ପୁଣି କଂଗ୍ରେସର ରାଜ୍ୟବ୍ୟାପୀ ଆନ୍ଦୋଳନ ଡାକରା

କଂଗ୍ରେସ ଏବେ ପୁରା ଫର୍ମରେ। ଗୋଟେ ପରେ ଗୋଟେ ଆନ୍ଦୋଳନ କରି କର୍ମୀ ଦଳକୁ ସୁଦୃଢ କରୁଛନ୍ତି । ଆଉ ଏବେ ପୁଣି ଆନ୍ଦୋଳନର ଡାକରା ଦେଇଛି ପିସିସି। ପୁଣି ରାଜ୍ୟବ୍ୟାପୀ ଆନ୍ଦୋଳନ ନେଇ ପିସିସି ସଭାପତି ଭକ୍ତ ଦାସ ଆହ୍ୱାନ ଦେଇଛନ୍ତି। ଏପ୍ରିଲ ୧୫ରେ ରାଜ୍ୟବ୍ୟାପୀ କଂଗ୍ରେସର ମଶାଲ ଶୋଭାଯାତ୍ରା ହେବା ନେଇ ପିସିସି ସଭାପତି ସୂଚନା ଦେଇଛନ୍ତି। କଂଗ୍ରେସ ସମସ୍ତ ବ୍ଲକ ମୁଖ୍ୟାଳୟରେ ଶୋଭାଯାତ୍ରା କରିବ ଏହାପରେ ଏପ୍ରିଲ ୨୧ରେ ଜିଲ୍ଲାପାଳ ଅଫିସ୍ ଘେରାଉ କରିବ ।
ଆଉ ଦଳର ମୁଖ୍ୟ ପ୍ରସଙ୍ଗ ରହିଛି ନାରୀ ନିର୍ଯ୍ୟାତନା। ନାରୀ ନିର୍ଯ୍ୟାତନା ପ୍ରସଙ୍ଗରେ ଶୋଭାଯାତ୍ରା କରିବା ନେଇ କହିଛନ୍ତି ଭକ୍ତ ଦାସ। ଏହାସହ ୩୧୫ଟି ବ୍ଲକ ସମ୍ମୁଖରେ ପ୍ରତିବାଦ କରିବ ଦଳ। କିଛି ବର୍ଷ ହେବ ରାଜ୍ୟ କଂଗ୍ରେସରେ ମରୁଡି ପରିସ୍ଥିତି ଦେଖା ଦେଇଥିଲା। କହିବାକୁ ଗଲେ କଂଗ୍ରେସ ଏକ ପ୍ରକାର ଶୋଇଯାଇଥିଲା। ହେଲେ ନୂଆ ପିସିସି ସଭାପତି ଚୟନ ହେବା ପରେ ଆକ୍ରମଣାତ୍ମକ ରୂପ ନେଇଛି ଜାତୀୟ କଂଗ୍ରେସ। ନିକଟରେ ବିଧାନସଭା ଘେରାଉ କରି ଲୋୟର ପିଏମଜିରେ ଗର୍ଜିଥିଲା । ହଜାର ହଜାର କଂଗ୍ରେସ କର୍ମୀ ଏକ ହୋଇଥିଲେ ଆଉ ଲୋୟର ପିଏମଜି ରଣକ୍ଷେତ୍ର ପାଲଟିଯାଇଥିଲା। ଆଉ ଏବେ ପୁଣିଥରେ ଆନ୍ଦୋଳନ କରିବା ନେଇ ପିସିସି ସଭାପତି ଭକ୍ତ ଦାସଡାକରା ଦେଇଛନ୍ତି ।