ପ୍ରଧାନ ଶିକ୍ଷକଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା

କବାଟବନ୍ଧ : ଧର୍ମଶାଳା ବ୍ଲକ ଅନ୍ତର୍ଗତ ବାଲିକୁଦିଆ ପ୍ରାଥମିକ ସରକାରୀ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଲକ୍ଷ୍ମୀଧର ମଲ୍ଲଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା ଦିଆଯାଇଛି । ପ୍ରଧାନ ଶିକ୍ଷକ ଧ୍ରୁବ ଚରଣ ରାଉତଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ଅତିଥି ଭାବେ ଧର୍ମଶାଳା ପୂର୍ବତନ ସହ ଶିକ୍ଷାଧିକାରୀ ବିଜୟ କୁମାର ମିଶ୍ର, ଜାତୀୟ ପୁରସ୍କାର ପ୍ରାପ୍ତ ପ୍ରଧାନ ଶିକ୍ଷକ ହରିହର ସାହୁ, ଧର୍ମଶାଳା ସହଶିକ୍ଷାଧିକାରିଣୀ ମମିତା ମହାନ୍ତି, ରାଜ୍ୟପାଳ ପୁରସ୍କାରପ୍ରାପ୍ତ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ରଘୁନାଥ ମିଶ୍ର, ଆଞ୍ଚଳିକ ସାଧନା କେନ୍ଦ୍ର ସଂଯୋଜକ ମୁକୁନ୍ଦ ବିଦ୍ୟାପୀଠ ନିଖିଳ ନାରାୟଣ ଦେ, ସଂଯୋଜକ ତାଳଜଙ୍ଗ ପ୍ରକାଶ ଚନ୍ଦ୍ର ନାୟକ, ମୁକୁନ୍ଦପୁର ୟୁଜିଏମ ବିଦ୍ୟାଧର ବେହେରା, ସଂଯୋଜକ ଅରିମୂଳ ଦେବେନ୍ଦ୍ର କୁମାର ସାମନ୍ତ, ପୂର୍ବତନ ସିଆରସିସି ସୌରଭ ସ୍ନିଗ୍ଧ ପଟ୍ଟନାୟକ, ପ୍ରାଥମିକ ଶିକ୍ଷକ ସଂଘ ପୂର୍ବତନ ସଭାପତି ଅକ୍ଷୟ କୁମାର ମଲ୍ଲ,ଧର୍ମଶାଳା ପ୍ରାଥମିକ ଶିକ୍ଷକ ସଙ୍ଘ ସଭାପତି ଯୁଗଳ କିଶୋର ଦାସ,ଶିକ୍ଷକ ବୀରକିଶୋର ନାୟକ, ଲଚ୍ଛମନ ବାରିକ ପ୍ରମୁଖ ଯୋଗଦେଇଥିଲେ । ପୂର୍ବତନ ଛାତ୍ର ନାରାୟଣ ପରିଡା ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିବା ବେଳେ କୁନି କୁନି ପିଲା ମାନଙ୍କ ଦ୍ୱାରା ସ୍ୱାଗତ ସଂଗୀତ ପରିବେଷଣ କରାଯାଇଥିଲା ।ମନୋଜ କୁମାର ଭଞ୍ଜ ଧନ୍ୟବାଦ ଦେଇଥିଲେ । ବାଲିକୁଦି ଆ ସରକାରୀ ପ୍ରାଥମିକ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ, ଏହି ସ୍କୁଲର ପରିଚାଳନା କମିଟିର ସଭାପତି, ସଭ୍ୟସଭ୍ୟା ଗ୍ରାମବାସୀ ଉପସ୍ଥିତ ରହିଥିଲେ ।