ନବ ଦାସଙ୍କ ବଡ଼ ଭାଇ ଘରେ ଆଇଟି ରେଡ୍‌

ନବ ଦାସଙ୍କ ବଡ଼ ଭାଇ ଘରେ ଆଇଟି ରେଡ୍‌

ଭୁବନେଶ୍ୱର: ସ୍ବର୍ଗତଃ ନବ ଦାସଙ୍କ ବଡ଼ ଭାଇ ବ୍ରଜଙ୍କ ଘରେ ଶୁକ୍ରବାର ସକାଳୁ ଆଇଟି ରେଡ୍‌ ହୋଇଛି । ସେ ଆୟକର ଫାଙ୍କିବା ଅଭିଯୋଗରେ ଏହି ଚଢଉ । ଆୟକର ଟିମ୍‌ ୧୦ଟି ଗାଡ଼ିରେ ଆସି ଚଢ଼ାଉରେ ନିୟୋଜିତ ଅଛନ୍ତି। ତେବେ କେବେଠୁ ବ୍ରଜ ଆୟକର ଟ୍ୟାକ୍ସ ଦେଉ ନ ଥିଲେ , ତାଙ୍କ ଉପରେ କେତେ ଟଙ୍କାର ବକେୟା ଟିକସ ରହିଛି , କେବଳ ସମ୍ବଲପୁର କମ୍ବା ଅନ୍ୟ କେଉଁ ଠିକଣାରେ ରେଡ ଚାଲିଛି ସେସବୁ ଏଯାବତ୍‌ ଜଣାପଡିନାହିଁ । ତେବେ ୧୦ଟି ଗାଡିରେ ଆୟକର ବିଭାଗର ଅଧିକାରୀମାନେ ଆସି ସକାଳ ୬ଟାରୁ ବ୍ରଜଙ୍କ ସମ୍ବଲପୁର ଘରେ ଯାଞ୍ଚ କରୁଥିବା ଜଣାପଡିଛି। ୪ ବର୍ଷ ପୂର୍ବରୁ ମଧ୍ୟ ବ୍ରଜଙ୍କ ଘରେ ଆଇଟି ରେଡ ହୋଇଥିଲା। ଏହା ଦ୍ବିତୀୟଥର ରେଡ ହେଉଛି।