ମୃତକଙ୍କ ନାମରେ ଚାଉଳ ଲୁଟ୍

 ବାଲିକୁଦା : ରାସନ ସାମଗ୍ରୀ ଲୁଟ୍କୁ ରୋକିବାକୁ ରାଜ୍ୟର ନୂଆ ସରକାର କଡାକଡି ନିୟମ କରିଛନ୍ତି । ଆଖି, ଟିପ ଚିହ୍ନ ନ ଦେଲେ ହିତାଧିକାରୀଙ୍କୁ ଚାଉଳ ମିଳିବା କଷ୍ଟ । ଏପରିକି ଓଜନ କଣ୍ଟା ଅନ୍ଲାଇନ ସଂଯୋଗ ସହ ଆଖି ଚିହ୍ନଟ କଲେ ଯାଇ ରାସନ ମିଳିବାର ବ୍ୟବସ୍ଥ୍ା ରହିଛି । ହେଲେ ଆଖି, ଟିପ ଚିହ୍ନ ନେବାର ଚାରି ମାସ ପରେବି ଆଦିବାସୀ ହିତାଧିକାରୀଙ୍କୁ ରିଟେଲର ଚାଉଳ ଯୋଗାଇ ଦେଇ ନାହାନ୍ତି । କେବଳ ଏହି ଅଭିଯୋଗ ନୁହେଁ ମୃତକଙ୍କ ନାମରେ ଚାଉଳ ଲୁଟ ହେଉଥିବା ବେଳେ, ବିବାହିତ ଝିଅ ନାଁରେ ଅନ୍ତୋଦୟ ଯୋଜନା କରି ରିଟେଲର ରାସନ ହଡପ କରୁଛନ୍ତି । ଏଭଳି ଚଞ୍ଚକତା ଯାଜପୁର ଜିଲ୍ଲା ବଡଚଣା ବ୍ଲକ ଅନ୍ତର୍ଗତ ଗୋପାଳପୁର ପଞ୍ଚାୟତର ଜନୈକା ରିଟେଲର କରିଥିବାର ଅଭିଯୋଗ ହୋଇଛିା ରିଟେଲର ଉର୍ମିଳା ପାଢୀ (କୋର୍ଡÿ ନଂ୧୩୦୧ ପି ୦୪୨) ଦୀର୍ଘ ଦିନ ହେବ ବିଗତ ସରକାରରେ ଡିଲର ଥାଇ ଆଦିବାସୀ ଲୋକଙ୍କୁ ଭୁଆଁ ବୁଲାଇ ସେମାନଙ୍କର ଆଖି ଓ ଟିପ ଚିହ୍ନ ନେବା ପରେ ଚାଉଳ ଆସିଲେ ଦିଆଯିବ କହି ସେମାନଙ୍କୁ ଚାରି ମାସ ହେବ ଚାଉଳ ଦେଇନଥିବ ଅଭିଯୋଗ ହୋଇଛି । ଏପରିକି ଅନେକ ବୟଷ୍କ ଆଦିବାସୀଙ୍କୁ ରାସନ ସାମଗ୍ରୀ ନଦେଇ ଅଫ୍ଲାଇନରେ ସେମାନଙ୍କ ଆଧାର ସଂଯୋଗ କରି ଚାଉଳ ହଡପ କରାଯାଇଥିବା ଅଭିଯୋଗ ହେଉଛି । ପଞ୍ଚାୟତର ଛବିନ୍ଦ୍ର ଦେହୁରିଙ୍କୁ ଉଦାହରଣ ଭାବେ ନିଆଯାଇପାରେ । ଛବିନ୍ଦ୍ର ଜାନୁଆରୀ ମାସ ଠାରୁ ଆଖି ଓ ଟିପ ଚିହ୍ନ ଦେଇଥିଲେ ମଧ୍ୟ ଅଦ୍ୟାବଧି ଚାଉଳ ପାଇ ନଥିବା ପ୍ରକାଶ କରିଛନ୍ତି । ସେହିପରି କଣ୍ଢେଇ ଦାସ ନାମକ ଜଣେ ବ୍ୟକ୍ତି ୫ ବର୍ଷ ତଳୁ ମୃତୁ୍ୟବରଣ କରିଥିଲେ ମଧ୍ୟ ଅଫ୍ଲାଇନରେ ଆଧାର ସଂଯୋଗ କରି ତାଙ୍କ ନାମରେ ରାସନ ସାମଗ୍ରୀ ଉଠାଯାଉଛି । ସମ୍ପୃକ୍ତ ରିଟେଲର ୨୫ ବର୍ଷ ହେଲା ନିଜ ଝିଅ ମଧୁସ୍ମିତା ପାଢୀଙ୍କ ନାମରେ ଅନ୍ତୋଦୟ ଯୋଜନାରେ ମାସିକ ୩୫ କିଲୋ ଚାଉଳ ହଡପ କରୁଥିବା