ବଢିଚାଲିଛି ଅପମୃତୁ୍ୟ ଓ ଅବାଧ ଚାଲାଣ
ଯାଜପୁର : ମନୁଷ୍ୟ ଜୀବନ ନିର୍ବାହ ସହିତ ଗୋ-ମାତାର ସମ୍ବନ୍ଧ ନିବିଡ଼ । ସେଥିପାଇଁ ଗୋ-ସଂପଦକୁ ଗୋମାତା ଭାବେ ପୂଜା କରାଯାଉଛି । ଯାହାର ସୁରକ୍ଷା ଅନିର୍ବାଜ୍ୟ ବୋଲି ସମସ୍ତେ କୁହନ୍ତି । ଶାସନଗାଦିରେ ବସୁଥିବା ଯେକୈାଣସି ଦଳ ଗୋ-ସଂପଦ ସୁରକ୍ଷା ଓ ବିକାଶ ନିମନ୍ତେ ଯୋଜନା ହାତକୁ ନେଉଛନ୍ତି ବୋଲି ଡ଼ିଣ୍ଡମ୍ବ ପିଟୁଥିଲେ ହେଁ ପ୍ରକୃତ ପକ୍ଷେ ଗୋ-ସଂପଦର ସୁରକ୍ଷା ପ୍ରତି ଯେତିକି ଯତ୍ନବାନ୍ ହେବା କଥା ତାହା ପରିଲକ୍ଷିତ ହେଉନି । ଯେଉଁଥିପାଇଁ ଗୋ-ସଂପଦ ବିପଦମୁଖି ହୋଇପଡ଼ିଛନ୍ତି । ଯଦି କହିବା ତେବେ ଆଜିର ଦିନରେ ଗୋ-ସଂପଦ ସଙ୍କଟ ସମୟ ଦେଇ ଗତିକରୁଛି ।
ଗୋ-ସଂପଦ ସୁରକ୍ଷା ଦିଗରେ ଚିନ୍ତନ କରାଯାଉନଥିବାରୁ ବାରମ୍ବାର ଅପମୃତୁ୍ୟ ଘଟି ଚାଲିଥିବା ବେଳେ ଅବାଧ ଗୋ-ଚାଲାଣ ବଢିବାରେ ଲାଗିଛି । କିନ୍ତୁ ସରକାର ଏଦିଗରେ କଠୋର ହେଉନଥିବାରୁ ପ୍ରଶାସନୀକ କଳ, ପୁଲିସ ଏବଂ ସର୍ବୋପରି ଗୋ-ପାଳକ ଗୋ-ସଂପଦକୁ ବିପଦମୁହଁକୁ ଠେଲି ଦେଉଛନ୍ତି । ମାନବସମାଜ ପାଇଁ ଗୋ-ସଂପଦର କି ଗୁରୁତ୍ୱ ରହିଛି, ତାହାକୁ ସମସ୍ତେ ବୁଝୁଥିଲେ ବି ଅବୁଝା ପ୍ରାୟ ହୋଇପଡ଼ୁଛନ୍ତି । ଏହି କାରଣରୁ ଗୋ-ସମ୍ପଦ ହ୍ରାସ ପାଇବାରେ ଲାଗିଛି । ଯାହା ଏକ ଚିନ୍ତାଜନକ ଘଟଣା ବୋଲି କୁହାଯାଇପାରେ । ଗୋ-ମାତା ବୋଲି ଯାହାକୁ ଆମେ ପୁଜୂଛେ, ଯାହା ଖିର ପିଈ ସୁସ୍ଥ ସବଳ ହେଉଛେ, ଯାହାର ଗୋବରକୁ ଖତ କରୁଛେ, ପରିସ୍ରାକୁ କୁ୍ୟରିଫାଏ କରି ଔଷଧ ଆକାରରେ ସେବନ କରୁଛେ,ସେହି ଗୋ-ମାତା ଆଜି ସଡ଼କରେ ଦୁର୍ଘଟଣା ଗସ୍ତ ହୋଇ ମୃତୁ୍ୟ ମୁଖରେ ପଡ଼ୁଛି ତ ସଡ଼କ ପଥରେ କଂସାଇଖାନାକୁ ଚାଲାଣ ହେଉଛି । ଆଉ ଏହାର ବଡ଼ କାରଣ ହେଉଛି ଗୋ-ପାଳକ ଗୋ-ସଂପଦକୁ ଗୁହାଳ ବଦଳରେ ପଘା ଖୋଲି ଦେଇ ଛାଡ଼ି ଦେବା କଥା ହେଉ କି ହାଟବଜାରରେ ବିକ୍ରି କରିଦେବାରୁ ଏହା ସମ୍ଭବପର ହେଉଛି । ବିଭିନ୍ନ ଥାନା ଅଞ୍ଚଳ ଦେଇ ମାସକେ ଶହଶହ ସଂଖ୍ୟାରେ ଗୋରୁ ବଡ଼ବଡ଼ ଗାଡ଼ିରେ ରାଜ୍ୟ ବାହାରକୁ ଚାଲାଣ ହେଉଛି । ସ୍ୱତନ୍ତ୍ର ଗୋଷ୍ଠି ଦ୍ୱାରା ଗୋ-ଚାଲାଣ ସଂପାଦିତ ହେଉଥିବା ବେଳେ କାଁ ଭାଁ କେତେ ବେଳେ ପୁଲିସ ବୋଝେଇ ଗାଡ଼ି ଜବଦ କରିଥାଏ । ଜବଦ ପରର ଦୃଶ୍ୟ ପ୍ରାୟତ କାହାକୁ ଅଛପା ନୁହେଁ । ଅମାନୁସିକ ଭାବେ ଗୋ-ଚାଲାଣ କରାଯାଉଥିବାରୁ ଜବଦ ବେଳେ ସଂଖ୍ୟାଧିକ ଗୋ-ସଂପଦଙ୍କୁ ମୃତ ଅବସ୍ଥାରେ ଉଦ୍ଧାର କରାଯାଇଥାଏ । ଗୋ-ଚାଲାଣକୁ ବିରୋଧ କରି ଆସୁଥିବା ସ୍ୱେଚ୍ଛାସେବୀ ହୁଅନ୍ତୁ କି ବଜରଙ୍ଗ ଦଳ, ବିଶ୍ୱହିନ୍ଦୁ ପରିଷଦ, ଗୋରକ୍ଷା ସମିତି ଏକ୍ଷେତ୍ରରେ ଜୀବନକୁ ବାଜି ଲଗାଇଆଗକୁ ଆସିଥାନ୍ତି ସତ ତାହା କିନ୍ତୁ ଗୋ-ସଂପଦ ଚାଲାଣକୁ ସଂପୂର୍ଣ୍ଣ ରୋକିବାରେ ସମର୍ଥ ହୋଇନଥାନ୍ତି । କାରଣ ଗୋ-ତସ୍କରୀଙ୍କ ଲମ୍ବା ହାତ ଏବଂ ଟଙ୍କା ଲୋଭ ଗୋ-ସଂପଦ ଚାଲାଣ ଉପରେ ଭାରୀ ପଡ଼ୁଛି । ଗୋ-ତସ୍କରୀ ଉପରେ ରାଜ୍ୟ ସରକାର ହୁଅନ୍ତୁ କି ପୁଲିସ ପ୍ରଶାସନ ରୋକ୍ ଲଗାଇବା ଦିଗରେ କୈାଣସି କାଠୋର ପଦକ୍ଷେପ ନଲଗାଇବା ପର୍ଯ୍ୟନ୍ତ ଗୋ-ଚାଲାଣ ଯେମିତି ଚାଲୁଛି ସେମିତି ଚାଲୁଥିବ । ତେବେ ଗୋ-ପାଳକ ଗୋ-ସଂପଦର ସୁରକ୍ଷା ଚିନ୍ତା କରିବା ବଦଳରେ ବିପଦମୁଖକୁ ଠେଲି ଦେବା ସବୁଠାରୁ ବଡ଼ ବିପଦ ହୋଇଛି । ଗୋଟେ ପଟେ ବାସଗୃହ ପାଇଁ ଗୁହାଳଘରକୁ ଭଙ୍ଗିଦେବା, ଚାଷ କାର୍ଯ୍ୟରେ ଖତ ବଦଳରେ ସାରକୁ ଗୁରୁତ୍ୱ ଦେବା ଏବଂ ସର୍ବୋପରି ଚାରଣ ଭୁଇଁର ଅଭାବ କାରଣରୁ ଗୋ-ସଂପଦ ଖୋଲା ମଇଦାନରେ ବୁଲୁଛନ୍ତି । ଯାହା ଫଳରେ ଅପମୃତୁ୍ୟର ଶିକାର ହେଉଛନ୍ତି । ବିଭିନ୍ନ ଜାତୀୟ ରାଜପଥର ହେଉ କି ରାଜ୍ୟ ରାଜପଥ, ଗାଁ ଗହଳି ରାସ୍ତା ଜୁଆଡ଼େ ଅନାଇବୁ ମାଳମାଳ ହେଇ ବୁଲୁଛନ୍ତି ଗୋ-ସଂପଦ । ରାଜପଥରେ ଗୋ-ସଂପଦ ଶୋଇ ରହୁଥିବାରୁ ଛୋଡ଼ବଡ଼ ଦୁର୍ଘଟଣାମାନ ଘଟିବାର କାରଣ ହେଉଥିବା ବେଳେ ବଡ଼ବଡ଼ ଗାଡ଼ି ଶୋଇ ରହୁଥିବା ଗୋ-ସଂପଦ ଉପରେ ମାଡ଼ିଯିବାରୁ ଅପମୃତୁ୍ୟ ଘଟୁଛି । ପୁଲିସ ହେଉ କି ସ୍ୱେଚ୍ଛାସେବୀ ମୃତ ଗୋ-ସଂପଦକୁ ଉଦ୍ଧାର କରି ସକôାର କରୁଛନ୍ତି ସିନା ରାସ୍ତା ଉପରେ ଶୋଇବା ହେଉ କି ବିତରଣ କରିବା ଉପରେ ଅଙ୍କୁଶ ଲଗାଇ ପାରୁ ନାହାନ୍ତି । ଏକ୍ଷେତ୍ରରେ ମଧ୍ୟ ପ୍ରଶାସନ କି ସରକାର ଯେଭଳି କଠୋର ହେବା କଥା ହେଉ ନାହାନ୍ତି । ଯଦି କହିବା ଆଗେ ଯେପରି ପ୍ରତିଘରେ ଘରେ ଗୁହାଳ କରାଯାଇ ଗେ-ସଂପଦ ପାଳନ କରାଯାଉଥିଲା ତାହା ଏବେ ନାହିଁ । ତିନିଦଶନ୍ଧିରେ ଧିରେ ଧିରେ ଗୋ-ପାଳନ ଓ ଗୋ-ସମ୍ପଦ ହ୍ରାସ ପାଉଛି । ଏବେ ଗୋଟିଏ ଗ୍ରାମରେ ଗୋଟିଏ କିମ୍ବା ଦୁଇଟି ଗୁହାଳ ଦେଖିବାକୁ ମିଳୁଛି । ବଜାର ସହର ମାନଙ୍କରେ ଏହି ଜିଲାରେ ଯାଇଥିବା ରାଜପଥ ମାନଙ୍କରେ ଗାଈ ଗୋରୁ ବୁଲିବାରେ ଲାଗିଛନ୍ତି । ଗାଁ ଗୁଡିକରେ ଘର ସଂଖ୍ୟା ବୃଦ୍ଧି ପାଇବା ସହିତ ଗୁହାଳ ଲୋପ ପାଇଗଲା । ପ୍ରତି ଗାଁ ମୁଣ୍ଡରେ ହାରା ହାରି ୧୦ ରୁ ୧୨ଏକର ପଡିଆ ଥିଲା । ତାକୁ ଗୋଚର ପଡିଆ କୁହାଯାଉଥିଲା । ୧୯୨୪ ଓ ୧୯୩୨ମସିହାର ଚକବନ୍ଧୀ ବେଳେ ଏଗୁଡିକୁ ସର୍ବସତ୍ୱ ଭାବେ ସଂରକ୍ଷିତ କରାଯାଇଥିଲା । ଏଥିରେ କୈ÷ାଣସି ନିର୍ମାଣ କାର୍ଯ୍ୟ ବା ସରକାରୀ କାର୍ଯ୍ୟାଳୟ ହୋଇ ପାରିବ ନାହିଁ ବୋଲି ମନାଥିଲା । ୧୯୮୫ ମସିହା ପରେ ଦେଖାଗଲା ତହସିଲଦାର ମାନେ ଏହାକୁ ଏନକ୍ଲୋକ କରିନେଲେ । ଯାହା ଫଳରେ ସରକାରଙ୍କ ନୀତି ନିୟମ ଅଭାବରୁ ଗୋଚର ପଡିଆ ଲୋପ ପାଇଗଲା । ବଜାର ମାନଙ୍କରେ ଏବଂ ସହର ମାନଙ୍କରେ ଗୋ-ପାଳନ ପାଇଁ ଗୃହର ଅଭାବ ଏବଂ ସେଠାରେ ଗୋଚର ଭୂମିର ଅଭାବ । ସେଥିପାଇଁ ସରର ମାନଙ୍କରେ େôଯଉଁ କେତୋଟି ପରିବାର ଗୋରୁ ରଖିବା ପାଇଁ ମନସ୍ଥ କଲେ ସେମାନେ ଗୋରୁ ପାଳିଲେ ସତ କିନ୍ତୁ ରାତି ଦିନ ତାଙ୍କୁ ବାହାରକୁ ଛାଡି ଦେଲେ । ଏବେ ଯାଜପୁର ରୋଡର ବିଭିନ୍ନ ଛକ ବଜାରରେ ପଲ ପଲ ଗୋରୁ ବୁଲୁଥିବାର ଦେଖାଯାଉଛି । ସେହିପରି ଶଙ୍ଖଚିଲା, ପାଣିକୋଇଲି ଛକ, କୁଆଖିଆ ଛକ, ହରିପୁର, ବରୁହାଁ, ଯାଜପୁର ଟାଉନ, ମଙ୍ଗଳପୁର ବଜାର, ବିଞ୍ଝାରପୁର, ବରୀମାଉଣ୍ଡ, ଦଶରଥପୁର ବଜାର, ରାମବାଗ ପ୍ରଭୃତି ବିଭିନ୍ନ ସ୍ଥାନରେ ଗୋରୁ ମାନେ ମେଳିବାନ୍ଦି ବୁଲୁଛନ୍ତି । ଗୋ-ଚାଳାଣକୁ ନିୟମ ଅନୁଯାୟୀ ନିୟନ୍ତ୍ରଣ କରାଯାଉଥିବା କଥା କୁହାଯାଉଥିଲେ ହେଁ ତାହା କିନ୍ତୁ ଗୋ-ଚାଲାଣ ହେଉ କି ଅପମୃତୁ୍ୟକୁ ରୋକିବାକୁ ସମର୍ଥ ହୋଇନି । କୃଷି ବିଭାଗ ଅଧିନରେ ଗୋପାଳନକୁ ରଖା ଯାଉଥିବା ବେଳେ ସରକାରଙ୍କ ପକ୍ଷରୁ ଗୋ-ସଂଖ୍ୟା ବୃଦ୍ଧି ପାଇଁ କୈ÷ାଣସି ଯୋଜନା କାର୍ଯ୍ୟକାରୀ ନକରିବା ଫଳରେ ପ୍ରଭୁତ କ୍ଷତିଘଟୁଛି । ଗୋ-ପାଳନ ହ୍ରାସ ଯୋଗୁ ସମାଜରେ କୃଷି କ୍ଷେତ୍ର ପାଇଁ, ଶୁଶୁ ଖାଦ୍ୟ ପାଇଁ କ୍ଷେତରେ ସାର ଦେବା ପାଇଁ ସଙ୍କଟ ସୃଷ୍ଟି ହୋଇଛି । ଏଥିପାଇଁ ସରକାରଙ୍କ ପକ୍ଷରୁ ଗୋ-ଅପମୃତୁ୍ୟ ରୋକିବା ପାଇଁ ଏବଂ ଗୋ ଚାଲାଣ ବନ୍ଦ କରିବା ପାଇଁ ଶକ୍ତ ଆଇନ ତିଆରି କରିବା ଆବଶ୍ୟକ । ଏହା ବ୍ୟତିତ ଗୋ-ପାଳନ ପାଇଁ ପ୍ରୋସôାହନ ଦେଇ ନୂଆ ଯୋଜନା ପ୍ରସ୍ତୁତ କରିବା ଆବଶ୍ୟକ । ପୂର୍ବରୁ ମୋ ଗୁହାଳ ପାଇଁ ଦିଆ ଯାଇଥିବା ଅନୁଦାନର ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯିବାର ମଧ୍ୟ ଆବଶ୍ୟକତା ହୋଇପଡ଼ିଛି ।