ଆଇପିଏଲ୍ ୨୦୨୫ : ୪ ୱିକେଟ୍ରେ ଜିତିଲା ଚେନ୍ନାଇ
ନୂଆଦିଲ୍ଲୀ : ଜିତିଲା ଚେନ୍ନାଇ ସୁପର କିଙ୍ଗସ । ହାରିଲା ମୁମ୍ବାଇ ଇଣ୍ଡିଆନ୍ସ । ରବିବାର ଚେନ୍ନାଇର ଏମ୍ଏ ଚିଦାମ୍ବରମ ଷ୍ଟାଡିୟମରେ ଖେଳାଯାଉଥିବା ଆଇପିଏଲ୍ର ଏକ ମ୍ୟାଚ୍ରେ ଚେନ୍ନାଇ ସୁପର କିଙ୍ଗସ ଆଗରେ ୧୫୬ ରନର ବିଜୟ ଲକ୍ଷ୍ୟ ରଖିଥିଲା ମୁମ୍ବାଇ ଇଣ୍ଡିଆନ୍ସ । ଏହି ବ୍ୟାଚରେ ୪ୱିକେଟ ବିନିମୟରେ ୧୯.୧ ବଲରେ ଚେନ୍ନାଇ ବିଜୟୀ ହୋଇଥିଲା । ଚେନ୍ନାଇ ପ୍ରଥମେ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ରଜିନ୍ଦ୍ର ରବୀନ୍ଦ୍ର ୪୫ ବଲରେ ୬୫, ରାହୁଲ ତ୍ରିପାଠୀ ୩ ବଲ୍ରେ ୨ ରନ, ଋତୁରାଜ ଗାୟକ୍ୱାଡ଼ ୨୬ ବଲରେ ୫୩ ରନ୍, ସିବମ ଦୁବେ ୭ ବଲ୍ରେ ୯ ରନ୍, ଦୀପକ ଡୁଡ଼ଡ଼ା ୫ ବଲରେ ୩ ରନ୍, ସାମ୍ କୋରାନ ୯ ବଲରେ ୪ ରନ, ରବିନ୍ଦ୍ର ଜାଡ଼େଜା ୧୮ ବଲରେ ୧୭ ଓ ମହେନ୍ଦ୍ର ସିଂ ଧୋନି ୨ଟି ବଲ ଖେଳି ଶୂନ କରିଥିଲେ । ଶେଷରେ ଜାଡ଼େଜା ୬ ମାରି ଦଳକୁ ବିଜୟ କରିଥିଲେ ।
ଅନ୍ୟପଟେ ପ୍ରଥମେ ବ୍ୟାଟିଂ କରିଥିବା ମୁମ୍ବାଇ ଦଳ ଆରମ୍ଭରୁ ହିଁ ରୋହିତ ଶର୍ମାଙ୍କ ୱିକେଟ ହରାଇ ଚାପରେ ରହିଥିଲା । ରୋହିତ ଶର୍ମା ଖାତା ଖୋଲି ପାରିନଥିଲେ । ତାଙ୍କ ପଛକୁ ପଛ ଆସିଥିବା ଅନ୍ୟ ବ୍ୟାଟ୍ସମ୍ୟାନମାନେ ବି ବିଶେଷ ଯୋଗଦାନ ଦେଇ ପାରିନଥିଲେ । ଫଳରେ ଦଳର ରନ ଗତି ଧୀମେଇ ଯାଇଥିଲା । ଅଧିନାୟକ ସୂର୍ଯ୍ୟକୁମାର ଯାଦବ ୨୯ ରନ ଓ ତିଳକ ବର୍ମା ୩୧ ରନ କରିଥିଲେ । ନମନ ଧୀର ୧୭ ରନ ଓ ରିୟାନ ରିକେଲଟନ ୧୩ ରନ କରିଥିଲେ । ଶେଷ ବେଳକୁ ଦୀପକ ଚହର ୨୮ ରନର ଉପଯୋଗୀ ଇନିଂସ ଖେଳିଥିଲେ । ଦଳ ନିର୍ଦ୍ଧାରିତ ୨୦ ଓଭରରେ ୧୫୫ ରନ କରିଥିଲା । ଚେନ୍ନାଇ ପକ୍ଷରୁ ନୁର ଅହମ୍ମଦ ୪ଟି ୱିକେଟ ନେଇଥିବାବେଳେ ଖଲିଲ ଅହମ୍ମଦ ୩ଟି ୱିକେଟ ନେଇଥିଲେ । ନାଥନ ଏଲିସ୍ ଓ ରବିଚନ୍ଦ୍ରନ ଅଶ୍ୱୀନ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ ।
