ସୌମ୍ୟାଶ୍ରୀମାନେ ନ୍ୟାୟ ଖୋଜିବେ କେଉଁଠି?
ପ୍ରଫୁଲ୍ଲ କୁମାର ପଣ୍ଡା :
ଗତ କିଛିଦିନ ହେଲା ଓଡ଼ିଶାର ରାଜନୈତିକ ପାଣିପାଗରେ ଉଷ୍ମତା ଓ ଝଡ ତୋଫାନ ଲାଗି ରହିଛି । ସଂସ୍ଥାଗତ ଅପାରଗତା, ବ୍ୟକ୍ତିଗତ ଅବହେଳା, ଉଦାସୀନତା ଓ ସର୍ବୋପରି ମାନସିକ ନିର୍ଯର୍ାତନାର ଶିକାର ହୋଇ ବାଲେଶ୍ୱର ଫକୀରମୋହନ ମହାବିଦ୍ୟାଳୟର ଛାତ୍ରୀ ସୋ÷ମ୍ୟାଶ୍ରୀ ଚରମ ନିଷ୍ପତ୍ତି ନେଇ ଆତ୍ମଦାହ କରି ଅକାଳରେ ଝଡିପଡିଲେ । ଏ ଘଟଣା ଯେତିକି ହୃଦୟ ବିଦାରକ ତା’ଠାରୁ ଅଧିକ ଲଜ୍ଜାଜନକ । ଏହା ହେଉଛି ଆମର ସମାଜରେ ଏବେ ମଧ୍ୟ ରହି ଆସିଥିବା ପୁରୁଷ ପ୍ରଧାନ ମାନସିକତାର ନିଛକ ପ୍ରଦର୍ଶନ । ଆମ ସମାଜରେ ନାରୀ ସୁରକ୍ଷା ପାଇଁ ଯେତେ ପ୍ରକାର ଆଇନଗତ ଓ ପ୍ରଶାସନିକ ବ୍ୟବସ୍ଥା ରହିଛି । ସେସବୁ ବାସ୍ତବ କ୍ଷେତ୍ରରେ ସମ୍ପୂର୍ଣ୍ଣ ବ୍ୟର୍ଥ ଓ ବିଫଳ । କେବଳ ପୋଥି ବାଇଗଣ ହୋଇ ରହିଯାଇଛି । କାର୍ଯ୍ୟ କ୍ଷେତ୍ରରେ ଏସବୁ ବିଧି ବ୍ୟବସ୍ଥ କାଗଜପତ୍ର ଓ ଫାଇଲରେ ସୀମିତ । ଥରେ ଭବି ଦେଖନ୍ତୁ ତ ସୋ÷ମ୍ୟା ଭଳି ଜଣେ ଉଦୀୟମାନ ଛାତ୍ରୀର ଜୀବନରେ କେତେ ସ୍ୱପ୍ନଥିବ, କେତେ କଳ୍ପନାଥିବ, କେତେ ଆଗକୁ ବଢିବାର ଉଦୀପନା ଥିବ ସେସବୁ ଆଖି ପିଛୁଳାକେ ଭସ୍ମୀଭୂତ ହୋଇଗଲା । ତା ଠାରୁ ତାର ବାପ, ମାଆ, ଭାଇ, ଭଉଣୀ, ପରିବାର, ଗାଁ, ସମାଜ ସମସ୍ତଙ୍କର କିଛିନା କିଛି ଆଶା ଥିଲା । ସେସବୁ ଆଶା ପୋଡି ଜଳି ପାଉଁଶ ହୋଇଗଲା । ଏଭଳି ଏକ ମର୍ମନ୍ତୁଦ, ଦୁଃଖଦ, ଘୃଣ୍ୟ, ନିନ୍ଦିତ ଘଟଣା ପାଇଁ ଦାୟୀ କିଏ ? ଅଭିଯୁକ୍ତ ବିଭାଗୀୟ ମୁଖ୍ୟ ? ମହାବିଦ୍ୟାଳୟ ଅଧ୍ୟକ୍ଷ ? ଆଭ୍ୟନ୍ତରୀଣ ଅଭିଯୋଗ କମିଟି ମେମ୍ବରସ୍ ? ପୁଲିସ ? ବିଧାୟକ ? ସାଂସଦ ? ଏ ପ୍ରଶ୍ନ ଉପରେ ଭିନ୍ନ ଭିନ୍ନ ମତ ରହିଛି । ସବୁଠୁ ଆଶ୍ଚର୍ଯ୍ୟର କଥା ଏ ନିରୀହ ଛାତ୍ରୀଟିର ମୃତୁ୍ୟ ପାଇଁ ସମସ୍ତେ କାଦୁଅ ଫୋପାଡା ଫୋଫଡିରେ ବ୍ୟସ୍ତ । ଦାୟିତ୍ୱ ନେବାକୁ କେହି ରାଜି ନୁହନ୍ତି । ଅଭିଯୁକ୍ତ ଅଧ୍ୟାପକ କହୁଛନ୍ତି ସେ ନିଦେ୍ର୍ଦାଷ । ସେ ଏଭଳି କିଛି କହିନାହାନ୍ତି କି କରିନାହାନ୍ତି ଯାହା ପାଇଁ ତାଙ୍କୁ ଦୋଷୀ ସାବ୍ୟସ୍ତ କରାଯିବ । ସେ ଅତ୍ୟନ୍ତ ଭଦ୍ର ଓ କର୍ତ୍ତବ୍ୟ ପରାୟଣ ଶିକ୍ଷକ ଏବଂ ତାଙ୍କ ବିରୋଧରେ ହୋଇଥିବା ଅଭିଯୋଗ ସମ୍ପୂର୍ଣ୍ଣ ମିଥ୍ୟା ଓ ଅଭିସନ୍ଧିମୂଳକ । କଲେଜ ଅଧ୍ୟକ୍ଷ କହୁଛନ୍ତି କମିଟି ରିପୋର୍ଟ ଅନୁସାରେ ଅଭିଯୋଗ ମିଥ୍ୟା ଏବଂ ସୋ÷ମ୍ୟା କ୍ରୋଧ ଓ ଭାବପ୍ରବଣତାର ବଶବର୍ତ୍ତୀ ହୋଇ ଏଭଳି ପଦକ୍ଷେପ ନେଇଛନ୍ତି । କମ୍ପ୍ଲେଣ୍ଟ କମିଟି ଅଧ୍ୟକ୍ଷା ସଫେଇ ଦେଇଛନ୍ତି ସୋ÷ମ୍ୟା ଯେଉଁ ଅଭିଯୋଗ କରିଥିଲେ ଯେ ସମ୍ପୃକ୍ତ ଅଧ୍ୟାପକ ତାଙ୍କୁ ଫେଭର ମାଗୁଥିଲେ । ତାର କୋ÷ଣସି ଚାକ୍ଷୁସ ପ୍ରମାଣ ନାହିଁ କିମ୍ବା ଅନ୍ୟ କୋ÷ଣସି ଛାତ୍ରୀ ସେଭଳି ଅଭିଯୋଗ କରିନାହାନ୍ତି । ସେଥିପାଇଁ କମିଟି ତାଙ୍କୁ ଦୋଷମୁକ୍ତ କରିଛି ଏବଂ ତାଙ୍କୁ ବିଭାଗୀୟ ମୁଖ୍ୟ ପଦରୁ ହଟାଇବାକୁ ପ୍ରସ୍ତାବ ଦେଇଛୁ । ସୌମ୍ୟାଙ୍କୁ ଟିକେ ଧୈର୍ଯ୍ୟ ଧରିବାର ଥିଲା ଓ ଏଭଳି ପଦକ୍ଷେପ ନେବାର ନଥିଲା । ଯଦିଓ ସୌମ୍ୟା ଥାନାଧିକାରୀ, ଏସପି, କଲେକ୍ଟର ସମସ୍ତଙ୍କ ପାଖକୁ ଅଭିଯୋଗ ପତ୍ର ପଠାଇଥିଲେ, ସେଥିପ୍ରତି କେହି ଧ୍ୟାନ ଦେଇନାହାନ୍ତି । ସେ ମଧ୍ୟ ସେଠିକାର ବିଧାୟକ, ସାଂସଦ ଓ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କୁ ଅଭିଯୋଗ ପଠାଇଛନ୍ତି । କିନ୍ତୁ ସମସ୍ତେ ନିଜ ଉପରୁ ଦୋଷ ହଟାଇବାରେ ସିଦ୍ଧହସ୍ତ । ଏଠାରେ ପ୍ରଶ୍ନ ଉଠୁଛି ଉପରୋକ୍ତ ପରିସ୍ଥିତିରେ ନିର୍ଯାତିତା ପାଖରେ କି ବିକଳ୍ପ ଥିଲା ? ହୁଏତ ସିଏ ଅଭିଯୁକ୍ତଙ୍କୁ ଆକ୍ରମଣ କରିଥାନ୍ତା ବା ମାରି ଦେଇଥାନ୍ତା । ଉଭୟ କ୍ଷେତ୍ରରେ ସିଏ ଦୋଷୀ ହୋଇଥାନ୍ତା । ନଚେତ ସେହି ପ୍ରକାର ଅତ୍ୟାଚାର ବା ନିର୍ଯାତନା ମଥାପାତି ସହି ନେଇଥାନ୍ତା । ଏବଂ ଅନ୍ୟମାନଙ୍କ ପରି ଘୃଣିତ ଅପମାନିତ ଜୀବିନ ବିତାଇଥାନ୍ତା । କିନ୍ତୁ ସୌମ୍ୟା ଥିଲା ଆତ୍ମାଭିମାନୀ ସଂଗ୍ରାମୀ ଝିଅ । ଯେତେବେଳେ ସମସ୍ତଙ୍କ ଠାରୁ ନିରାଶ ହେଲା, ସବୁ ରକ୍ଷକମାନେ ଭକ୍ଷକ ଭଳି ମନେ ହେଲେ, ତାର ସହିବାର ଶକ୍ତି ଶେଷ ହୋଇଗଲା ଏବଂ ସେ ଶେଷ ଅସ୍ତ୍ର ହିସାବରେ ଆତ୍ମଦାହକୁ ବାଛି ନେଲା । ଟିକେ ସମ୍ବେଦନାତାର ସହ ଚିନ୍ତା କରନ୍ତୁ ତ କେତେ କଷ୍ଟ ଆଉ ଯନ୍ତ୍ରଣା ଭୋଗିଥିବ, ଯେତେବେଳେ ଜୀବନାହୁତିରେ ତାର ଅଙ୍ଗ ପ୍ରତ୍ୟଙ୍ଗ ପୋଡି ଜଳି ଅଙ୍ଗାର ହୋଇଯାଉଥିବ । କି ବିଭତ୍ସ, ବିବର୍ଣ୍ଣ ସେ କରୁଣ ପରିସ୍ଥିତି !
ସବୁଠାରୁ ବିଡମ୍ବନାର କଥା ହେଉଛି ଗୋଟେ ନିରୀହ ଝିଅର ମର୍ମନ୍ତୁଦ ଆତ୍ମଦାହ ଜନିତ ମୃତୁ୍ୟକୁ ନେଇ ଯେଉଁ ପ୍ରକାର ରାଜନୀତି ଚାଲିଛି । ଯେଭଳି ପ୍ରତୀୟମାନ ହେଉଛି ରାଜନୈତିକ ଦଳଗୁଡିକ ଏବଂ ନେତାମାନଙ୍କ ପାଇଁ ଏହା ହେଉଛି ଗୋଟେ ସୁବର୍ଣ୍ଣ ସୁଯୋଗ । ଏ ପ୍ରକାର ଲଜ୍ଜାକର ପରିସ୍ଥିତିରୁ ରାଜନୈତିକ ଫାଇଦା