‘ନିରାମୟ'ରେ ମିଳୁଛି ଅବଧି ଶେଷ ଇଞ୍ଜେକ୍ସନ


ାା ସ୍ୱତନ୍ତ୍ର ପ୍ରତିନିଧି  ଉକôଳ କେଶରୀ ପାହାଡସିଂ ।ା

କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ‘ନିରାମୟ' କର୍ମଚାରୀଙ୍କ ନାମରେ ଆସିଛି ସାଂଘାତିକ ଅଭିଯୋଗ । ବ୍ଲକର ଚଣ୍ଡିଆପଲ୍ଲି ଗ୍ରାମର ଚନ୍ଦନ ରାଉତ ନାମକ ଯୁବକ ଝାଡା ବାନ୍ତିରୁ ସୁସ୍ଥ ହୋଇ ଦେହ ଦୁର୍ବଳ ଲାଗିବା କାରଣରୁ ନିଜ ଭଉଣୀଙ୍କୁ ଚିକିସôା ନିମନ୍ତେ ସ୍ଥାନୀୟ ମହାକାଳପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଯାଇଥିଲେ । ସେଠାରେ ବର୍ହିଃ ବିଭାଗରେ ଡାକ୍ତରଙ୍କୁ ଦେଖାଇବା ପରେ ଡାକ୍ତରଙ୍କ ସୁପାରିଶକ୍ରମେ ସ୍ୱାସ୍ଥ୍ୟକେନ୍ଦ୍ରର ନିରାମୟରୁ ମିଳୁଥିବା ମାଗଣା ଔଷଧ ଆଣିବା ପାଇଁ ଯାଇଥିଲେ । ଡାକ୍ତର ଲେଖିଥିବା  ବର୍ହିଃ ରୋଗୀ ଚିକିସôା ପତ୍ରକୁ ନିରାମୟ କର୍ମଚାରୀଙ୍କୁ ଧରାଇବା ପରେ ସେଥିରେ ଲେଖାଥିବା କିଛି ଔଷଧ ଓ ଗୋଟିଏ କାଚ ଇଞ୍ଜେକସନ ଶିଶି ନିରାମୟ କର୍ମଚାରୀ ଜଣଙ୍କ ଚନ୍ଦନଙ୍କୁ ଧରାଇ ଦେଇଥିଲେ । ଚନ୍ଦନ ସାଙ୍ଗରେ ନିଜ ଭଉଣୀଙ୍କୁ ଧରି ପୁନର୍ବାର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ବର୍ହିଃ ବିଭାଗରେ ଥିବା ନର୍ସଙ୍କ ନିକଟକୁ ଇଞ୍ଜେକ୍ସନ ଦେବାପାଇଁ ଯାଇଥିଲେ । କିନ୍ତୁ ନର୍ସ ଜଣଙ୍କ ଇଞ୍ଜେକସନ ଦେବା ପୂର୍ବରୁ ଚନ୍ଦନଙ୍କ ଆଖିରେ ପଡ଼ିଥିଲା ସେ ନିରାମୟରୁ ଆଣିଥିବା ଇଞ୍ଜେକସନର ଅବଧି ଶେଷ ହୋଇଯାଇଛି । କାଚ ଇଞ୍ଜେକସନ ଶିଶିରେ ସ୍ପଷ୍ଟ ଭାବେ ଇଂରାଜୀ ଅକ୍ଷରରେ ଉଲ୍ଲେଖ ଅଛି ୨୦୨୫ମସିହା ଅପ୍ରେଲ ମାସରୁ ଏହାର ଅବଧି ତାରିଖ ଶେଷ ହୋଇଯାଇଛି । ଅର୍ଥାତ୍ ଦୀର୍ଘ ଦୁଇ ମାସ ହେଲାଣି ଏହାର ଅବଧି ତାରିଖ ଶେଷ ହୋଇସାରିଛି । ଏହାକୁ ଦେଖି ଚନ୍ଦନ ତୁରନ୍ତ ଚମକି ଉଠି ନର୍ସ ଜଣଙ୍କୁ ଇଞ୍ଜେକସନ ଦେବା ପାଇଁ ରୋକିଥିଲେ । ତେବେ ନର୍ସ ଜଣଙ୍କ ମଧ୍ୟ ଚତୁରତାର ସହିତ ଅବଧି ଶେଷ ହୋଇଯାଇଥିବା ଇଞ୍ଜେକସନ ଶିଶିକୁ ଚନ୍ଦନଙ୍କ ହାତରୁ ନେଇ ତୁରନ୍ତ ନିରାମୟକୁ ଦୌଡ଼ି ଯାଇ ଆଉ ଏକ ଅବଧି ଥିବା ନୂତନ ଇଞ୍ଜେକସନ ଶିଶି ନେଇ ଆସି ଚନ୍ଦନଙ୍କ ଭଉଣୀଙ୍କୁ ଦେଇଥିଲେ । ଏହାପୂର୍ବରୁ ପ୍ରମାଣ ସ୍ୱରୂପ ଅବଧି ଶେଷ ହୋଇଯାଇଥିବା ଇଞ୍ଜେକସନ ଶିଶିର ଫଟୋ ଚନ୍ଦନ ନିଜ ମୋବାଇଲ୍ କ୍ୟାମେରା ସାହାର୍ଯ୍ୟରେ ଉତ୍ତୋଳନ କରି ରଖିଥିଲେ । ଚନ୍ଦନ ଆହୁରି ମଧ୍ୟ ଏକ ଅଭିଯୋଗ ଆଣି ପ୍ରଶ୍ନ କରିଛନ୍ତି, ଚିକିସôା ପାଇଁ ବର୍ହିଃ ବିଭାଗକୁ ଆସୁଥିବା ରୋଗୀମାନଙ୍କ ନାମ ଓ ଠିକଣା କାହିଁକି ବର୍ହିଃ ବିଭାଗ ଟିକେଟରେ ଉଲ୍ଲେଖ କରାଯାଉନାହିଁ? ପ୍ରମାଣ ସ୍ୱରୂପ ସେ ତାଙ୍କର ବର୍ହିଃ ବିଭାଗର ଟିକେଟ ମଧ୍ୟ ଦେଖାଉଛନ୍ତି । ଯେଉଁଥିରେ କି ଦେଖିବାକୁ ମିଳୁଛି ରୋଗୀଙ୍କ ନାମ ଓ ଠିକଣା ଲେଖିବା ପାଇଁ ଉଦ୍ଧିଷ୍ଟ ଥିବା ସ୍ଥାନ ଖାଲି ପଡ଼ିଛି । ତେବେ ସଚେତନ ମହଲରୁ ପ୍ରଶ୍ନ ଉଠୁଛି ଯଦି ଚନ୍ଦନଙ୍କ ସ୍ଥାନରେ କୌଣସି ପାଠ ପଢିନଥିବା ବ୍ୟକ୍ତି ଥାଆନ୍ତେ ତେବେ ଆଜି ପରିସ୍ଥିତି କଣ ହୋଇଥାନ୍ତା? ଏ ନେଇ ମହାକାଳପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ମୁଖ୍ୟ ଚିକିସôା ଅଧିକାରୀଙ୍କ ସହିତ ଯୋଗାଯୋଗ କରିବା ପାଇଁ ଚେଷ୍ଟା କରାଯାଇଥିଲେ ମଧ୍ୟ ଏହା ସମ୍ଭବ ହୋଇନାହିଁ । ତେବେ ଏହି ଘଟଣାକୁ ହାଲୁକା ଭାବେ ନିଆନଯାଇ ଦୋଷୀ ନିରାମୟ କର୍ମଚାରୀଙ୍କ ଉପରେ ଦୃଢ଼ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ଦାବି ହେଉଛି ।