ସୂଚନାଥାଉକି, ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଚେନ୍ନାଇ ସୁପର କିଙ୍ଗସ ଶେଷ ଥର ପାଇଁ ଆଇପିଏଲ୍ ୨୦୨୪ ସିଜିନରେ ମୁହାଁମୁହିଁ ହୋଇଥିଲେ । ଉଭୟ ଦଳ ୧୪ ଏପ୍ରିଲ ୨୦୨୪ରେ ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ମୁହାଁମୁହିଁ ହୋଇଥିଲେ । ସେହି ମ୍ୟାଚ୍ରେ ଚେନ୍ନାଇ ସୁପର କିଙ୍ଗସ ମୁମ୍ବାଇ ଇଣ୍ଡିଆନସ୍କୁ ପରାସ୍ତ କରିଥିଲା । ହାର୍ଦ୍ଧିକ ପାଣ୍ଡ୍ୟାଙ୍କ ଅଧିନାୟକତ୍ୱରେ ମୁମ୍ବାଇ ଇଣ୍ଡିଆନସକୁ ୨୦ ରନରେ ପରାଜୟର ସାମ୍ନା କରିବାକୁ ପଡ଼ିଲା ।
ପ୍ରଥମେ ବ୍ୟାଟିଂ କରି ଚେନ୍ନାଇ ସୁପର କିଙ୍ଗସ ୨୦ ଓଭରରେ ୪ ୱିକେଟ ହରାଇ ୨୦୬ ରନ କରିଥିଲା । ଚେନ୍ନାଇ ସୁପର କିଙ୍ଗସ ପକ୍ଷରୁ ଅଧିନାୟକ ଋତୁରାଜ ଗାୟକୱାଡ ୪୦ ବଲରେ ସର୍ବାଧିକ ୬୯ ରନ କରିଥିଲେ । ଶିବମ ଦୁବେ ୩୮ ବଲରେ ୬୬ ରନରେ ଅପରାଜିତ ଇନିଂସ ଖେଳିଥିଲେ । ଏହା ବ୍ୟତୀତ ମହେନ୍ଦ୍ର ସିଂହ ଧୋନି ୪ ବଲ ରେ ୨୦ ରନ କରି ଏକ ଭଲ ଫିନିସ ଦେଇଥିଲେ । ମୁମ୍ବାଇ ଇଣ୍ଡିଆନସ ପକ୍ଷରୁ ଅଧିନାୟକ ହାର୍ଦ୍ଧିକ ପାଣ୍ଡ୍ୟା ସର୍ବାଧିକ ୨ଟି ୱିକେଟ ନେଇଥିଲେ । ଏହା ବ୍ୟତୀତ ଜେରାଲ୍ଡ କୋଏଟଜୀ ଏବଂ ଶ୍ରେୟସ ଗୋପାଳଙ୍କୁ ଗୋଟିଏ ଲେଖାଏ ସଫଳତା ମିଳିଥିଲା ।
ଚେନ୍ନାଇ ସୁପର କିଙ୍ଗ୍ସର ୨୦୬ ରନ ଜବାବରେ, ମୁମ୍ବାଇ ଇଣ୍ଡିଆନ୍ସର ଆରମ୍ଭ ଭଲ ଥିଲା । ମୁମ୍ବାଇ ଇଣ୍ଡିଆନ୍ସର ଓପନର ଇଶାନ କିଷନ ଏବଂ ରୋହିତ ଶର୍ମା ୭ ଓଭରରେ ୭୦ ରନ ଯୋଡିଥିଲେ । ବିଶେଷକରି, ରୋହିତ ଶର୍ମାଙ୍କ ଦମଦାର ଶୈଳୀ ଦେଖିବାକୁ ମିଳିଥିଲା । ରୋହିତ ଶର୍ମା ୬୩ ବଲରେ ୧୦୫ ରନ ଅପରାଜିତ ରଖିଥିଲେ । ସେ ତାଙ୍କ ଇନିଂସରେ ୧୧ଟି ଚୌକା ଏବଂ ୫ଟି ଛକା ମାରିଥିଲେ । ତିଲକ ବର୍ମା ୨୦ ବଲରୁ ୩୧ ରନ କରିଥିଲେ, କିନ୍ତୁ ଅନ୍ୟ ବ୍ୟାଟସମ୍ୟାନମାନେ ନିରାଶ କରିଥିଲେ । ତେଣୁ ମୁମ୍ବାଇ ଇଣ୍ଡିଆନ୍ସ ଦଳ ୨୦ ଓଭରରେ ୬ ୱିକେଟ ବିନିମୟରେ ମାତ୍ର ୧୮୬ ରନ କରିପାରିଲା । ଏହିପରି ଚେନ୍ନାଇ ସୁପର କିଙ୍ଗସ ୨୦ ରନରେ ମ୍ୟାଚ୍ ଜିତିଲା ।