ଗୋଟିଏ ରାତିରେ ୩ ମନ୍ଦିରରୁ ଚୋରି

 ତିହିଡି :  ଦେବାଦେବୀଙ୍କୁ ବି ଛାଡିଲେନି । ଗୋଟିଏ ରାତିରେ ୩ଟି ମନ୍ଦିରରୁ ସିରିଜ୍ ଚୋରି ହୋଇଥିବା ସଂଗୀନ ଅଭିଯୋଗ ହୋଇଛି । ତେବେ ପୋଲିସର ନିଷ୍କ୍ରିୟତା ଜଳ ଜଳ କରି ଦେଖା ଦେଉଥିବା ବେଳେ ରାଜ୍ୟ ସରାକାରଙ୍କ ଶାସନର ଅବ୍ୟବସ୍ଥା ଉପରେ ଅଙ୍ଗୁଳି ନିଦେ୍ର୍ଦଶ କରୁଛି । ଦୈନିକ କେଉଁଠି ନାଁ କେଉଁଠି ଚୋରି, ରାହାଜାନୀ, ଲୁଟ୍ତରାଜ ଓ ଛିନ୍ତାଇ ହେଉଥିବା ବେଳେ ଗାଁଗଣ୍ଡାରେ ମଧ୍ୟ ଚୋରି ବୃଦ୍ଧି ପାଇଛି । କେବଳ ସେତିକି ନୁହେଁ ସଂପ୍ରତି ମନ୍ଦିର ଉପରେ ଚୋରଙ୍କ ତୀକ୍ଷ୍ଣ ନଜର ପଡିଥିବା ବେଶ ବାରି ହେଉଛି । ଅନ୍ୟପଟେ ଗାଁଗଣ୍ଡା ମଧ୍ୟରେ ଏକାଧିକ ମନ୍ଦିର ଅବସ୍ଥାପିତ ହୋଇଥିବା ବେଳେ ଭଦ୍ରକ-·ନ୍ଦବାଲି ରାଜ୍ୟ ରାଜପଥ କଡରେ ଗୋଟିଏ ରାତିରେ ଏକସଂଗେ ୩ଟି ମନ୍ଦିରରୁ ଚୋରି ସାଧାରଣରେ କେଉଁଠି ନାଁ କେଉଁଠି ପୋଲିସର ଗଳା ବାଟ ଦେଇ ଚୋରମାନେ ଏପରି ଦୁସାହଶିକ କରୁଥିବା ମଧ୍ୟ ଚର୍ଚ୍ଚା ହେଉଛି । ପୋଲିସ ପେଟ୍ରୋଲିଂ ହେଉନଥିବା ମଧ୍ୟ କୁହାଯାଉଛି । 
ସୂଚନା ମୁତାବକ, ମଙ୍ଗଳବାର ରାତିରେ ୩ଟି ମନ୍ଦିରରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି । ଭଦ୍ରକ ଜିଲ୍ଲା ତିହିଡି ଥାନାଧିନ ଫତେପୁର ଛକ ରାସ୍ତା ପାଶ୍ୱର୍ସ୍ଥିତ ତାରିଣୀ ମନ୍ଦିରର ତାଲା ଭାଙ୍ଗି ମା’ଙ୍କ ସମସ୍ତ ଅଳଙ୍କାର ଚୋରି କରାଯାଇଛି । ଏତତ୍ ବ୍ୟତିତ ହୁଣ୍ଡି ବାକ୍ସକୁ ଉଠାଇ ନେଇ ଭାଙ୍ଗି ସେଥିରେ ଥିବା ଦାନ ଅର୍ଥ ନେବାପରେ ଅନ୍ୟତ୍ର ଫିଙ୍ଗି ଦେଇଥିବା ପରିଲକ୍ଷତି ହୋଇଛି । ଏନେଇ ମନ୍ଦିର କମିଟିର ଶଶିକାନ୍ତ ନାୟକ ଓ ଉତ୍ତମ ମହାପାତ୍ର ପ୍ରମୁଖ ଥାନାରେ ଲିଖିତ ଅଭିଯୋଗ କରିବା ସହିତ ଚୋରମାନଙ୍କୁ ଧରିବା ଲାଗି ଦାବି କରିଛନ୍ତି । ପୀରହାଟ ଥାନା କମାରିଆ ପଣ୍ଡାପୋଖରୀସ୍ଥିତ ମା’ ତାରିଣୀ ମନ୍ଦିରର ତାଲା ଭଙ୍ଗାଯାଇ ଅଳଙ୍କାର ସମେତ ହୁଣ୍ଡି ବାକ୍ସରେ ଥିବା ଦାନ ଅର୍ଥ ମଧ୍ୟ ଚୋରି ହୋଇଛି । ବୁଧବାର ସକାଳୁ ପୂଜକ ସଦାନନ୍ଦ ପାଣି ପୂଜା କରିବାକୁ ଆସିବା ପରେ ଏପରି ଦେଖିବାକୁ ପାଇଥିଲେ । ତଦନ୍ତ କରି ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ଗ୍ରହଣ କରିବା ଲାଗି ବାଇଧର କରଣ, ଦିବାକର କରଣ, ବାଇଧର ଜେନା, ଗୟାଧର ଲେଙ୍କା, ରବିନ୍ଦ୍ର ନାୟକ, ସଞ୍ଜୟ ମଲ୍ଲିକ, ଜନ୍ମେଜୟ ଲେଙ୍କା, ମାୟାଧର କରଣ ଓ ସୁରେଶ କରଣ ପ୍ରମୁଖ ଗ୍ରାମବାସୀ ଦାବି କରିଛନ୍ତି । ସେହିପରି ପୀରହାଟ କାନପୁରସ୍ଥିତ ଜଗନ୍ନାଥ ମନ୍ଦିର ଓ କାର୍ଯ୍ୟାଳୟ ଗୃହର ଏକସଂଗେ ୪ଟି ତାଲା ଭଙ୍ଗାଯାଇ ନାନାଦି ଅଳଙ୍କାର ଲୁଟ୍ ହୋଇଛି । ମନ୍ଦିର ନିକଟରେ ଏକ ଚୋରା ମଦ ଦୋକାନ ରହିଛି ଏବଂ ସେଠାରେ ମଦ ପିଇ କେତେକ ମତୁଆଲା ସାଜିବା ପରେ ଏପରି ଚୋରି କରିଥିବା ଗ୍ରାମବାସୀ ସନେ୍ଦହ ପ୍ରକଟ କରିଛନ୍ତି । ରାତିରେ ପୋଲିସର କୌଣସି ଭୂମିକା ରହୁନଥିବା ମଧ୍ୟ ଅଭିଯୋଗ ହୋଇଛି । ତେବେ ସାଇଣ୍ଟିଫିକ୍ ଟିମ୍ ଜରିଆରେ ତଦନ୍ତ କରି ଚୋରମାନଙ୍କୁ ଠାବ କରିବା ସହିତ ଚୋରି ସାମଗ୍ରୀ ଉଦ୍ଧାର କରିବାକୁ ପୂଜକ ଦୋଳଗୋବିନ୍ଦ ବାରିକ, ଗ୍ରାମବାସୀ ତ୍ରିଲୋଚନ ପାଣିଗ୍ରାହୀ, ରବିନ୍ଦ୍ର ପାଣ୍ଡବ, ନିରାକାର ଜେନା, ନିତ୍ୟାନନ୍ଦ ପାଣ୍ଡବ, କାଳନ୍ଦି ମହାକୁଡ, ସର୍ବେଶ୍ୱର ବେହେରା, ମଣ୍ଟୁ ବେହେରା, ଦେବେନ୍ଦ୍ର ବେହେରା, ମୃତୁ୍ୟଞ୍ଜୟ ବେହେରା, ଖାଳବେଳ ମହାକୁଡ ଓ ଚନ୍ଦ୍ରକାନ୍ତ ମହାପାତ୍ର ପ୍ରମୁଖ ଦାବି କରିଛନ୍ତି ।