ଜିନ୍ଦଲ ଷ୍ଟେନଲେସରେ ପରିବେଶ ଦିବସ


 କଳିଙ୍ଗନଗର : ଜିନ୍ଦଲ ଷ୍ଟେନଲେସ ଲିମିଟେଡ଼ କଳିଙ୍ଗନଗରରେ ପରିବେଶ ଦିବସ ପାଳିତ ହୋଇଯାଇଛି । ଏହାସହ ସ୍ଥାନୀୟ ସମ୍ପ୍ରଦାୟ ମଧ୍ୟରେ ସଚେତନତା ବୃଦ୍ଧି କରିବା ଅବସରରେ ଅନ୍ତର୍ଜାତୀୟ ବନ ଦିବସ, ବିଶ୍ୱ ଜଳ ଦିବସ,ଏବଂ ଅନ୍ତର୍ଜାତୀୟ ଶୂନ୍ୟ ଅପଚୟ ଦିବସ ପାଳନ କରାଯାଇଥିଲା । ବୃକ୍ଷରୋପଣ ଏବଂ ଜୈବ ବିବିଧତା ସଂରକ୍ଷଣକୁ ପ୍ରୋତ୍ସାହିତ କରି ମାର୍ଚ୍ଚ ୨୧ରେ ଚାରା ବଂଟନ  କରାଯାଇଥିଲା । ଜେଏସଏଲ ପ୍ଲାଂଟ ପରିସରରେ ଏକ ବୃକ୍ଷରୋପଣ ଅଭିଯାନ ମଧ୍ୟ ଆୟୋଜନ କରାଯାଇଥିଲା । ୨୨ମାର୍ଚ୍ଚ ଦିନ ବିଶ୍ୱ ଜଳ ଦିବସରେ କର୍ମଚାରୀ ଏବଂ ସେମାନଙ୍କ ପିଲାମାନଙ୍କ ପାଇଁ ହିମବାହ ତରଳିବା ଏବଂ ଜଳ ସଂରକ୍ଷଣ ଭଳି ବିଷୟବସ୍ତୁ ଉପରେ କେନ୍ଦ୍ରିତସ୍ଲୋଗାନ ଲେଖା, ପୋଷ୍ଟର ତିଆରି ପ୍ରତିଯୋଗିତା ଆୟୋଜନ କରାଯାଇଥିଲା । ଆନ୍ତର୍ଜାତୀୟ ଶୂନ୍ୟ ଅପଚୟ ଦିବସର ଅଂଶ ସ୍ୱରୂପ, ବ୍ରାହ୍ମଣୀ ନଦୀ କୂଳରେ ଏକ ନଦୀକୂଳ ସଫେଇ ଅଭିଯାନ ଅନୁଷ୍ଠିତ ହୋଇଥିଲା । ଯେଉଁଠାରେ କର୍ମଚାରୀ, ସ୍ଥାନୀୟ ଯୁବ ଗୋଷ୍ଠୀ ଏବଂ ଜେଏସଏଲର ଏନଜିଓ ସହଭାଗୀ, ଗ୍ରୀନ୍ ଡ୍ରିମ୍ ଫାଉଣ୍ଡେସନର ସଦସ୍ୟମାନେ ପ୍ଲାଷ୍ଟିକ୍ ଏବଂ ଅଳିଆ ଆବର୍ଜନା ଅପସାରଣ ପାଇଁ ଏକାଠି ହୋଇଥିଲେ । ସ୍ଥାନୀୟ ଯୁବକଙ୍କ ସହିତ ଏକ ସଚେତନତା କାର୍ଯ୍ୟକ୍ରମ କରାଯାଇଥିଲା ଯାହାଦ୍ୱାରା ସେମାନଙ୍କୁ ଦାୟିତ୍ୱପୂର୍ଣ୍ଣ ବର୍ଜ୍ୟବସ୍ତୁ ପରିଚାଳନା ଏବଂ ସୁସ୍ଥ ଜୀବନଯାପନ ବିଷୟରେ ବିଭିନ୍ନ ଶିକ୍ଷା ଦିଆଯାଇଥିଲା । ଏହି ଅବସରରେ ଜିନ୍ଦଲ ଷ୍ଟେନଲେସର ଯାଜପୁର ୟୁନିଟ୍ ମୁଖ୍ୟ ଦୀପକ ଅଗ୍ରୱାଲ କହିଥିଲେ କି, ପରିବେଶଗତ ସ୍ଥିରତା ପ୍ରତି ଧ୍ୟାନ ଆମ କାର୍ଯ୍ୟର ମୂଳ ସିଦ୍ଧାନ୍ତ ମଧ୍ୟରୁ ଗୋଟିଏ ଏବଂ ଆମେ ଆମର ପରିବେଶଗତ ପ୍ରଭାବ ହ୍ରାସ କରିବାକୁ ପ୍ରତିବଦ୍ଧ ।