୍କ ସୁବିଧା ଓ ନିରାପତ୍ତାକୁ ପ୍ରାଥମିକତା ଦେବା ପାଇଁ କର୍ମଚାରୀମାନଙ୍କୁ ଉସôାହିତ କରିଥିଲେ । ଅନୁଧ୍ୟାନ ପରେ ମନ୍ତ୍ରୀ ବିଡିଏ ଅଧିକାରୀଙ୍କ ସହ ଟର୍ମିନାଲର ରାଜସ୍ୱ ମଡେଲର ସମୀକ୍ଷା କରିବା ସହ ଭିତ୍ତିଭୂମିରେ ଉନ୍ନତି ଏବଂ ଯାତ୍ରୀ ସୁବିଧା ବୃଦ୍ଧି ଉଦେ୍ଦଶ୍ୟରେ ଭବିଷ୍ୟତର ବିକାଶ ଯୋଜନା ସମ୍ପର୍କରେ ଅନୁଧ୍ୟାନ କରିଥିଲେ । ଅବହେଳିତ ସମ୍ପ୍ରଦାୟର ଜୀବନ ଧାରଣମାନରେ ଉନ୍ନତି ଆଣିବା ପାଇଁ ସରକାରଙ୍କ ସମର୍ପଣକୁ ଏହି ଗସ୍ତ ଦୋହରାଇଥିଲା ।