ସାଥୀ ଦିବାକର ନାୟକଙ୍କ ପରଲୋକ
କେନ୍ଦୁଝର : ଭାରତୀୟ କମୁ୍ୟନିଷ୍ଟ ପାର୍ଟିର ପୂର୍ବତନ ରାଜ୍ୟ ସମ୍ପାଦକ, ପାର୍ଟି ମୁଖପତ୍ର ନୂଆ ଦୁନିଆର ପୁର୍ୱତନ ସମ୍ପାଦକ, ଛାତ୍ର ଜୀବନରେ ଏଆଇଏସ୍ଏଫ୍ର ଟାଣୁଆ ନେତା,ଏଆଇଟିୟୁସିର ପୁର୍ବତନ ରାଜ୍ୟ ଉପସଭାପତି, ମାର୍କସବାଦୀ ଦର୍ଶନର ଜ୍ଞାନୀ, ଜୀବନର ଶେଷ ସମୟ ପର୍ଯ୍ୟନ୍ତ ଜଣେ ସଚ୍ଛା କମୁ୍ୟନିଷ୍ଟ, ସମସ୍ତଙ୍କ ହୃଦୟର ଥିବା ପ୍ରିୟ ନେତା ସାଥୀ ଦିବାକଙ୍କର ଗତକାଲି ରାତ୍ର ୧୧ଟା ୩୦ରେ ରାଜ୍ୟ କାର୍ଯ୍ୟାଳୟ ଭଗବତୀ ଭବନଠାରେ ଅକାଳ ବିୟୋଗ ଘଟିଛି । ସାଥୀ ଦିବାକର ନାୟକଙ୍କ ବିୟୋଗରେ ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇବା ପାଇଁ ବଡବିଲ ସିପିଆଇ କାର୍ଯ୍ୟାଳୟଠାରେ ଏକ ଶୋକ ସଭା ଅନୁଷ୍ଠିତ ହୋଇ ଯାଇଛି । ସିପିଆଇର ରାଜ୍ୟ କାର୍ଯ୍ୟକାରୀ ସଭ୍ୟ ସାଥୀ ମହେଶ୍ୱର ରାଉତ, ରାଜ୍ୟପରିଷଦ ସଭ୍ୟ ସାଥୀ କପିଳ ମହାନ୍ତି, ସାଥୀ ବଦ୍ରୁ ଜାମା, ରାଜାରାମ ମୁଣ୍ଡା, ଶ୍ରୀହରି ଘଣା, କାହ୍ନୁ ଚରଣ ସାମଲ ଓ ଅନ୍ୟାନ୍ୟ ସାଥୀ ମାନେ ଦିବଂଗତ ନେତାଙ୍କ ଫଟୋରେ ପୁଷ୍ପ ମାଲ୍ୟ ଦେବା ସହ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ସାଥୀ ଦିବାକର ନାୟକ ଭଦ୍ରକ କଲେଜରେ ଅଧ୍ୟୟନ ସମୟରୁ ଛାତ୍ର ରାଜନୀତିରେ ଅଂଶ ଗ୍ରହଣ କରିଥିଲେ । ସେ ଛାତ୍ର ସଂସଦ ନିର୍ବାଚନରେ ଭାଗ ନେଇ ଭଦ୍ରକ କଲେଜ ଛାତ୍ର ସଂସଦର ସଭାପତି ଭାବରେ ନିର୍ବାଚିତ ହୋଉଥିଲେ । ଦୀର୍ଘ ୧୦ ବର୍ଷ ଧରି ସେ ସିପିଆଇର ରାଜ୍ୟ ସଂପାଦକ ଦାୟିତ୍ୱ ନିର୍ବାହ କରିଥିଲେ । ଜଣେ ମାର୍କସବାଦ ତତ୍ତ୍ୱବିତ ଭାବରେ ସେ ନିଜର ପରିଚୟ ପ୍ରଦାନ କରିବାରେ ସଫଳ ହୋଇଥିଲେ । ସେ ସାଂସଦ କିମ୍ବା ବିଧ୍ୟାୟକ କେବେ ବି ପ୍ରତିଦ୍ୱନ୍ଦିତା କରି ନଥିଲେ ବି ଜଣେ ସୁବକ୍ତା ଭାବରେ ସମଗ୍ର ଓଡିଶାରେ ନିଜର ପରିଚୟ ସୃଷ୍ଟି କରି ପାରିଥଲେ ।