ଉଠାଇବା ପାଇଁ ସମସ୍ତଙ୍କ ମଧ୍ୟରେ ଏକପ୍ରକାର ପ୍ରତିଯୋଗିତା ଚାଲିଛି । ଏଠାରେ ଶାସକ ଦଳ ନିଜ ମୁଣ୍ଡରୁ ଦୋଷ ହଟେଇବା ପାଇଁ ଯତ୍ପରୋନାସ୍ତି ଚେଷ୍ଟା ଚଳେଇଥିବା ବେଳେ ବିରୋଧୀମାନେ ଗୋଳିଆ ପାଣିର ମାଛ ଧରିବାରେ ବ୍ୟସ୍ତ । ବାଲେଶ୍ୱରରେ ଶାସକ ଦଳର ସାଂସଦ ଓ ବିଧାୟକ ଏ ଘଟଣାରେ ସେମାନଙ୍କର ପ୍ରତ୍ୟେକ୍ଷ ବା ପରୋକ୍ଷ ଭାବେ କୋ÷ଣସି ସମ୍ପୃକ୍ତି ନଥିବା ସଫେଇ ଦେଉଥିବା ବେଳେ ଅଧ୍ୟକ୍ଷ ଠିକ୍ ସମୟରେ ଠିକଣା ପଦକ୍ଷେପ ନେଇନାହାନ୍ତି ବୋଲି କହୁଛନ୍ତି । ବିରୋଧୀମାନେ ଏ ଅଘଟଣ ପାଇଁ ସାଂସଦ ଓ ବିଧାୟକଙ୍କୁ ଦାୟୀ ଏବଂ କମ୍ପ୍ଲେଣ୍ଟ କମିଟି ରିପୋର୍ଟ ସାଂସଦଙ୍କ ଚାପରେ ବଦଳାଯାଇଛି ବୋଲି ହୋହଲ୍ଲା କରୁଛନ୍ତି । ସରକାର ତାଙ୍କ ପରିବାର ପଣିଆ ଦେଖେଇବାକୁ ଯାଇ ଅଭିଯୁକ୍ତ ଅଧ୍ୟାପକ ଓ କଲେଜ ଅଧ୍ୟକ୍ଷଙ୍କୁ ପ୍ରଥମେ ନିଲମ୍ବନ ଓ ପରେ ଗିରଫ କରି ନିଜ ପାରିବାର ପଣିଆ ଦେଖାଇବାକୁ ଚେଷ୍ଟିତ । ବିରୋଧୀ କଂଗ୍ରେସ ଏବଂ ବିଜେଡି ବିଭିନ୍ନ ପ୍ରକାର ଆନେ୍ଦାଳନାତ୍ମକ କାର୍ଯ୍ୟକ୍ରମ ମାଧ୍ୟମରେ ନାରୀ ସମ୍ମାନ ଓ ନାରୀ ନିର୍ଯାତନା ପାଇଁ ତାଙ୍କ ହୃଦୟ ଫାଟିଯାଉଛି ବୋଲି ତୁମ୍ବିତୋଫାନ କରୁଛନ୍ତି । ଏ ଭିତରେ କିଛି ତଥାକଥିତ ସାମ୍ବାଦିକ ଓ ଗଣମାଧ୍ୟମ ଏ ଦୟନୀୟ ଘଟଣାକୁ ଏଭଳି ଉପସ୍ଥାପନା କରୁଛନ୍ତି ଯେ, ସେ ସବୁ ଶୁଣି ଇହଧାମରେ ସୋ÷ମ୍ୟଙ୍କର ଆତ୍ମା ଖୁବ୍ କଷ୍ଟ ପାଉଥିବ । ଗତ ୧୭ ତାରିଖ ଦିନ ବିରୋଧୀ କଂଗ୍ରେସ ଦଳ ଏବଂ ଅନ୍ୟ ସହଯୋଗୀ ଦଳମାନେ ୧୨ ଘଣ୍ଟିଆ ଓଡିଶା ବନ୍ଦ ଡାକରା ଦେଇ, ତା ମାଧ୍ୟମରେ ସୋ÷ମ୍ୟାଙ୍କୁ ନ୍ୟାୟ ପାଇଁ ଦାବି ରଖିଲେ ।
