ଆଜି ସିଏମ୍ କପ୍ ସେମି ଫାଇନାଲ୍

 ଝାରସୁଗୁଡ଼ା : ଆସନ୍ତାକାଲି ଓଏମପି ଫୁଟବଲ ପଡିଆରେ ସିଏମ୍ କପ୍ ଫୁଟବଲ ଟୁର୍ଣ୍ଣାମେଣ୍ଟର ସେମିଫାଇନାଲ ମ୍ୟାଚ୍ ଅନୁଷ୍ଠିତ ହେବ । ଏହି ମ୍ୟାଚ୍ ବରଗଡ଼ ଓ ଯାଜପୁର ଦଳ ମଧ୍ୟରେ ଅପରାହ୍ଣ ୩:୩୦ରେ ଖେଳାଯିବାକୁ ଥିବା ବେଳେ ମ୍ୟାଚ୍ ପୂର୍ବରୁ ଆଜି ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ ଫୁଟବଲ ପଡ଼ିଆରେ ପହଞ୍ଚô ପ୍ରସ୍ତୁତି ଓ ସୁରକ୍ଷା ସମୀକ୍ଷା କରିଛନ୍ତି । ମ୍ୟାଚ୍ ଦେଖିବାକୁ ଝାରସୁଗୁଡ଼ା ସହିତ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରୁ ମଧ୍ୟ ଦର୍ଶକ ଆସିବେ ବୋଲି ଅନୁମାନ କରାଯାଉଛି । ଏଥିପାଇଁ ରାଉଣ୍ଡ ଦି କ୍ଲକ୍ ସୁରକ୍ଷା ବ୍ୟବସ୍ଥା ଓ ଯାତାୟାତ ଚଳାଚଳକୁ ଶୃଙ୍ଖଳିତ ରଖିବା ପାଇଁ ବିଶେଷ ଧ୍ୟାନ ଦିଆଯାଇଛି । ସୂଚନାଯୋଗ୍ୟ ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ ଫାଓର ସଭାପତି ଚୟନ ପରେ ଜିଲ୍ଲାରେ ଏହି ଫୁଟବଲ ମ୍ୟାଚ ଅନୁଷ୍ଠିତ ହେବାକୁ ଯାଉଛି । ଯାହାକୁ ନେଇ ଜିଲ୍ଲାବାସୀ ଉତ୍ସାହିତ ଥିବା ବେଳେ ଉଦଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଉପ ବାଚସ୍ପତି ଭବାନୀ ଶଙ୍କର ଭୋଇ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଏଥିପାଇଁ ଝାରସୁଗୁଡ଼ା ବିଧାୟକ ସମସ୍ତ ସୁରକ୍ଷା ବ୍ୟବସ୍ଥା ନେଇ ଜିଲ୍ଲା ପୁଲିସ୍ ଓ ପ୍ରଶାସନ ସହିତ ଆଲୋଚନା କରିଛନ୍ତି ।