ଅମୀୟ ରଞ୍ଜନ ସେଣ୍ଟ୍ରାଲ ନୋଟାରୀ ନିଯୁକ୍ତି
ଯଖପୁରା: ଭାରତ ସରକାରଙ୍କ ନ୍ୟାୟ ଓ ଆଇନ ମନ୍ତ୍ରଣାଳୟ ତରଫରୁ ଯାଜପୁର ରୋଡର ଆଇନଜୀବୀ ଅମିୟ ରଞ୍ଜନ ଘଡାଇ ସେଣ୍ଟ୍ରାଲ ନୋଟାରୀ ଭାବେ ନିଯୁକ୍ତି ପାଇଛନ୍ତି । ଶ୍ରୀଯୁକ୍ତ ଘଡାଇ ଓକିଲାତି ପେସାରେ ଅଭିଞ୍ଜତା ସହିତ ପୁର୍ବରୁ ସାମ୍ବାଦିକ ହିସାବରେ ମଧ୍ୟ କାର୍ଯ୍ୟ କରିଛନ୍ତି । ତାଙ୍କର ଏହି ସେଂଟ୍ରାଲ ନୋଟାରୀ ପଦକୁ ସମ୍ମାନର ସହିତ ଗ୍ରହଣ କରି ଆର୍ଥôକ ଅନଗ୍ରସର ଛାତ୍ରଛାତ୍ରୀ ତଥା ଗରିବଗୁରୁବାର ମାନଙ୍କ ସେବାରେ ଯେଉଁ ମାନଙ୍କର ସତ୍ୟପାଠ ବା ଏଗ୍ରିମେଂଟ ଆବଶ୍ୟକ ପଡ଼େ ସେମାନଙ୍କୁ କମ ମୂଲ୍ୟରେ ସେବା ପ୍ରଦାନ କରିବେ ବୋଲି କହିଛନ୍ତି । ଶ୍ରୀଯୁକ୍ତ ଘଡାଇ ଆଇନ୍ ପାଠରେ ଡିଗ୍ରୀ ସହିତ ସାମ୍ବାଦିକତାରେ ସ୍ନାତକୋତର ଡିଗ୍ରୀ ହାସଲ କରିଛନ୍ତି । ବର୍ତମାନ ସେ ସିଭିଲ ଇଂଜିନିୟରିଂର ଛାତ୍ର ମଧ୍ୟ ଅଛନ୍ତି ।