ଏହି ବନ୍ଦ ଦ୍ୱାରା ସାଧାରଣ ଜନତା ନାହିଁ ନଥିବା ଦୁର୍ଦ୍ଦଶାର ସମ୍ମୁଖୀନ ହେଲେ । ତା ଦ୍ୱାରା ସୋ÷ମ୍ୟାଙ୍କୁ କି ପ୍ରକାର ନ୍ୟାୟ ମିଳିଲା ତାର ଆମେ ଆଦି ଅନ୍ତ ଖୋଜିକି ପାଉନୁ । ସବୁଠାରୁ ଆଶ୍ଚର୍ଯ୍ୟର କଥା ରାଜନେତା ଏବଂ ରାଜନୈତିକ ଦଳ ଗୁଡିକର ଏକାପ୍ରକାର ପ୍ରସଙ୍ଗରେ ଭିନ୍ନ ରାଜ୍ୟ ପାଇଁ ଭିନ୍ନ ଭିନ୍ନ ଆଭିମୁଖ୍ୟ । ଯେଉଁ ରାଜ୍ୟରେ ଦଳ କ୍ଷମତାସୀନ, ସେଠି ଯଦି କୋ÷ଣସି ନାରୀ ଯୋ÷ନ ନିର୍ଯାତନା, ସାମୂହିକ ବଳାକ୍ରାର ଜନିତ ହତ୍ୟା ବା ଆତ୍ମହତ୍ୟା ଭଳି ଘଟଣା ଘଟେ ତେବେ ଦଳ ଓ ନେତାମାନେ ରକ୍ଷଣାତ୍ମକ ଭାଷା ଉପଯୋଗ କରନ୍ତି । ଯଦି ବିରୋଧୀ ଦଳ ଶାସିତ ରାଜ୍ୟରେ କିଛି ଅଘଟଣ ଘଟେ, ତେବେ ଏଭଳି ଅଭିଯୋଗ ଓ ଅଭିନୟ କରିବେ ଯେପରିକି ନାରୀ ସୁରକ୍ଷା ପାଇଁ ତାଙ୍କ ହୃଦୟ ଫାଟିଯାଉଛି । ଏ ପ୍ରକାର ହଟଚମ୍ପଟ ରାଜନୈତିକ ଦଳ ଓ ନେତାଙ୍କର ଅସ୍ତ୍ର ଓ ରଣନୀତି । ତା ଦ୍ୱାରା ସାଧାରଣ ଜନତା ବା କ୍ଷତିଗ୍ରସ୍ତ ବ୍ୟକ୍ତି ବା ପରିବାରର କିଛି ଉପକାର ହୁଏ, ସେ କଥା ଆମର ହୃଦବୋଧ ହେଉନି । ଏଠି ପ୍ରଶ୍ନ ଉଠୁଛି ଯେ ଆମର ସାମାଜିକ ନ୍ୟାୟିକ, ପ୍ରଶାସନିକ ଏବଂ ପାରିବାରିକ ବ୍ୟବସ୍ଥାରେ ସୋ÷ମ୍ୟା ଭଳି ପୀଡିତା, ଲା‚ିତାମାନେ ନ୍ୟାୟ ପାଇଁ କେଉଁଠିକି ଏବଂ କା ପାଖକୁ ଯିବେ ? ପରିବାରରେ ବାପା କହୁଛନ୍ତି ଘରର ଇଜ୍ଜତ କଥା, ଅଭିଯୋଗ କରେନା । ଅଧ୍ୟକ୍ଷ କହୁଛନ୍ତି କମିଟି ରିପୋର୍ଟ ଦେଇନି, ଦେଲା ପରେ କହୁଛନ୍ତି ଅଭିଯୋଗ ମିଥ୍ୟା । କମ୍ପ୍ଲେଣ୍ଟ କମିଟି ସହକର୍ମୀ ଅଧ୍ୟାପକଙ୍କ ସପକ୍ଷରେ ରିପୋର୍ଟ ଦେଲେ । ଅନ୍ୟ ଯେଉଁମାନଙ୍କ ପାଖକୁ ଅଭିଯୋଗ ପତ୍ର ପଠାଇଥିଲେ ପୋଲିସ, ପ୍ରଶାସନ, ବିଧାୟକ, ସାଂସଦ ମନ୍ତ୍ରୀ ଇତ୍ୟାଦି ଇତ୍ୟାଦି ସେମାନେ ସବୁ ତାକୁତ ନ୍ୟାୟ ଦେଲେନି, ବରଂ ଘଟଣା ଘଟିଲା ପରେ ‘ମୁଁ ନୁହେଁ ସିଏ ଦାୟୀ’ ନୀତି ଅବଲମ୍ବନ କରି ନିଜେ ଦୋଷମୁକ୍ତ ହୋଇଗଲେ । ତେବେ ଏଭଳି ଏକ ସ୍ପର୍ଶକାତର ହୃଦୟ ବିଦାରକ ଘଟଣାର ଶିକାର ହୋଇଥିବା ଜଣେ ଉଦୀୟମାନ ଯୁବତୀକୁ କିଏ ଏବଂ କେଉଁଠି ନ୍ୟାୟ ଦେବ ? ସମସ୍ତେ ତ କାଲ ଜଡା, ସବୁ ବାଡ ଫସଲ ଖାଇବାରେ ବ୍ୟସ୍ତ । ତେବେ ସଚେତନ ନାଗରିକମାନେ ଏହିଭଳି ‘ମାଛିକୁ ମ ନ କହିବା’ ବା ହଲିଲା ପାଣିକୁ ଗୋଡ ନବଢ଼େବା ନୀତି ଅବଲମ୍ବନ କରି ଆମ ଝିଅ ବୋହୂଙ୍କ ପ୍ରତି ହେଉଥିବା ଅନ୍ୟାୟ ଅତ୍ୟାଚାରର ନୀରବଦ୍ରଷ୍ଟା ସାଜିବା କି ? ଆମ୍ଭମାନଙ୍କର ନାରୀ ସମାଜ ପ୍ରତି କିଛି ଦାୟିତ୍ୱବୋଧ ରହିବା ଉଚିତ୍ ନୁହଁକି ? ଆମେ ଚିନ୍ତା କରିବା ଉଚିତ୍ ନୁହେଁ ସୋ÷ମ୍ୟା ଭଳି ଅବସ୍ଥା ଆମ୍ଭ ଝିଅ ବା ଭଉଣୀର ବି ହୋଇପାରେ । ତେଣୁ ଏ ପ୍ରକାର ସଂସ୍ଥାଗତ ଅପାରଗତା ଏବଂ ବ୍ୟକ୍ତିଗତ ସ୍ଖଳନକୁ ପ୍ରତିରୋଧ କରିବା ଓ ସୁଧାରିବା ଦାୟିତ୍ୱ ମଧ୍ୟ ଆମ୍ଭମାନଙ୍କର । ଆମକୁ ସୁପ୍ତ ଅବସ୍ଥାରେ ଉଠି ଜାଗ୍ରତ ହେବାକୁ ହେବ । ଯେଉଁମାନେ ନିଜର ଆର୍ଥିକ ଓ ରାଜନୈତିକ ଶକ୍ତିକୁ ଜନତାଙ୍କୁ ବିରୋଧରେ ଲଗାଉଛନ୍ତି, ସେମାନଙ୍କୁ ଲଗାମ ଦେବାକୁ ପଡିବ । ଏ କ୍ଷେତ୍ରରେ ଛାତ୍ର ସମାଜ ଓ ଯୁବ ସମାଜରେ ଅବଦାନ ଖୁବ ମହତ୍ତ୍ୱପୂର୍ଣ୍ଣ । ସେମାନେ ରାଜନୈତିକ ଦଳ ଗୁଡିକର ହାତବାରିସି ନ ସାଜି, ସାମାଜିକ ନ୍ୟାୟ ପାଇଁ ପ୍ରତିଶ୍ରୁତିବଦ୍ଧ ହେବା ଦରକାର । ଜନସାଧାରଣଙ୍କ ମଧ୍ୟରେ ବ୍ୟାପକ ସଚେତନତା ସୃଷ୍ଟି କରିବାର ଆବଶ୍ୟକତା ରହିଛି । ଆମ ଝିଅମାନେ ଆତ୍ମରକ୍ଷା କୋ÷ଶଳ ଶିଖିବା ଦରକାର । ସୋ÷ମ୍ୟା ଭଳି ସାହସୀ ହେବା ଦରକାର । କିନ୍ତୁ ନିଜ ଜୀବନ ନେଲାଭଳି ଦୁର୍ବଳ ନିଷ୍ପତ୍ତି ନ ନେବା ଉଚିତ୍ । ଏଭଳି ଗୋଟିଏ ଗୋଟିଏ ଘଟଣାରେ ଜନସାଧାରଣଙ୍କର ରାଜନେତା ଏବଂ ତାଙ୍କ ହାତବାରିସି ସାଜିଥିବା ପୋଲିସ ଓ ପ୍ରଶାସନିକ ଅଧିକାରୀଙ୍କ ଉପରୁ ସମ୍ପୂର୍ଣ୍ଣ ଭାବରେ ଭରସା ତୁଟି ଯାଉଛି । ନାରୀକୁ ସ୍ୱୟଂସିଦ୍ଧା ବନିବାକୁ ପଡିବ । ସାମାଜିକ ସଙ୍ଗଠନ ଗୁଡିକ ନିରପେକ୍ଷ ଭାବରେ ନାରୀ ସଶକ୍ତିକରଣ କାର୍ଯ୍ୟକ୍ରମକୁ ଆଗେଇ ନେବା ଉଚିତ୍ । ପିତାମାତା ଓ ପରିବାରର ଅନ୍ୟାନ୍ୟ ସଦସ୍ୟମାନେ ସବୁବେଳେ ଝିଅମାନଙ୍କୁ ଉତ୍ସାହିତ କରିବା ଏବଂ ଆତ୍ମରକ୍ଷା କରିବା ପାଇଁ ପ୍ରେରଣା ଦେବା ଉଚିତ୍ । ଆମ୍ଭମାନଙ୍କ ଏପରି ସମାଜ ଦରକାର ଯେଉଁଠି ନାରୀର ସ୍ୱରକୁ ଦବାଇ ଦିଆନଯାଏ, ସମସ୍ତେ ସମସ୍ତଙ୍କର କର୍ତ୍ତବ୍ୟ ପ୍ରତି ସଚେତନ, ମୂଲ୍ୟ ଓ ନୈତିକତାଭିତ୍ତିକ ଶିକ୍ଷା ବ୍ୟବସ୍ଥା, ନିସ୍ୱାର୍ଥପର ରାଜନେତା ଓ ଚଳତଶକ୍ତି ଥିବା ପ୍ରଶାସନ ଥିବ । ସେଠି ସୋ÷ମ୍ୟାଶ୍ରୀମାନେ ନିଜ ଜୀବନର ସ୍ୱପ୍ନକୁ ସାକାର କରିବାରେ କୋ÷ଣସି ପ୍ରତିବନ୍ଧକ ନଥିବ । ଭଗବାନ ସୋ÷ମ୍ୟାଶ୍ରୀଙ୍କ ଆମାôକୁ ସଦ୍ଗତି ଦିଅନ୍ତୁ, ଏହି କାମନା ସହ ମୋର ଏହି ଲେଖାକୁ ଏହିଠାରେ ଅସମାପ୍ତ ଭାବେ ରଖୁଛି କାରଣ ଆମର ରୁଗଣ ମାନସିକତା ଏବଂ ଜନ ଉଦାସୀନତାର ଅବତାରଣାର ଅନ୍ତ ନାହିଁ ।
ମୋ-୯୯୩୭୦୮୦୭୯୦