ଗୃହ ବିଭାଗର ପ୍ରଶ୍ନ : ଏବେ କେଉଁଠି ଆଇପିଏସ ଆଶିଷ ସିଂ?
ଭୁବନେଶ୍ୱର: ଆଇପିଏସ ଆଶିଷ ସିଂ ଏବେ କେଉଁଠି ବୋଲି ଗୃହ ବିଭାଗ ପ୍ରଶ୍ନ କରିଛି। ଏନେଇ ପୋଲିସ ଡିଜିଙ୍କୁ ଗୃହ ବିଭାଗ ଅତିରିକ୍ତ ସଚିବ ଚିଠି ଲେଖି ଆଶିଷ ସିଂ ଚାକିରିରେ ଯୋଗ ଦେଲେଣି କି ନାହିଁ ବୋଲି ପଚାରିଛନ୍ତି।
ତେବେ ସ୍ବାସ୍ଥ୍ୟଗତ କାରଣ ନେଇ ମେ’ ୪ରୁ ମାସେ ଛୁଟି ନେଇଥିଲେ ଆଶିଷ। ମାସେରୁ ଅଧିକ ବିତିଥିଲେ ବି ତାଙ୍କ ବିଷୟରେ କିଛି ସୂଚନା ନାହିଁ। ସେ ଯୋଗଦେଲେଣି ନା ଛୁଟି ବଢ଼ାଇଛନ୍ତି, ବିଭାଗକୁ ଖବର ମିଳିନି। ତେଣୁ ତାଙ୍କ ବିଷୟରେ ତୁରନ୍ତ ଜଣାଇବାକୁ ଡିଜିପିଙ୍କୁ ଚିଠିରେ କୁହାଯାଇଛି।
ସୂଚନା ଅନୁସାରେ, ଗୃହ ବିଭାଗର ଅତିରିକ୍ତ ସଚିବ ମୁରଲୀଧର ମଲ୍ଲିକ ରାଜ୍ୟ ପୁଲିସ ଡିଜିଙ୍କୁ ଚିଠି ଲେଖି ଆଇପିଏସ୍ ଆଶିଷ କୁମାର ସିଂଙ୍କ ଛୁଟି ସଂକ୍ରାନ୍ତରେ ରିପୋର୍ଟ ଦେବାକୁ କହିଛନ୍ତି। ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ଆଇପିଏସ୍ ଶ୍ରୀ ସିଂ ମେ’ ୪ତାରିଖରେ ଏକମାସ ଛୁଟି(ଇଏଲ) ନେଇଥିଲେ। ଏହି ଛୁଟି ଆବେଦନକୁୁ ଗୃହ ବିଭାଗ ପିଛିଲା ଭାବେ ଅର୍ଥାତ୍ ମେ’ ୧୦ତାରିଖରେ ଅନୁମୋଦନ କରିଥିଲା। ତେବେ ଇତିମଧ୍ୟରେ ଏକମାସ ବିତିଯାଇଥିଲେ ମଧ୍ୟ ଶ୍ରୀ ସିଂ କାର୍ୟ୍ୟରେ ଯୋଗଦେଲେଣି ନା ନିଜର ଛୁଟି ଅବଧି ବୃଦ୍ଧି କରିଛନ୍ତି ତା’ର କୌଣସି ସୂଚନା ଗୃହ ବିଭାଗ ପାଖରେ ନାହିଁ। ତେଣୁ ଏ ସଂକ୍ରାନ୍ତରେ ବିସ୍ତୃତ ତଥ୍ୟ ଖୁବଶୀଘ୍ର ବିଭାଗକୁ ଦେବା ପାଇଁ ଶ୍ରୀ ମଲ୍ଲିକ ରାଜ୍ୟ ପୁଲିସ ଡିଜିଙ୍କୁ ଅନୁରୋଧ କରିଛନ୍ତି।