ନ୍ୟାୟ ନପାଇଁ ଏସପିଙ୍କ ଦ୍ୱାରାସ୍ଥ ହେଲେ ସୀମାରାଣୀଙ୍କ ପରିବାର

ପାଣିକୋଇଲି : ପୁଅ ହେଉ କି ଝିଅ ଜନ୍ମ ଦେଇ ଅନେକ ସ୍ୱପ୍ନ ଦେଖିଥାନ୍ତି ପିତା ଓ ମାତା । ତାକୁ ବଡ଼ କରି ମଣିଷ କରିବା ପାଇଁ କେତେ କଣ କରିଥାନ୍ତି । ଝିଅ କ୍ଷେତ୍ରରେ ବାପା ମାଆ ଅନେକ ସ୍ୱପ୍ନ ଦେଖିଥାନ୍ତି । ଝିଅକୁ ପରଘରକୁ ବିଦାୟ ଦେବେ ଭଲ ବରଖୋଜିବେ ଇତ୍ୟାଦି ଇତ୍ୟାଦି । ଝିଅବି ବାପା ମାଆଙ୍କୁ ଛାଡ଼ି ଅନ୍ୟ ଏକ ପରିବାରକୁ ନେଇ ଅନେକ ଆଶା ଓ ଭରସା ନେଇ ଶାଶୁ ଘରକୁ ଯାଇଥାଏ ନବ ବିବାହିତ କନ୍ୟାଟିଏ ସାଜି । ଏହିପରି ଅନେକ ସ୍ୱପ୍ନ ନେଇ ଶାଶୁ ଘରକୁ ଯାଇଥିଲେ ସୀମାରାଣୀ । ହେଲେ ଶାଶୂଘରକୁ ନିଜର ଭାବିବା ବେଳକୁ ସନେ୍ଦହ ଜନକ ଭାବେ ସୀମାରାଣୀଙ୍କ ମୃତୁ୍ୟ ଘଟିଛି । ଯାହାକୁ ବିଶ୍ୱାସ କରିପାରୁ ନାହାନ୍ତି ପରିବାର ସଦସ୍ୟ । ଏହିପରି ଏକ ଖବର କୋରେଇ ଥାନା ଧନେଶ୍ୱର ପଞ୍ଚାୟତ ମୃତୁଞ୍ଜୟପୁର ମାଳିବାଗ ଗ୍ରାମରେ ଘଟିଛି । ଦୀପକ କୁମାର ନାଥଙ୍କ ପନôୀ ଥିଲେ ସୀମାରାଣୀ । ହେଲେ ସୀମାରାଣୀଙ୍କ ସନେ୍ଦହ ଜନକ ଭାବେ ମୃତୁ୍ୟ ପରେ କୋରେଇ ଥାନାରେ ହତ୍ୟା ଅଭିଯୋଗ କରିଥିଲେ ପରିବାର । ଉକ୍ତ ଘଟଣାରେ ପୁଲିସ ସ୍ୱାମୀ ଦୀପକକୁ ଅଦାଲତ ଚାଲାଣ କରିଥିଲେ ହେଁ ଅନ୍ୟ ସଦସ୍ୟ ମାନଙ୍କୁ ଗିରଫ ନକରି ଚୁପ ବସିଛି । ଏହାକୁ ନେଇ ପରିବାର ସଦସ୍ୟ କୋରେଇ ଥାନାରୁ ନିରାଶ ହୋଇ ଏସପିଙ୍କ ନିକଟରେ ଫେରାଦ ହୋଇଛନ୍ତି । ଉକ୍ତ ଘଟଣାରେ ସଠିକ ତଦନ୍ତ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ଏସପି ବିନୀତ ଅଗ୍ରୱାଲ ।