ଅଭିଯୋଗ ହୋଇଛି । ତାଙ୍କ ଝିଅ ୧୮ବର୍ଷ ହେଲା ବାହା ହୋଇଥିବା ବେଳେ, ତାଙ୍କ ଝିଅକୁ ଏବେ ପାଖାପାଖି ୧୫ ବର୍ଷ ହେଲାଣି । ରିଟେଲରଙ୍କ ଝିଅ ରସଲପୁର ବ୍ଲକ୍ କୁଆଖିଆ ନିକଟରେ ବିବାହ କରିଥିବା ବେଳେ, ସେ ରାଉରକେଲାରେ ଅବସ୍ଥାନ କରନ୍ତି । ଦୀର୍ଘ ବର୍ଷ ହେବ ରିଟେଲର ତାଙ୍କ ଝିଅ ନାମରେ ରାସନ ହାତେଇ ନେଉଛନ୍ତି । ତେବେ ନବୀନ ସରକାରଙ୍କ ସମୟରେ ଅନେକ ଥର ଅଭିଯୋଗ ହୋଇ ତଦନ୍ତ  କରାଯାଇଛି । ମାତ୍ର ତଦନ୍ତ ସମୟରେ ସମ୍ପୃକ୍ତ ରିଟେଲର ତାଙ୍କ ବିବାହିତା ଝିଅ ଓ ନାତୁଣୀକୁ ଘରେ ଆଣି ଉପସ୍ଥିତ ଦର୍ଶାଇ ଖସିଯିବାରେ ସକ୍ଷମ ହୋଇଛନ୍ତି । ଫେବୁଆରୀ ମାସରେ ଅଞ୍ଜନା ପାଢୀ (କାଡ଼ ନଂ ୧୩୦, ୧୨୨, ୧୧୦, ୫୧) ନାମଙ୍କ ଜଣେ ମହିଳାଙ୍କ ଅନ୍ତୋଦ୍ୱୟ କାର୍ଡ ଥିବାବେଳେ, ସେ ରିଟେଲରଙ୍କ ଘରକୁ ଦିନକୁ ଦୁଇଥର ଯିବା ପରେ ମଧ୍ୟ ତାଙ୍କୁ ଚାଉଳ ନ ଦେଇ ଫେରାଇ ଦେଇଥିଲେ । ମାର୍ଚ୍ଚ ମାସରେ ତୁମର କାର୍ଡ କଟିଗଲା ବୋଲି ଉର୍ମିଳା ଅଞ୍ଜନାକୁ କହିବା ପରେ ସେ ନିରୁପାୟ ହୋଇ ଜିଲ୍ଲାପାଳଙ୍କ ଜନ ଅଭିଯୋଗ ଶୁଣାଣୀ ଶିବିରରେ ଗୁହାରୀ କରିଛନ୍ତି । ଏସବୁ ଦୁର୍ନୀତି ତକôାଳିନ ପଞ୍ଚାୟତ ନେତା ଓ ବିଧାୟକଙ୍କ ବାହୁଛାୟା ତଳେ ରହି ଚଳାଇଆସୁଥିଲେ ବୋଲି ଚର୍ଚ୍ଚା ହେଉଛି । ଏନେଇ ରିଟେଲର ଉର୍ମିଳା ପାଢୀଙ୍କୁ ପଚାରିବାରେ ସେ ସମସ୍ତ ଘଟଣାକୁ ସ୍ୱୀକାର କରିଛନ୍ତି । ତେବେ ସରକାର ବଦଳିଲା ପରେ ମଧ୍ୟ ଉର୍ମିଳା କାହା ସାହାସରେ ଦମ୍ଭୋକ୍ତି ସହ ଦୁର୍ନୀତି କରିଥିବା ସ୍ୱୀକାର କରିଛନ୍ତି ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି । ଏନେଇ ବ୍ଳକ ଯୋଗାଣ ଅଧିକାରୀ ମାନସ କୁମାର ସିଅ ପଚାରିବାରେ ଅଞ୍ଜନା ପାଢୀଙ୍କ ଅଭିଯୋଗ ପତ୍ର ଆମେ ପାଇଛୁ । ଅନ୍ୟାନ୍ୟ ଦୁର୍ନୀତି ସମ୍ପର୍କରେ ଆମେ ଜାଣିନାହୁଁ । ଯଦି ସେପରି କିଛି ହୋଇଥାଏ ତେବେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନିଆଯିବବୋଲି କହିଥିଲେ ।