ଡଙ୍ଗାରେ ସେଲଫି ନେବା ବେଳେ ଅଘଟଣ : ବୁଡିଗଲେ ୩ ଛାତ୍ର
ସେଲ୍ଫି ହେଲା କାଳ, ଡ୍ୟାମରେ ବୁଡ଼ି ତିନି ନିଖୋଜ । ନିଖୋଜ୍ ହେଉଛନ୍ତି ଶିବ ହନ୍ତାଳ, ଅମିତ୍ ହନ୍ତାଳ ଓ ଗୌତମ ଖେମୁଣ୍ଡୁ । କୋରାପୁଟ ଜଲାପୁଟ ଡ୍ୟାମରେ ଡଙ୍ଗାରେ ଚଢ଼ି ସେଲ୍ଫି ନେବା ବେଳେ ଅଘଟଣ ଘଟିଛି । ନିଖୋଜ ତିନିଜଣ ନବମ ଶ୍ରେଣୀ ଛାତ୍ର ଜଲାପୁଟ ଉଚ୍ଚ ବିଦ୍ୟାଳୟର ଛାତ୍ର ଅଟନ୍ତି । ସ୍କୁଲ ଛୁଟି ହେଲା ପରେ ତିନି ଛାତ୍ର ଗୋଟିଏ ଡଙ୍ଗା ରେ ବସି ସେଲ୍ଫି ଉଠାଇବାକୁ ଯାଇଥିଲେ । କିନ୍ତୁ ଡଙ୍ଗା ଟି ବୁଡିଯାଇଥିଲା। ସନ୍ଧ୍ୟା ହୋଇଯିବାରୁ ଶନିବାର ଉଦ୍ଧାର କାମ ହୋଇପାରିନାହିଁ । ଆଜି ପୁଣି ଉଦ୍ଧାର କାର୍ଯ୍ୟ ଆରମ୍ଭ ହେବ ।