ଦାନ୍ତବିନ୍ଧାର ଘରୋଇ ଉପଚାର

ଦାନ୍ତବିନ୍ଧାର ଘରୋଇ ଉପଚାର

ଦାନ୍ତବିନ୍ଧା ଏମିତି ଏକ ଯନ୍ତ୍ରଣା ଯାହା ଆଜିକାଲି ସମସ୍ତଙ୍କର ଦେଖାଦିଏ  । ଦାନ୍ତବିନ୍ଧାର ସାଧାରଣ କାରଣ ଗୁଡ଼ିକ ହେଲା - ସଂକ୍ରମଣ, ଦନ୍ତକ୍ଷୟ, ମାଢ଼ିଫୁଲା ଓ ଦାନ୍ତମୂଳ ବାହାରକୁ ଦିଶିବା । ଏପରି କିଛି ଘରୋଇ ଉପଚାର ରହିଛି ଯାହା ଦାନ୍ତ ଯନ୍ତ୍ରଣାରୁ ମୁକ୍ତି ମିଳିପାରିବ । ଏକ ଅତି ସରଳ ଉପଚାର ହେଉଛି ଲୁଣପାଣିରେ କୁଳୁକୁଚା କରିବା । ଲୁଣ ହେଉଛି ଏକ ପ୍ରାକୃତିକ ସଂକ୍ରମଣ-ବିରୋଧୀ ଯାହା ପ୍ରଦାହ, ଫୁଲା ଓ ଦାନ୍ତମୂଳରେ ବୀଜାଣୁ ଉପସ୍ଥିତିକୁ କମାଇଦେଇଥାଏ  । କୌଣସି ସଂକ୍ରମଣ କି ମାଢ଼ିଫୁଲା ଯୋଗୁଁ ଦାନ୍ତବିନ୍ଧା ହେଉଥିଲେ, ଲୁଣପାଣି ଭଲ କାମ କରିଥାଏ । 
ଲବଙ୍ଗ ତେଲ ଦାନ୍ତବିନ୍ଧାର ଏକ ଉପକାରୀ ଉପଚାର । ଲବଙ୍ଗରେ ‘ୟୁଜିନଲ୍’ ନାମକ ପ୍ରାକୃତିକ ବୀଜାଣୁବିରୋଧୀ ଉପାଦାନ ରହିଛି, ଯାହା ଯନ୍ତ୍ରଣା ଓ ପ୍ରଦାହ କମାଇପାରିବ । ଲବଙ୍ଗ ତେଲ କିମ୍ବା ଦାନ୍ତମୂଳରେ ଗୋଟିଏ ଲବଙ୍ଗ ଅବା ପିଜୁଳିପତ୍ର ବ୍ୟବହାର କରିପାରିବେ । ଏଥିରେ ପ୍ରଦାହବିରୋଧୀ ତଥା ବୀଜାଣୁବିରୋଧୀ ଗୁଣ ରହିଛି । ତେଣୁ କିଛି ସଜ ପିଜୁଳିପତ୍ରକୁ ଲବଙ୍ଗ ରଖିଲେ ଅନୁରୂପ ଫଳ ମିଳିପାରିବ । ଚୋବାଇଲେ ପାଟିରେ ଥିବା ବୀଜାଣୁଙ୍କର ମୃତୁ୍ୟ ଘଟି ଦାନ୍ତବିନ୍ଧା କମିଥାଏ ।
ରସୁଣରେ ଥିବା ‘ଆସିଲିନ୍’ ନାମକ ରସାୟନ ପ୍ରଦାହବିରୋଧୀ ତଥା ବୀଜାଣୁବିରୋଧୀ ହୋଇଥିବାରୁ ଦୁଇ ପାଖୁଡ଼ା ରସୁଣ ଚୋବାଇଲେ ମଧ୍ୟ ଦାନ୍ତବିନ୍ଧାରୁ ଉପଶମ ମିଳିପାରିବ ।
ହଳଦୀରେ ଥିବା ରାସାୟନିକ ପଦାର୍ଥ ପ୍ରଦାହ କମାଇବା ସହ ସଂକ୍ରମଣରୁ ରକ୍ଷା କରିଥାଏ ଓ ଗୋଟା ହଳଦୀକୁ ବାଟି କିମ୍ବା ହଳଦୀଗୁଣ୍ଡରେ ପାଣି ମିଶାଇ ଏକ ମୋଟା ପ୍ରଲେପ ପ୍ରସ୍ତୁତ କରି ତାହାକୁ ପ୍ରଭାବିତ ଦାନ୍ତରେ ମାରିଲେ ଯନ୍ତ୍ରଣାରୁ ମୁକ୍ତି ମିଳିପାରିବ । ଦାନ୍ତ ପାଖରେ ବରଫ ପ୍ରୟୋଗ କରି ଯନ୍ତ୍ରଣା କମାଇହେବ ।